Posted inଖେଳ

ଜୈବିକ କୃଷିକୁ ଆପଣେଇଛନ୍ତି ପୂର୍ବତନ ଫୁଟବଲ ଅଧିନାୟକ

ନୂଆଦିଲ୍ଲୀ, ୧୬।୬-
କରୋନା ଭାଇରସ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ଯୋଗୁ ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ଗୌରମାଙ୍ଗି ସିଂ ସମ୍ପ୍ରତି ପରିବାର ସହିତ ଇମ୍ଫାଲରେ ରହୁଛନ୍ତି। ଘରେ ବସିରହିବା ଅପେକ୍ଷା ଜୈବିକ କୃଷିକୁ ଆପଣେଇ ନିଜ ଜମିରେ ବିଭିନ୍ନ ପନିପରିବା ଚାଷକରି ସମୟ ଅତିବାହିତ କରୁଛନ୍ତି। ”ଆମର ଏକ ଛୋଟ ଜମି ଅଛି, ଏହା ଏକ ଏକରରୁ କମ୍‌ ହେବ। ଆମ ଘରଠାରୁ ଏହା ଅଳ୍ପଦୂରରେ ରହିଛି। ଗତ ୨ ବର୍ଷ ଧରି ସେଠାରେ ଆମେ ପନିପରିବା ଚାଷ କରିଆସୁଛୁ। ଲକ୍‌ଡାଉନ୍‌ ସମୟରେ ମୁଁ ଅନ୍ୟ ଭାଇମାନଙ୍କ ସହ ମିଶି ଲଙ୍କା, ହଳଦୀ, ଅଦା, ମକା, କଲରା, କଖାରୁ ଆଦି ବିଭିନ୍ନ ପ୍ରକାର ପନିପରିବା ଚାଷ କରିବାକୁ ଚେଷ୍ଟା କରିଛୁ“ ବୋଲି ଗୌରମାଙ୍ଗି ପ୍ରକାଶ କରିଛନ୍ତି।
ଏଥିରୁ ତାଙ୍କୁ ବହୁତ ଆନନ୍ଦ ମିଳିଛି ଏବଂ ନୂଆ ଅନୁଭୂତି ହେବା ସହ ଉପାଦେୟ ମଧ୍ୟ ହୋଇଛି ବୋଲି ଏହି ପୂର୍ବତନ ଡିଫେଣ୍ଡର ପ୍ରକାଶ କରିଛନ୍ତି। ଗୌରମାଙ୍ଗି ସମ୍ପ୍ରତି ଦ୍ୱିତୀୟ ଡିଭିଜନ ଲିଗ୍‌ ଦଳ ଏଫସି ବେଙ୍ଗାଲୁରୁ ୟୁନାଇଟେଡର ମୁଖ୍ୟ କୋଚ୍‌ ଅଛନ୍ତି। ପରିବା ବଗିଚାରେ କାର୍ଯ୍ୟ କରି ଖୁବ୍‌ ମଜା ଅନୁଭବ କରିଛି। ସେଠାରେ ମୁଁ ପ୍ରତିଦିନ କିଛି ସମୟ ଅତିବାହିତ କରୁଛି। ଗଛ ଲଗାଇବା ସହ ପାଣିଦିଏ ଏବଂ ପରିବା ତୋଳେ। ଆମର ପରିଶ୍ରମ ସଫଳ ହୋଇଥିବାରୁ ବହୁତ ସନ୍ତୋଷ ଲାଗିଛି ବୋଲି ସେ କହିଛନ୍ତି। ଉଭୟ ମାନସିକ ଓ ଶାରୀରିକଭାବେ ନିଜକୁ ସତେଜ ରଖିବା ପାଇଁ ଏହା ଏକ ଭଲ ମାଧ୍ୟମ। ଏହାଦ୍ୱାରା ଆମେ ଭଲ ପରିବା ଖାଇବା ସହ ପରିବାର ସହିତ ବହୁ ସମୟ ବିତାଇ ପାରୁଛୁ। ଭବିଷ୍ୟତରେ ମୁଁ ଯେପରି ଆହୁରି ଅଧିକ ପନିପରିବା ଚାଷ କରିପାରିବି ତା ଉପରେ ଗୁରୁତ୍ୱ ଦେଉଛି। ମୋର କେତେକ ବନ୍ଧୁ ଏହା କରୁଛନ୍ତି। ମୁଁ ସେମାନଙ୍କ ସହ କଥା ହୋଇଛି। ସମୟ ଆସିଲେ ମୁଁ ଏହା ଉପରେ ବିଶେଷ ଧ୍ୟାନ ଦେବି ବୋଲି ଗୌରମାଙ୍ଗି କହିଛନ୍ତି।
ସାମ୍ପ୍ରତିକ ସମୟରେ ଭାରତୀୟ ଫୁଟବଲରେ ଗୌରମାଙ୍ଗି ଜଣେ ସଫଳ ଖେଳାଳି। ସେ ଜାତୀୟ ଫୁଟବଲ ଲିଗ୍‌, ଫେଡେରେଶନ କପ୍‌ ଏବଂ ଆଇ-ଲିଗ୍‌ ଟାଇଟଲ ଜିତିବା ସହ ୨୦୧୦ରେ ଏଆଇଏଫଏଫ ପ୍ଲେୟର ଅଫ ଦି ଇୟର ପୁରସ୍କାର ଜିତିଥିଲେ। ୨୦୧୧ରେ ଦୋହାରେ ଭାରତର ଏଏଫସି ଏସିଆନ କପ୍‌ ଅଭିଯାନରେ ମଧ୍ୟ ସେ ସାମିଲ ଥିଲେ। ସେଠାରେ ଭାରତର ପ୍ରଥମ ମ୍ୟାଚରେ ସେ ବାହାରିନ ବିପକ୍ଷରେ ପ୍ରଥମ ଗୋଲଟି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Video: ଆଉଟ୍‌ ଦେଇଥିବା ଅମ୍ପାୟାରଙ୍କଠାରୁ ‘ପ୍ରତିଶୋଧ’ ନେଲେ ବିରାଟ, ସର୍ବସମ୍ମୁଖରେ କଲେ ଏଭଳି…

