ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ ଥିବାରୁ ଅନେକେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେହାନ ହେଉଛନ୍ତି ଦେଶର ଭାବୀ ଫର୍ମୁଲା ଓ୍ବାନ ରେସର। ତାଙ୍କ ନାମ ନ ପଠାଇ ଐଶ୍ୱର୍ଯ୍ୟା ପିସେଙ୍କ ନାମ ସୁପାରିସ କରାଯିବା ଉଚିତ୍ ହୋଇ ନାହିଁ ବୋଲି ଅନେକେ ମୋଟର ସ୍ପୋଟର୍ସ ପ୍ରେମୀ ମତବ୍ୟକ୍ତ କରିଛନ୍ତି। ଫେଡେରେଶନ ଅଫ୍ ମୋଟର ସ୍ପୋଟର୍ସ କ୍ଲବ ଅଫ୍୍ ଇଣ୍ଡିଆ (ଏଫ୍ଏମ୍ଏସ୍ସିଆଇ ) ପିସେ, ଅଗ୍ରଣୀ ବାଇକର ସି.ଏସ୍. ସନ୍ତୋଷ ଏବଂ ୨୦୧୬ ଏସିଆ ମାକ୍ସ କାର୍ଟିଂ ଚାମ୍ପିୟନ ଶାହାନ ଅଲି ମହସିନ୍ଙ୍କ ନାମ ଦେଶର ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ ହୋଇଛି। ୨୧ ବର୍ଷୀୟ ଦାରୁବାଲା ଜଣେ ଇଣ୍ଡିଆନ ରେସ୍ରେ ଭାବେ ଏକାଧିକ ରେସ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ୩ ଥର ଉପେକ୍ଷା ପରେ ରାଲି ଡ୍ରାଇଭର ଗୌରବ ଗିଲ୍ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଥିଲେ। ଜେହାନ ହେଉଛନ୍ତି ଭାରତୀୟ ମୋଟର ସ୍ପୋଟର୍ସ ଅନ୍ୟତମ ଷ୍ଟାର। ସୁପାରିସ ପୂର୍ବରୁ ଜେହାନଙ୍କ ନାମ ଆଲୋଚନା ହୋଇଥିଲା। ଯଦି ନିକଟରେ କୌଣସି ଭାରତୀୟ ଫର୍ମୁଲା ଓ୍ବାନ ରେସ୍ରେ ଭାଗନେବାର ସୌଭାଗ୍ୟ ଅର୍ଜନ କରନ୍ତି ସେ ହେଉଛନ୍ତି ଜେହାନ। ଯଦି ସମ୍ଭବ ହୁଏ ତେବେ ନାରାୟଣ କାର୍ତ୍ତିକେୟନ ଓ କରୁଣ ଚାଣ୍ଡୋକଙ୍କ ପରେ ସେ ଭାରତର ତୃତୀୟ ଫର୍ମୁଲା ଓ୍ବାନ୍ ଡ୍ରାଇଭର ବିବେଚିତ ହେବେ। ସ୍ବଳ୍ପ ବୟସରେ ଦାରୁବାଲା ଇତିମଧ୍ୟରେ ଅନେକ ସଫଳତା ହାସଲ କରି ସାରିଲେଣି। ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବେ ନ୍ୟୁଜିଲାଣ୍ଡ ଗ୍ରାଁ ପ୍ରି ଟାଇଟଲ ହାସଲ କରିଥିଲେ। ଏଫ୍ଆଇଏ ଫର୍ମୁଲା ୩ ୟୁରୋପିଆନ ଚାମ୍ପିୟନଶିପ୍ର ଦୁଇଟି ସିଜନ (୨୦୧୭-୨୦୧୮)ରେ ଦୁଇଟି ରେସ୍ ଜିତିବା ବ୍ୟତୀତ ୮ଟିରେ ପୋଡିୟମ ଫିନିଶ କରିଥିଲେ। କୋଭିଡ୍-୧୯ ଯୋଗୁ ଫର୍ମୁଲା-୨ ସିଜନ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି। ୪ଥର ବିଶ୍ୱ ଚାମ୍ପିୟନ ରେଡ୍ ବୁଲ୍ ଏହାର ଜୁନିୟର ଡ୍ରାଇଭର ପ୍ରୋଗ୍ରାମ ପାଇଁ ଦାରବାଲାଙ୍କୁ ଅନୁବନ୍ଧିତ କରିଛି।
ଜିମ୍ବାଓ୍ବେ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ସଞ୍ଜୁ ସାମସନ ବାଦ୍
ନୂଆଦିଲ୍ଲୀ, ୬ା୭: ଚଳିତମାସ ପରବର୍ତ୍ତୀ ଭାଗରେ ଖେଳାଯିବାକୁ ଥିବା ଜିମ୍ବାଓ୍ବେ ବିପକ୍ଷ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ସିରିଜ ପାଇଁ ସୋମବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଚୟନକର୍ତ୍ତାମାନେ…
କ୍ୱାର୍ଟରରେ ଇଂଲଣ୍ଡ, ମେକ୍ସିକୋର ଅଭିଯାନ ଶେଷ
ମେକ୍ସିକୋ ସିଟି, ୬ା୭: ଘରୋଇ ଫିଲ୍ଡ ଓ ପରିବେଶରେ ଖେଳିବାର ଫାଇଦା ସହିତ ପ୍ରତିପକ୍ଷ ଦଳ ପ୍ରାୟତଃ ଦ୍ୱିତୀୟାର୍ଦ୍ଧ ୧୦ ଖେଳାଳିରେ ଖେଳିବା ସତ୍ତ୍ୱେ ମେକ୍ସିକୋର ଅଭିଯାନ…
W, W, W, W..ଡବଲ୍ ହ୍ୟାଟ୍ରିକ ନେଇ ଇତିହାସ ରଚିଲେ ଏହି ବୋଲର୍
ନୂଆଦିଲ୍ଲୀ,୬।୭: ଶ୍ରୀଲଙ୍କାର ପେସ-ବୋଲିଂ ଅଲରାଉଣ୍ଡର ଦାସୁନ ଶାନାକା ଡବଲ ହ୍ୟାଟ୍ରିକ କରି ଇତିହାସ ରଚିଛନ୍ତି। ଆମେରିକାରେ ଚାଲିଥିବା ମେଜର ଲିଗ କ୍ରିକେଟ ଟୁର୍ନାମେଣ୍ଟ ସମୟରେ ଶ୍ରୀଲଙ୍କାର ଏହି…
IND vs ENG 3rd T20I Playing-11: ବାଦ ପଡ଼ିବେ ରବି-ବୈଭବ, ଏହି ୨ ଖେଳାଳିଙ୍କ ହୋଇପାରେ ଏଣ୍ଟ୍ରି!
ନୂଆଦିଲ୍ଲୀ,୬।୭: ଭାରତର T20 ଦଳର ନୂତନ ଅଧିନାୟକ ଶ୍ରେୟସ ଆୟର ଏବେ ବି ତାଙ୍କର ପ୍ରଥମ ବିଜୟ ଖୋଜୁଛନ୍ତି। ସେ ଆୟରଲ୍ୟାଣ୍ଡ ଭଳି ଦଳ ବିପକ୍ଷରେ ଖାତା…
ସଙ୍କଟମୋଚକ ସାଜିଲେ ଦ୍ରାବିଡଙ୍କ ସାନ ପୁଅ: କ୍ରିକେଟ୍ ପଡ଼ିଆରେ କଲେ ଏମିତି କାରନାମା
ନୂଆଦିଲ୍ଲୀ,୬।୭: କ୍ରିକେଟ ପଡ଼ିଆରେ ରାହୁଲ ଦ୍ରାବିଡଙ୍କୁ ପ୍ରାୟତଃ ଟିମ ଇଣ୍ଡିଆର ‘ସଙ୍କଟମୋଚକ’ ଏବଂ ‘କାନ୍ଥ’ ଭାବରେ ଦେଖାଯାଏ। ଏବେ ତାଙ୍କ ସାନ ପୁଅ ଅନଭୟ,ତାଙ୍କ ପଦାଙ୍କ ଅନୁସରଣ…
ରେଡ୍ କାର୍ଡ ପ୍ରତ୍ୟାହାର ପରେ ଫିଫାକୁ ଧନ୍ୟବାଦ୍ ଦେଲେ ରାଷ୍ଟ୍ରପତି ଟ୍ରମ୍ପ
ନ୍ୟୁୟର୍କ,୬ା୭: ବୋସନିଆ-ହର୍ଜଗୋଭିନା ବିପକ୍ଷ ରାଉଣ୍ଡ ଅଫ୍-୩୨ ମ୍ୟାଚ୍ରେ ଆମେରିକୀୟ ଫରଓ୍ବାର୍ଡ ଫୋଲାରିନ ବାଲୋଗନଙ୍କୁ ଦିଆଯାଇଥିବା ରେଡ୍ କାର୍ଡକୁ ଫିଫା ରବିବାର ସସ୍ପେଣ୍ଡ କରିଛି। ଏଥିଯୋଗୁ ସେ ମଙ୍ଗଳବାର…
ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…
ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍ ଖେଳାଳି ନେମାର। ଫିଫା ବିଶ୍ୱକପ୍ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…
ମହିଳା ଟି୨୦ ବିଶ୍ୱକପ୍: ଅଷ୍ଟ୍ରେଲିଆ ଚାମ୍ପିୟନ
ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…
Archives

