ଜିଲାସ୍ତରୀୟ ମେଗା ଆଇନସେବା ଶିବିର: ‘ଅଧିକାର ଜଣାଇବା ମୂଳଲକ୍ଷ୍ୟ’

ଢେଙ୍କାନାଳ ଅଫିସ, ୫।୮: ଢେଙ୍କାନାଳସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଜିଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଜାତୀୟ ଆଇନସେବା ପ୍ରାଧିକରଣ, ଜିଲା ଆଇନସେବା ପ୍ରାଧିକରଣ, ଜିଲା ପ୍ରଶାସନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହାଇକୋର୍ଟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷା ଜଷ୍ଟିସ୍‌ ସଞ୍ଜୁ ପଣ୍ଡା ଏହାକୁ ଉଦ୍‌ଘାଟନ କରି କହିଲେ, ଜନସାଧାରଣଙ୍କୁ ସେମାନଙ୍କ ଅଧିକାର ବିଷୟରେ ଜଣାଇବା ଏହି ଶିବିରର ପ୍ରମୁଖ ଲକ୍ଷ୍ୟ। ଭବିଷ୍ୟତ ପିଢ଼ି ଉପକୃତ ହେଲାଭଳି ଆମକୁ ଏକ ସମାଜ ଗଠନ କରିବାକୁ ପଡ଼ିବ। ଶିଶୁମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଇ ସୁନାଗରିକ ଭାବେ ଗଢ଼ିତୋଳିବା ସମସ୍ତଙ୍କ ଗୁରୁଦାୟିତ୍ୱ ବୋଲି ସେ ପରାମର୍ଶ ଦେଇଥିଲେ। ଏଥିସହ ସରକାରଙ୍କ ଜନକଲ୍ୟାଣ ଯୋଜନା ଲୋକଙ୍କ ନିକଟରେ ପହଞ୍ଚାଇବା, ଆଦିବାସୀ, ଟ୍ରାନ୍ସଜେଣ୍ଡରଙ୍କ ପାଇଁ ରହିଥିବା ଅଧିକାର ସମ୍ପର୍କରେ ସଚେତନ କରାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସାରା ରାଜ୍ୟରେ ଏଭଳି ୧୪ଟି କ୍ୟାମ୍ପ ମାଧ୍ୟମରେ ହିତାଧିକାରୀଙ୍କୁ ସେବା ଓ ସୁବିଧା ଯୋଗାଇ ଦିଆଯାଉଥିବା ଜଷ୍ଟିସ ପଣ୍ଡା ସୂଚନା ଦେଇଛନ୍ତି।
ଅନ୍ୟତମ ଅତିଥିଭାବେ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସ କହିଲେ, ଗ୍ରାମାଞ୍ଚଳରେ ଏଭଳି ଶିବିର କରିବା ଜରୁରୀ। ଏହାଦ୍ୱାରା ଲୋକମାନେ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ ହୋଇପାରିବେ। ଫଳରେ ତୃଣମୂଳସ୍ତରରୁ ବହୁ ସମସ୍ୟାର ସମାଧାନ ହୋଇପାରିବ। ଆଇନ ଜାଣିଲେ ଆମେ ଅଧିକାର ସାବ୍ୟସ୍ତ କରିପାରିବା ବୋଲି ସେ ମତବ୍ୟକ୍ତ କରିଥିଲେ। ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ଦେବାଶିଷ ନାୟକ, ଜିଲା ଆଇନସେବା ପ୍ରାଧିକରଣ ସଦସ୍ୟ ତଥା ଜିଲାଜଜ୍‌ ମଳୟ ରଞ୍ଜନ ଦାସ, ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଏସ୍‌ପି ଅନୁପମା ଜେମ୍‌ସ ପ୍ରମୁଖ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ନ୍ୟୁଜ୍‌ ଲେଟର ‘ସ୍ବାଧିକାର’ ଉନ୍ମୋଚିତ ହୋଇଥିଲା। ଏଥିସହ ବିଭିନ୍ନ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଥିଲା।
ଶିବିରରେ ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ବିରଞ୍ଚତ୍ କୁମାର ରଥ, ଅତିରିକ୍ତ ଜିଲାଜଜ୍‌ ପ୍ରତିମା ପଣ୍ଡା, ରାଜ କୁମାର ମହାପାତ୍ର, ମୁଖ୍ୟବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକ୍ତିରଞ୍ଜନ ଶତପଥୀ, ରାଜ୍ୟ ଆଇନସେବା ପ୍ରାଧିକରଣ ଉପସଚିବ ଦୀପକ ରଞ୍ଜନ ସାହୁ, ବିଚାରପତି ଅଳ୍ପନା ସ୍ବାଇଁ, ସୁଜାତା ପ୍ରିୟମ୍ବଦା ସ୍ବାଇଁ, ଗୀତାଞ୍ଜଳି ନନ୍ଦ, ଏସ୍‌ଡିଜେଏମ୍‌ ଅଭିଜିତ କୁମାର ପୁରୋହିତ, ଜେଏମ୍‌ଏଫ୍‌ସି ସୁଶାନ୍ତ କୁମାର ନାୟକ, ପିଡି ଡିଆରଡିଏ ନରୋତ୍ତମ ବେହେରାଙ୍କ ସମେତ ଜିଲା ଓକିଲ ସଂଘ ସଦସ୍ୟ, ପ୍ୟାନେଲ ଲୟର୍ସ, ପାରାଲିଗାଲ ଭଲ୍ୟୁଣ୍ଟିୟର ପ୍ରମୁଖ ଉପସ୍ଥିତ ଥିଲେ। କୋର୍ଟ ମ୍ୟାନେଜର ପ୍ରିୟଙ୍କା ମିଶ୍ର ଶିବିର ପରିଚାଳନା କରିଥିବାବେଳେ ଜିଲା ଆଇନସେବା ପ୍ରାଧିକରଣ ସଚିବ ଅରୁଣ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri