ଜିଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଅଞ୍ଚଳବାସୀ

ଅନୁଗୋଳ ଅଫିସ, ୨୪।୯

ଅନୁଗୋଳ ନୂଆମୌଜା ପଞ୍ଚାୟତ ଶରଧାପୁର ଗ୍ରାମର ଅନେକ ଲୋକ ସରକାରୀ ଯୋଜନା ଓ ସହାୟତାରୁ ବଞ୍ଚିତ ରହିଛନ୍ତି। ଏ ନେଇ ଗ୍ରାମର ୧୮ ଜଣ ସୋମବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କୁ ଭେଟି ତୁରନ୍ତ ସମସ୍ୟା ସମାଧାନ ପାଇଁ ଦାବି କରିଛନ୍ତି।
ଗ୍ରାମବାସୀ ଦର୍ଶାଇଛନ୍ତି ଯେ, ଗ୍ରାମର ସୁବାସ ଚନ୍ଦ୍ର ପ୍ରଧାନଙ୍କ ଘର ବର୍ଷାରେ ଭାଙ୍ଗି ଯାଇଛି। ହେଲେ ତାଙ୍କୁ ଏଯାଏ ସରକାରୀ ସହାୟତା ମିଳିପାରି ନାହିଁ। ଭିନ୍ନକ୍ଷମ ହୋଇଥିଲେ ବି ବବୁଲୁ ସାହୁ ଓ ବାସନ୍ତୀ ସାହୁଙ୍କୁ ସରକାରଙ୍କ ଭତ୍ତା ଯୋଜନାରେ ସାମିଲ କରାଯାଇ ନାହିଁ। ଗାଁର ନେକୁରୀ ସାହୁ, ପରମା ସାହୁ, ଶିକର ସାହୁ, କୁନି ସ୍ବାଇଁ, ଦୁହିତା ବେହେରା, ଶ୍ରୀବତ୍ସ ସାହୁ, ଟିକିଲି ସାହୁ, ବିଛିଲି ପାତ୍ର, କମାର ପାତ୍ର, ଅରକ୍ଷିତ ବେହେରା, ବୁଧେଇ ସାହୁ, ମଙ୍ଗୁଳୁ ସାହୁ, କବିତା ସାହୁ, ଶୁକଦେବ ସାହୁ ପ୍ରମୁଖ ବୃଦ୍ଧାବୃଦ୍ଧଙ୍କୁ ଏଯାଏ ଭତ୍ତା ମିଳିପାରି ନାହିଁ। ଏ ନେଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଧାଉଁଥିଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ସେମାନେ ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ନୂଆମୌଜା ସରପଞ୍ଚ ଜ୍ୟେତ୍ସ୍ନାରାଣୀ ନାୟକ କହିଛନ୍ତି, ପଞ୍ଚାୟତର ଲୋକେ କିଭଳି ସରକାରୀ ସୁବିଧା ପାଇବେ ସେଥିପାଇଁ କାର୍ଯ୍ୟ କରାଯାଉଛି। ଲୋକମାନେ ସେମାନଙ୍କ କାଗଜପତ୍ର ଦାଖଲ କଲେ ସେମାନଙ୍କୁ ସରକାରୀ ଯୋଜନା ସହ ଅନ୍ୟାନ୍ୟ ସହାୟତା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

୨୯ ଦିନରେ ପହଞ୍ଚିଲା ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ପଟୁଆରରେ ସହର ପରିକ୍ରମା କଲେ ମା‘

ଛତ୍ରପୁର, ୧।୬ (ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟା ଦେବୀ ମା ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରାକୁ ନେଇ ସାରା ସହର ଉତ୍ସବମୁଖର ହୋଇଉଠିଛି। ସୋମବାର ଯାତ୍ରାର…