ନୂଆଦିଲ୍ଲୀ,୨୩।୪: ବିରାଟ କୋହଲି କ୍ରିକେଟ ମଇଦାନରେ ନିଜର କ୍ରୋଧକୁ ନେଇ ପରିଚିତ। ଖେଳ ସମୟରେ ନିଜ ବିରୋଧୀ ଟିମ୍‌ର ମୁହଁ ଏବଂ ବ୍ୟାଟ୍‌ ଉଭୟର ଉଚିତ...

‘ପନ୍ତଙ୍କୁ ଚୟନ କରା ନ ଗଲେ ଭାରତ ମ୍ୟାଚ୍‌ରେ ପ୍ରଭାବ ପଡ଼ିବ’ 

ନୂଆଦିଲ୍ଲୀ,୨୩।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ଚୟନ ଚଳିତ ମାସ ଶେଷ ଆଡ଼କୁ ହୋଇପାରେ। ଦଳରେ ଅନେକ ଖେଳାଳିଙ୍କୁ ଚୟନ କରିବାକୁ ନେଇ ଏଯାଏ...

ହେଲା ବଡ଼ ଖୁଲାସା, ଏହି ଗୋଟିଏ ଭୁଲ୍‌ ପାଇଁ ଆର୍‌ସିବିରେ ନାହାନ୍ତି ଚହଲ…

ନୂଆଦିଲ୍ଲୀ,୨୩।୪: ଯୁଜବେନ୍ଦ୍ର ଚହଲଙ୍କୁ ଦଳରେ ନ ରଖିବାର ନିଷ୍ପତ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)କୁ ଅବଶୋଷ ରହିବ। କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଫ୍ରାଞ୍ଚାଇଜ୍‌ର ପୂର୍ବ କ୍ରିକେଟ...

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri