ଜୋନ୍‌ ଅନୁଯାୟୀ ଖୋଲିବ ନିମ୍ନ ଅଦାଲତ: ରେଡ୍‌ରେ ଘଣ୍ଟାଏ, ଅରେଞ୍ଜରେ ଦୁଇ, ଗ୍ରୀନ୍‌ରେ ଅଢ଼େଇ ଘଣ୍ଟା

କଟକ ଅଫିସ,୪ା୫: କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମେ’ ୧୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଲକ୍‌ଡାଉନ୍‌କୁ ବଢ଼ାଇଛନ୍ତି। ତେବେ ଭୂତାଣୁର ପ୍ରଭାବ ଅନୁଯାୟୀ ୩ଟି ଜୋନ୍‌ରେ ଭାଗ କରାଯାଇଛି। ସେଗୁଡ଼ିକ ହେଲା ରେଡ୍‌, ଅରେଞ୍ଜ ଏବଂ ଗ୍ରୀନ୍‌। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ ସମୟରେ ପରିବର୍ତ୍ତନ କରିଛନ୍ତି ଓଡ଼ିଶା ହାଇକୋର୍ଟ। ରେଡ୍‌ ଜୋନ୍‌ରେ ୧ ଘଣ୍ଟା, ଅରେଞ୍ଜ ଜୋନ୍‌ରେ ଦୁଇଘଣ୍ଟା ଏବଂ ଗ୍ରୀନ୍‌ ଜୋନ୍‌ରେ ଅଢ଼େଇ ଘଣ୍ଟା କୋର୍ଟ କାର୍ଯ୍ୟ ଚାଲିବ ବୋଲି ହାଇକୋର୍ଟ ସ୍ବତନ୍ତ୍ର ଅଧିକାରୀ(ସ୍ବତନ୍ତ୍ର) ସେଲ୍‌ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଅରେଞ୍ଜ ଜୋନ୍‌ରେ ଥିବା ଅଞ୍ଚଳଗୁଡ଼ିକରେ ନିମ୍ନ କୋର୍ଟ ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ। କିନ୍ତୁ ଯେଉଁଠି ସକାଳୁଆ ଅଫିସ ବ୍ୟବସ୍ଥା ନାହିଁ, ଯଥା ବ୍ରହ୍ମପୁର, ଛତ୍ରପୁର, କୋରାପୁଟ(ସଦର) ଏବଂ ପୁରୀ(ସଦର)ରେ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ କୋର୍ଟ କାର୍ଯ୍ୟ ଚାଲିବ। ସେହିଭଳି ଗ୍ରୀନ୍‌ ଜୋନ୍‌ରେ ଥିବା କୋର୍ଟଗୁଡ଼ିକ ନିୟମିତ କାର୍ଯ୍ୟାଳୟ ସମୟ ଠାରୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ତେବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଯଦି କୌଣସି ଅଞ୍ଚଳର ଜୋନ୍‌ ଘୋଷଣାରେ ପରିବର୍ତ୍ତନ ହୁଏ, ତେବେ ତଦନୁଯାୟୀ କୋର୍ଟ ସମୟ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ସେହିଭଳି ରାଜ୍ୟ ସରକାର ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରନ୍ତି, ତେବେ ସେହି ଅଞ୍ଚଳରେ ଥିବା କୋର୍ଟକୁ ବନ୍ଦ କରିବାର କ୍ଷମତା ଜିଲା ଜଜ୍‌ଙ୍କୁ ପ୍ରଦାନ କରାଯାଇଛି। କିନ୍ତୁ ଏଥିପାଇଁ ତାଙ୍କୁ ହାଇକୋର୍ଟ ଠାରୁ ଅନୁମତି ନେବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଉଦ୍ୟମ ଘଟଣା: ବର୍ଷେ ପରେ ୨ ନାବାଳକ ଜେଜେବିରେ ହାଜର

ଦିଗପହଣ୍ଡି, ୭।୯ (ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀନାରାୟଣପୁର ଗ୍ରାମର ବେନୁ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପ୍ରାୟ ଏକ ବର୍ଷ…

ଗଛରେ ପିଟିହେଲା ବାଇକ: ଚାଲିଗଲା ୨ ଜୀବନ

ଅତାବିରା, ୭।୯(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧିନସ୍ଥ କାଦୋବାହାଲରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ବାଇକ…

ମୋବାଇଲ ଦେଖୁଥିଲେ ରାଜକୁମାର, ହଠାତ୍‌ ଘରେ ପଶିଲେ ଚୋର: ଆଉ ତା’ପରେ ଘଟିଲା…

ମାର୍ଶାଘାଇ,୭।୯(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଏକ ବଡ଼ଧରଣର ଲୁଟ ଘଟଣା ଘଟିଛି। ଚାରିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କ…

କୈଶବ ବିହାରୀଙ୍କୁ ମିଳିଲା ବଡ଼ ଦାୟିତ୍ୱ: କଳାହାଣ୍ଡିରେ ଖୁସିର ଲହରୀ

ଭବାନୀପାଟଣା,୭।୯(ଉତ୍ତମ କୁମାର ଦାଶ):ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ରବିବାର ରାଷ୍ଟ୍ରୀୟ ସଫେଇ କର୍ମଚାରୀ ଆୟୋଗ (ଏନସିଏସକେ)ର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କୁ…

ଦାଦାବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୭।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଦାଦାବଟି ମାଗି ଜଣେ ବ୍ୟକ୍ତିଙ୍କୁ ମାଡ଼ ମାରି ହତ୍ୟା ଉଦ୍ୟମ ଓ ଟଙ୍କା ଛଡ଼ାଇ…

ରାଜ୍ୟ କ୍ୟାବିନେଟ୍‌ରେ ବଡ଼ ଘୋଷଣା: ପେନସନ୍‌ ବିଳମ୍ବ ହେଲେ ମିଳିବ ସୁଧ

ଭୁବନେଶ୍ୱର, ୭।୯: ୧୮ ପ୍ରସ୍ତାବକୁ ମିଳିଲା ରାଜ୍ୟ କ୍ୟାବିନେଟ୍‌ର ଅନୁମୋଦନ। ୧୨ ଟି ବିଭାଗର ୧୮ଟି ପ୍ରସ୍ତାବକୁ ସୋମବାର ଅନୁମୋଦନ ମିଳିଛି। ଏଥିରେ ଓଡ଼ିଶା ଜନ ବିଶ୍ୱାସ…

୨୦ ବର୍ଷ ସଶ୍ରମ କାରାଦଣ୍ଡ ଭୋଗୁଥିବା କଏଦୀ ଫେରାର୍‌: ସୁରକ୍ଷାକର୍ମୀଙ୍କୁ ଚକ୍‌ମା ଦେଖାଇ…

ନୂଆପଡ଼ା,୭ା୯ (ମକାରୁ ବେମାଲ):ନୂଆପଡ଼ା ଉପକାରାଗାରରୁ ସୋମବାର ଜଣେ କଏଦୀ ଫେରାର ହୋଇଯାଇଛନ୍ତି। ସେ ହେଲେ ସିନାପାଲି ଥାନା କେନ୍ଦୁମୁଣ୍ଡା ପଞ୍ଚାୟତ କାନ୍ଦୁଲକୋନା ଗଁାର ବିଶ୍ୱବିହାରୀ ମାଝି (୩୦)।…

ଆରଆଇ କାର୍ଯ୍ୟାଳୟରେ ତାଲା: ପଲିଥିନ୍‌ରୁ ବଞ୍ଚିତ ବନ୍ୟା ପ୍ରଭାବିତ

ହାଟଡିହୀ/ଛେନାପଦୀ, ୭।୯ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ସମଣା ରାଜସ୍ବ ନିରୀକ୍ଷକ (ଆରଆଇ) କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ତାଲା ଝୁଲୁଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri