ଜେଟ୍‌ଲୀଙ୍କ ଶ୍ରଦ୍ଧାଞ୍ଜଳି ସଭା:ଦକ୍ଷତା କଥା ବଖାଣିଲେ ନେତୃବୃନ୍ଦ

ଭୁବନେଶ୍ୱର,୬-୯(ବ୍ୟୁରୋ):ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପା ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କ ସ୍ମରଣରେ ଗୁରୁବାର ସ୍ଥାନୀୟ ଏକ ଘରୋଇ ହୋଟେଲରେ ସାର୍ବଜନୀନ ଏବଂ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି ା ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍‌, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସବୁ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ, ସ୍ବେଚ୍ଛାସେବୀ, ସମାଜସେବୀଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ା ଏହି ଅବସରରେ ରାଜ୍ୟପାଳ ଗଣେଶୀ ଲାଲ୍‌ କହିଛନ୍ତି, କେତେ ଜଣ କୁହନ୍ତି ଶତ୍ରୁଙ୍କଠାରୁ ସାବଧାନ ରୁହନ୍ତୁ ଏବଂ କେତେଜଣ କୁହନ୍ତି ଶତ୍ରୁତା କାହିଁକି କରାଯାଉଛି। କିନ୍ତୁ ଜେଟ୍‌ଲୀ ଅଜାତଶତ୍ରୁ ଥିଲେ। ସେ ଜଣେ ସ୍ଥିରବୁଦ୍ଧି, ଆମତ୍ ବୁଦ୍ଧିମାନ୍‌ ବ୍ୟକ୍ତି ଥିଲେ। ସେ ମୋର ପ୍ରିୟ ବନ୍ଧୁ ଥିଲେ। ଯେତେବେଳେ ପ୍ରଫେସର ଥିଲି ସେତେବେଳେ ସେ ବିଶ୍ୱବିଦ୍ୟାଳୟର ସଭାପତି ହୋଇଥିଲେ। ତାଙ୍କ ସହ ମିଶି ଭୋଜନ କରିବା ସ୍ମୃତିକୁ ମନେପକାଇ ରାଜ୍ୟପାଳ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଜେଟ୍‌ଲୀ ଓଡ଼ିଶାର ଜଣେ ଭଲ ବନ୍ଧୁ ଥିଲେ। ସେ ସବୁବେଳେ କହୁଥିଲେ ଓଡ଼ିଆ ଲୋକ ଟଙ୍କା ରୋଜଗାର କରିପାରିବେ ନାହିଁ। କାରଣ ଓଡ଼ିଶାରେ ବହୁ ବୁଦ୍ଧିଜୀବୀ ଲୋକ ରୁହନ୍ତି। ସେମାନେ ଡାକ୍ତର, ବୈଜ୍ଞାନିକ, ଏହା ସହ ବହୁ ବଡ଼ବଡ଼ ପଦବୀରେ ରହିପାରିବେ ମାତ୍ର ଟଙ୍କା ରୋଜଗାର କରିପାରିବେ ନାହିଁ। ନବକଳେବର ସମୟରେ ସେ ଅର୍ଥର ବ୍ୟବସ୍ଥା କରିବା ସହ ନବକଳେବର ସ୍ମାରକୀ ମୁଦ୍ରା ପ୍ରଚଳନ କରିବା ପାଇଁ ଅନୁମତି ଦେଇଥିଲେ। ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତ୍ତିରେ ଜେଟ୍‌ଲୀ ବଜେଟ ପାଇଁ ପାଇକ ବିଦ୍ରୋହର ସ୍ମୃତିରେ ଶଦ୍ଦ ସଂଯୋଜନା କରିଥିଲେ। ଓଡ଼ିଶାବାସୀ ଜଣେ ବନ୍ଧୁ ଏବଂ ଅଭିଭାବକଙ୍କୁ ହରାଇଲା। ମହାପ୍ରଭୁ ଜଗନ୍ନାଥ ତାଙ୍କୁ ନିଜ ପାଖକୁ ନେଇଯାଆନ୍ତୁ ବୋଲି ଧର୍ମେନ୍ଦ୍ର କହିଛନ୍ତି ା
ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଭାରତର ରାଜନୀତି କ୍ଷେତ୍ରରେ ଗଣତନ୍ତ୍ର ରକ୍ଷା କରିବାରେ ଜେଟ୍‌ଲୀ ସୁପ୍ରିମକୋର୍ଟରେ ଜଣେ ଦକ୍ଷ ଆଇନଜୀବୀ ଏବଂ ରାଜନୀତିରେ ଜଣେ ଦକ୍ଷ ରାଜନେତା ଭାବେ ବେଶ୍‌ ପ୍ରଭାବଶାଳୀ ଥିଲେ। ତାଙ୍କ ବକ୍ତବ୍ୟ ପ୍ରତ୍ୟେକ ରାଜନୀତି ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ ା ଦିଲ୍ଲୀରେ ଭେଟ ହେବା ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ପଚାରି ବୁଝନ୍ତି। ଜେଟ୍‌ଲୀ ଯେଉଁ ପ୍ରେରଣା ଭାରତୀୟ ଯୁବକମାନଙ୍କ ମନରେ ଦେଇଯାଇଛନ୍ତି ସେହି ରାସ୍ତାରେ ଚାଲିବାକୁ ସମସ୍ତେ ଚେଷ୍ଟା କରନ୍ତୁ ବୋଲି ସୂର୍ଯ୍ୟନାରାୟଣ କହିଛନ୍ତି ା
ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଜଣେ ଛାତ୍ର ନେତା, ଅଭିବକ୍ତା, ବିଚକ୍ଷଣ ଓକିଲ, କାର୍ଯ୍ୟକର୍ତ୍ତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ହିସାବରେ ଜେଟ୍‌ଲୀଙ୍କ କାର୍ଯ୍ୟ କରିବାର ଶୈଳୀ ଅତୁଳନୀୟ ଥିଲା। ସାରା ଭାରତରେ ତାଙ୍କୁ ଲୋକମାନେ ଗ୍ରହଣ କରୁଥିଲେ। ଏହାସହ ନବୀନ ପଟ୍ଟନାୟକ ତାଙ୍କ ହାତରେ ପଠାଇଥିବା ବାର୍ତ୍ତାକୁ ମଧ୍ୟ ସେ ସେଠାରେ ପ୍ରକାଶ କରିଥିଲେ। କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି, ଜେଟ୍‌ଲୀଜୀ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ା ତାଙ୍କ ପରଲୋକରେ ଭାରତୀୟ ରାଜନୀତି ଜଣେ ଆଦର୍ଶବାଦୀ ରାଜନେତାଙ୍କୁ ହରାଇଛି ା ସେ ଜଣେ ବରିଷ୍ଠ ଆଇନଜୀବୀ ସହ ଦକ୍ଷ ରାଜନୀତିଜ୍ଞ ଥିଲେ ା ଉଭୟ କୁଟନୀତି ଓ ରାଜନୀତିରେ ପୂରା ପାରଙ୍ଗମ ଥିଲେ ବୋଲି ସୁରେଶ କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି, ୧୯୭୪ରେ କଂଗ୍ରେସ ସରକାର ଏବଂ ଭି.ପି ସିଂହ ସରକାର ୧୯୮୯ ଆନ୍ଦୋଳନ ସମୟରେ ଜେଟ୍‌ଲୀ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ କରିଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ, ବୈଜୟନ୍ତ ପଣ୍ଡା, ଏମ୍‌ପି ସୁରେଶ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ, ବରିଷ୍ଠ ଭାଜପା ନେତା ବିଜୟ ମହାପାତ୍ର, ବିଧାୟକ ମୋହନ ମାଝୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଭା ଏମ୍‌ପି ରଘୁନାଥ ମାହାପାତ୍ର, ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ। ସିପିଆଇ, ସିପିଏମ୍‌ ନେତାଙ୍କ ସହ ଅନ୍ୟମାନେ ଜେଟ୍‌ଲୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌ଏସି ନିର୍ବାଚନ ପାଇଁ କଂଗ୍ରେସର ବଡ଼ ପ୍ରସ୍ତୁତି