ପାଣି ପାଇଁ ବ୍ଲକ ସମ୍ମୁଖରେ ଅନଶନ କଲେ ସମିତି ସଭ୍ୟ, ବାଲଟି ଧରି ମହିଳାମାନେ

ବଲାଙ୍ଗୀର,୧।୬(ସୁନିଲ କୁମାର ମହାନ୍ତି): ପାଣି ପାଇଁ ସମିତି ସଭ୍ୟ ବ୍ଲକ ସମ୍ମୁଖରେ ଅନଶନ କରିଥିବା ବେଳେ ମହିଳାମାନେ ରାସ୍ତା ଅବରୋଧ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ…

Featured Video Play Icon

ପୋଲିସ ଟିମ୍‌ ନେଇ ଶାଶୂ ଘରେ ପହଞ୍ଚିଲେ ତ୍ରିଷ୍ଣା, ତା’ପରେ…

ଭୁବନେଶ୍ୱର, ୧।୬: ୟ୍ୟୁଟବର ତ୍ରିଷ୍ଣା ପୋଲିସ ଉପସ୍ଥିତରେ ଶାଶୂ ଘରେ ପହଞ୍ଚି ସମସ୍ତ ଯୌତୁକ ଜିନିଷ…

ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗ ସହ ଖେଳ: ଅନଲାଇନରେ ମହାପ୍ରସାଦ, ଖଜା ବିକ୍ରି ନେଇ…

ପୁରୀ, ୧।୬ (ଅଜିତ କୁମାର ମହାନ୍ତି): ପୁଣିଥରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଅପମାନ ହେଉଥିବା ସହ ଭକ୍ତମାନଙ୍କ ଭାବାବେଗ ସହିତ ଖେଳାଯାଉଥିବା ଘଟଣା ସାମ୍ନାକୁ ଆସିଛି। ଅନଲାଇନ…

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା; ବଡ଼ ଆକ୍ସନ, ୩ ପୋଲିସ….

ଭୁବନେଶ୍ବର,୧।୬: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ମାମଲା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ବର୍ତ୍ତମାନ ବଡ଼ ଆକ୍ସନ ନିଆଯାଇଛି । କବିସୂର୍ଯ୍ୟନଗର ଥାନା ଓ ବାଲିଚାଇ…

ଟୋକନ ସମସ୍ୟା ନେଇ ଆମରଣ ଅନଶନରେ ଚାଷୀ : ସ୍ଥାୟୀ ସମାଧାନ ନ ହେଲେ…

ଝାରବନ୍ଧ, ୧।୬ (ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଟୋକନ ସମସ୍ୟାର ସମାଧାନ ଦାବିରେ ସୋମବାର ଡଭା…

ଅର୍ଥ ବିଭାଗର ବଡ଼ ନିର୍ଦ୍ଦେଶ: ସରକାରୀ କାର୍ଯ୍ୟରେ EV ବାଧ୍ୟତାମୂଳକ

ଭୁବନେଶ୍ୱର,୧।୬: ଅର୍ଥ ବିଭାଗ ପକ୍ଷରୁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳି ଜାରି କରାଯାଇଛି। ସରକାରୀ କାର୍ଯ୍ୟରେ ଇଲେକ୍ଟ୍ରିକ ଯାନବାହନ (EV) ବ୍ୟବହାର ପାଇଁ ଅର୍ଥ ବିଭାଗ ପକ୍ଷରୁ…

ଇନ୍ଦ୍ରମଣି ସ୍କୁଲ ଚୋରି ଘଟଣା; ୱାଚମ୍ୟାନକୁ ଉଠାଇନେଲା ଧାମନଗର ପୋଲିସ

ତିହିଡ଼ି,୧।୬(କାଳନ୍ଦୀ ବେହେରା): ଧାମନଗର ଥାନା ଅନ୍ତର୍ଗତ ଇନ୍ଦ୍ରମଣି ଉଚ୍ଚ ବିଦ୍ୟାପୀଠରେ ଘଟିଥିବା ବଡ଼ଧରଣର ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିଦ୍ୟାଳୟରୁ ଇନଭର୍ଟର, ଦୁଇଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri