ଜିଲା ପରିଷଦ ସଭ୍ୟାଙ୍କ ସଭ୍ୟପଦ ରଦ୍ଦ: ସାନି ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଲେ ଜିଲା ଦୌରାଜଜ୍‌

ଯାଜପୁର ଟାଉନ,୧୧।୧୨(ଡି.ଏନ୍‌.ଏ.)- ଯାଜପୁର ଜିଲା କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୩ ନଂ ଜୋନ୍‌ରୁ ନିର୍ବାଚିତ ବିଜେଡି ସଭ୍ୟା ଝରଣା ରାଉତଙ୍କ ସଭ୍ୟପଦ ରଦ୍ଦ ହୋଇଛି। ଯାଜପୁର ଜିଲା ଦୌରାଜଜ୍‌ ବିରଞ୍ଚତ୍ ନାରାୟଣ ମିଶ୍ର ଗତ ୫ତାରିଖରେ ଏନେଇ ରାୟ ପ୍ରକାଶ କରିଛନ୍ତି। ୩ସନ୍ତାନର ଜନନୀ ହୋଇଥିବାରୁ ଝରଣାଙ୍କୁ ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ସହ ସଭ୍ୟପଦ ପୂରଣ ପାଇଁ ପୂନଃ ନିର୍ବାଚନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ ଯେ, ଓଡ଼ିଶା ଜିଲା ପରିଷଦ ଆଇନ ଅନୁଯାୟୀ ସଦସ୍ୟା ଝରଣାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ତାଙ୍କର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଜୟଶ୍ରୀ ସାହୁ ଓ କଂଗ୍ରେସ ପ୍ରାର୍ଥୀ ରୀତା ମିଶ୍ର ଯାଜପୁର ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ପୃଥକ୍‌ ପୃଥକ୍‌ ମାମଲା ଦାୟର କରିଥିଲେ।
ମିଳିଥିବା ସୂଚନା ଅନୁସାରେ ଜିଲାପରିଷଦ ନିର୍ବାଚନରେ ୩୩ନଂ ଜୋନ ପାଇଁ ନାମାଙ୍କନ ପତ୍ର ଦାଖଲ ସମୟରେ ଝରଣା ରାଉତ ତାଙ୍କର ୩ଟି ସନ୍ତାନ ଥିବା ତଥ୍ୟ ଲୁଚାଇ ଥିବା ଜଣାପଡ଼ିବା ପରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜୟଶ୍ରୀ ଓ ରୀତା ପ୍ରଥମେ ଜିଲା ନିର୍ବାଚନ ଅଧିକାରୀ ତଥା ଯାଜପୁର ଉପ-ଜିଲାପାଳଙ୍କ ନିକଟରେ ୧୮।୧।୨୦୧୭ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ତାଙ୍କର ପ୍ରାର୍ଥୀପତ୍ର କାଏମ ରଖିଥିଲେ। ୨୧।୧।୨୦୧୭ରେ ନିର୍ବାଚନ ହୋଇଥିଲା ଏବଂ ବିଜେଡି ପ୍ରାର୍ଥୀ ଭାବରେ ଝରଣା ସର୍ବାଧିକ ଭୋଟ ପାଇ ବିଜୟ ହୋଇଥିଲେ। ପରେ ୧୦।୩।୨୦୧୭ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଦୁଇଟି ନିର୍ବାଚନୀ ମାମଲା ଯାଜପୁର ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ରୁଜୁ କରିଥିଲେ। ନାମାଙ୍କନପତ୍ର ଯାଞ୍ଚ ବେଳେ ପ୍ରାର୍ଥୀଙ୍କ ବିରୋଧରେ ଉଠିଥିବା ଅଭିଯୋଗର ତଦନ୍ତ କରାଯାଇ ସତ୍ୟ ସ୍ପଷ୍ଟ କରାଯିବା ନିର୍ବାଚନ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ ହୋଇଥିଲେ ମଧ୍ୟ ଏକ୍ଷେତ୍ରରେ ତାଙ୍କର ନିରବତାକୁ ଅଦାଲତ ତାଙ୍କ ରାୟରେ ନାପସନ୍ଦ କରିଛନ୍ତି। ଏଥିସହ ଝରଣା ତାଙ୍କର ଦ୍ୱିତୀୟ କନ୍ୟାକୁ ଅନ୍ୟର କନ୍ୟା ବୋଲି ଦର୍ଶାଇଥିବା ପ୍ରମାଣ ଅଦାଲତ ପାଇଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିବା ରାୟରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ମାମଲାରେ ଜୟଶ୍ରୀଙ୍କ ପକ୍ଷରୁ ଦାଖଲ ୨୮ଟି ପ୍ରମାଣଯୋଗ୍ୟ ଦଲିଲ ଅଦାଲତ ଗ୍ରହଣ କରିବା ସହ ୧୧ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିଲେ। ସେହିପରି ପ୍ରତିପକ୍ଷ ଝରଣାଙ୍କ ପକ୍ଷରୁ ୩ଟି ଦଲିଲ ଓ ତିନି ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରିଥିଲେ। ଅପରପକ୍ଷରେ ଜିଲାଜଜ୍‌ଙ୍କ ଏହି ରାୟକୁ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ରାୟର ବିରୋଧରେ ଉପର କୋର୍ଟର ଆଶ୍ରୟ ନେବେ ବୋଲି ଝରଣା କହିଛନ୍ତି। ପ୍ରକାଶ ଯେ, ଝରଣା ଏବଂ ତାଙ୍କ ସ୍ବାମୀ ଅଦୈତ ରାଉତ ସେମାନଙ୍କ ଜନ୍ମିତ କନ୍ୟାର ଅଭିଭାବକତ୍ୱ ନିଜ ବଡ଼ବାପାଙ୍କ ପୁଅ ଅରୁଣ ରାଉତ ଓ ତାଙ୍କ ପତ୍ନୀ ସୁବାସିନୀ ପହିଙ୍କ ନଁାରେ ଦୀର୍ଘ ୮ବର୍ଷ ତଳୁ ଜାଲ୍‌ ଦଲିଲ ଆକାରରେ କରାଇଥିବା ସ୍ପଷ୍ଟ ପ୍ରମାଣ ଅଦାଲତ ପାଇଥିବା ଉଲ୍ଲେଖ କରିଛନ୍ତି। ଯେଉଁମାନଙ୍କ ନଁାରେ ଏହି ଦ୍ୱିତୀୟ ସନ୍ତାନକୁ ସରକାରୀ ନଥିଭୁକ୍ତ କରାଯାଇଛି ସେମାନେ ଦୁହେଁ ସରକାରୀ ସେବାରେ ଅବସ୍ଥାପିତ। କେରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସେବିକା ଭାବରେ ଅବସ୍ଥାପିତ ସୁବାସିନୀ ତାଙ୍କର ସେବା ପୁସ୍ତିକାରେ ତାଙ୍କର ଦୁଇ କନ୍ୟା ସନ୍ତାନ ଥିବା ଦର୍ଶାଇଛନ୍ତି। ତେଣୁ ସେମାନଙ୍କ ନାମରେ ତୃତୀୟ କନ୍ୟା ସନ୍ତାନ ସରକାରୀ ଦଲିଲରେ ଦରଜ କରାଯିବା ଏକ ଜଘନ୍ୟ ଅପରାଧ ବୋଲି କୋର୍ଟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri