ଜିଲା ଗସ୍ତ କରିବେ ବରିଷ୍ଠ କୃଷି ଅଧିକାରୀ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ) : ରାଜ୍ୟ ସରକାର ନେଉଥିବା ନିଷ୍ପତ୍ତି ଓ ଯୋଜନାଗୁଡ଼ିକ ତୃଣମୂଳ ସ୍ତରରେ ଚାଷୀମାନଙ୍କ ନିକଟରେ ପହଞ୍ଚୁଛି କି ନାହିଁ। ଏହାର ଫାଇଦା ସେମାନଙ୍କୁ କେତେ ମିଳୁଛି। ଯୋଜନାଗୁଡ଼ିକ ଠିକ କାର୍ଯ୍ୟକାରୀ ହେଉଛି କି ନାହିଁ। ଏ ସବୁର ତଦାରଖ କରିବେ ବରିଷ୍ଠ କୃଷି ଅଧିକାରୀ। ୧୫ ଜଣ ବରିଷ୍ଠ ଅଧିକାରୀ ରାଜ୍ୟର ୩୦ଟି ଜିଲା ବୁଲିବେ। ପ୍ରତ୍ୟେକ ଅଧିକାରୀ ୨ଟି ଲେଖାଏ ଜିଲା ଗସ୍ତ କରିବେ। ଗସ୍ତ ସମୟରେ ଅଧିକାରୀମାନେ ସିଧାସଳଖ ଚାଷୀମାନଙ୍କୁ ଭେଟିବେ। ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିବେ। କ୍ଷେତ୍ର ପ୍ରଦର୍ଶନ ସମୟରେ ଫସଲର ସ୍ଥିତି ଅନୁଧ୍ୟାନ କରିବେ। ଏଥିପାଇଁ ଚାଷୀଙ୍କୁ ଆବଶ୍ୟକ ପରାମର୍ଶ ଦେବେ। କୃଷି ବିଭାଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ୫ଟି ଆଧାରରେ କାର୍ଯ୍ୟ କରିବ। ଏହି ବରିଷ୍ଠ ଅଧିକାରୀମାନେ ବ୍ଲକ ଓ ଜିଲାସ୍ତରରେ ଏହାର କାର୍ଯ୍ୟକାରିତାକୁ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଧିକାରୀମାନେ ନଭେମ୍ବର ୨ ତାରିଖରେ ଜିଲା ଗସ୍ତ କରି ନଭେମ୍ବର ୧୦ ତାରିଖ ସୁଦ୍ଧା ବିଭାଗୀୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବେ।
ଏହି ଅଧିକାରୀମାନେ ଚାଷ ପାଇଁ ବ୍ୟବହୃତ ସାର ଓ କୀଟନାଶକର ଗୁଣବତ୍ତା ଓ ମାନ ନିର୍ଦ୍ଧାରଣ କରିବେ। ଚାଷୀମାନେ ଠିକ୍‌ ସମୟରେ ସାର ଓ କୀଟନାଶକ ପାଉଛନ୍ତି କି ନାହିଁ ତାହାର ତର୍ଜମା କରିବେ। ଫସଲର ରୋଗ ପୋକ ସ୍ଥିତି ଅନୁଧ୍ୟାନ କରିବେ। ମୃତ୍ତିକା କାର୍ଡ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡିକର ଅଗ୍ରଗତି, ପ୍ରଧାନମନ୍ତ୍ରୀ କୃଷକ ସିଚାଇ ଯୋଜନା, ମୃତ୍ତିକା ସଂରକ୍ଷଣ ଏବଂ ଏମଜିଏନଆରଇଜିଏସରେ ଚାରାରୋପଣ କାର୍ଯ୍ୟକ୍ରମର ତଦାରଖ କରିବେ। ଏଥିସହିତ କୃଷିସେବା କେନ୍ଦ୍ରଗୁଡିକର ସ୍ଥିତି ଓ ଏହାର ପରିଚାଳନା,‘ଆତ୍ମା’ର କାର୍ଯ୍ୟକାରିତା, ବ୍ଲକ ସ୍ତରରେ ଫାର୍ମ ଇନଫରମେଶନ ଆଡଭାଇଜରି କେନ୍ଦ୍ରର ନିୟମିତ ବୈଠକ, ଆଡପ୍ଟ(ଏଡିଏପିଟି) କାର୍ଯ୍ୟକ୍ରମରେ ତଥ୍ୟଗୁଡିକ ଅପଲୋଡ କରିବା, ଭିଏଡବ୍ଲ୍ୟୁମାନଙ୍କର ଗ୍ରାମ ପଞ୍ଚାୟତରେ ଉପସ୍ଥାପନ, ଜନଜାତି ଅଧ୍ୟୁଷିତ ଜିଲାଗୁଡ଼ିକରେ ଓଡ଼ିଶା ମିଲେଟ ମିଶନର କାର୍ଯ୍ୟର ଅଗ୍ରଗତି, ପରମ୍ପରାଗତ କୃଷି ବିକାଶ ଯୋଜନାରେ ଜୈବିକ ଉପାୟରେ କୃଷି କାର୍ଯ୍ୟ ଆଦି ସମ୍ପର୍କରେ ଅଧିକାରୀମାନେ ତଦାରଖ କରିବେ। ଏଥିସହିତ ଅଧିକାରୀମାନେ ସ୍ବୟଂ ସହାୟକ ଗୋଷ୍ଠୀ, କୃଷି ଉତ୍ପାଦନ ସଂଗଠନର କର୍ମକର୍ତ୍ତାଙ୍କୁ ଭେଟିବା ସହିତ ଜିଲାସ୍ତରରେ ବୈଠକ କରି ଜିଲାର କୃଷି ପରିସ୍ଥିତି ସମ୍ପର୍କରେ ଆକଳନ କରିବେ।
କୃଷି ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଅତିରିକ୍ତ ଶାସନ ସଚିବ ଦୁଃଖୀଶ୍ୟାମ ପାଇକ କୋରାପୁଟ ଓ ରାୟଗଡା ଜିଲା ଗସ୍ତ କରିବା ବେଳେ ମେରି ଲାକ୍ରା ଅନୁଗୋଳ ଓ ଢେଙ୍କାନାଳ, ଚିତ୍ତରଞ୍ଜନ ପାତ୍ର କନ୍ଧମାଳ ଓ ବଲାଙ୍ଗୀର, ବନାନୀ ମହାନ୍ତି ସୁବର୍ଣ୍ଣପୁର ଓ ବୌଦ୍ଧ, ମନ୍ମଥ କୁମାର ପାଣି କେନ୍ଦୁଝର ଓ ଦେବଗଡ଼, ଚିନ୍ମୟ କବି ଭଦ୍ରକ ଓ ଯାଜପୁର ଜିଲା ଗସ୍ତ କରିବେ। ସେହିପରି ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ୍‌ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ସଦାନନ୍ଦ ନାୟକ ମୟୂରଭଞ୍ଜ ଓ ବାଲେଶ୍ୱର, ଓଡ଼ିଶା ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର ସୁନ୍ଦରଗଡ ଓ ଝାରସୁଗୁଡା, ଅତିରିକ୍ତ ନିର୍ଦ୍ଦେଶକ ଶିବ ନାରାୟଣ ନନ୍ଦ ଖୋର୍ଦ୍ଧା ଓ ପୁରୀ, ଆପିକଲର ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ଶେଖର ଦେ କଟକ ଓ ନୟାଗଡ ଜିଲା ଗସ୍ତ କରିବେ। ଉପଶାସନ ସଚିବ ପ୍ରାଚୀ ମହାପାତ୍ର କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର, ଯୁଗ୍ମ ଶାସନ ସଚିବ ପଦ୍ମଲୋଚନ ନାୟକ ମାଲକାନଗିରି ଓ ନବରଙ୍ଗପୁର, ଯୁଗ୍ମ ଶାସନ ସଚିବ ଅଶ୍ୱିନୀ କୁମାର ସୁରଜିତ କଳାହାଣ୍ଡି ଓ ନୂଆପଡ଼ା, ଉପଶାସନ ସଚିବ ବିପିନ ବିହାରୀ ପାଣିଗ୍ରାହୀ ଗଞ୍ଜାମ ଓ ଗଜପତି ଏବଂ ଉପଶାସନ ସଚିବ ଗୋବର୍ଦ୍ଧନ ଦେବତା ସମ୍ବଲପୁର ଓ ବରଗଡ଼ ଜିଲା ଗସ୍ତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?