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନଗର କଂଗ୍ରେସ କମିଟି ପକ୍ଷରୁ ସାଙ୍ଗଠନିକ ସଭା ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଲ୍ୟାଣ…

ବଲାଙ୍ଗୀରରୁ ଫରେଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅଫିସ ଷ୍ଟାଫ୍ କ୍ବାର୍ଟରରେ…

ବଲାଙ୍ଗୀର,୨୦।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଫରେଷ୍ଟ ରେଞ୍ଜ ଅଫିସ ପଛପଟେ ଥିବା ଷ୍ଟାଫ କ୍ବାଟରୁ ଫରେଷ୍ଟରଙ୍କ ମୃତଦେହ ଉଦ୍ଧାର ହୋଇଛି । ଝୁଲନ୍ତା ଅବସ୍ଥାରେ ତାଙ୍କ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

ଭାଜପା ମୁହାଁ ନେତା କର୍ମୀ

ହାଟଡିହୀ,୨୦।୯(ଶୁଭକାନ୍ତ ନାୟକ): ଆଗକୁ ପଞ୍ଚାୟତ ନିର୍ବାଚନ। କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ,…

ଚମକାଇଦେଲା BCCIର ନିଷ୍ପତ୍ତି! ଟିମ୍ ଇଣ୍ଡିଆର ନୂଆ ହେଡ୍ କୋଚ୍ ହେଲେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଦ୍ରୁତ ବୋଲର ଲକ୍ଷ୍ମୀପତି ବାଲାଜୀଙ୍କୁ ଭାରତ-ଏ ଦଳର ହେଡ୍‌ କୋଚ୍‌ ଭାବେ ନିଯୁକ୍ତ କରାଯାଇଛି । ଅଷ୍ଟ୍ରେଲିଆ-ଏ ବିପକ୍ଷ ମଲ୍ଟି-ଫର୍ମାଟ୍‌…

ବିହାରୀ କଏଦୀ ଫେରାର ଘଟଣା: ଚୌଦ୍ୱାର ଜେଲ ଅଧୀକ୍ଷକ ଗିରଫ

କଟକ,୨୦।୯(ପ୍ରଭୁ କଲ୍ୟାଣ ପାଲ ): ବିହାରୀ କଏଦୀ ଫେରାର ଘଟଣାରେ ଗିରଫ ହେଲେ ଚୌଦ୍ୱାର ଜେଲ ଅଧୀକ୍ଷକ ସୁଜିତ ରାଉଳ। ଜେଲ ମିନିଟି ବୁକ୍‌ରେ ଜାଲିଆତି ନେଇ…

ଅଡବା ପୋଲିସକୁ ବଡ଼ ସଫଳତା, ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ହଜାରେ କେଜି ଜବତ

ମୋହନା,୨୦।୯( ମନ୍ମଥ ମିଶ୍ର ): ଗଜପତି ଜିଲାରେ ବେଆଇନ ଗଞ୍ଜେଇ କାରବାର ବିରୋଧରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନରେ ଅଡବା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି…

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?