ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା କମିଟି ବୈଠକ: କ୍ରେଡିଟ୍‌-ଡେବିଟ୍‌ ଅନୁପାତ କମୁଥିବାରୁ ଅସନ୍ତୋଷ

ଜଗତ୍‌ସିଂହପୁର ଅଫିସ, ୧୮ା୧୨: ଜଗତ୍‌ସିଂହପୁର ଜିଲାରେ ଗତ ୩ ମାସରେ କ୍ରଡିଟ୍‌-ଡେବିଟ୍‌ ଅନୁପାତ କମିବାରେ ଲାଗିଛି। ଯାହାକି ଆଦୌ ଶୁଭଙ୍କର ନୁହେଁ। ମଙ୍ଗଳବାର ଅପରାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ ବ୍ୟାଙ୍କ ପରାମର୍ଶଦାତା ଓ ସମୀକ୍ଷା କମିଟି ବୈଠକରେ ଯୋଗଦେଇ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି, ବ୍ୟାଙ୍କଗୁଡିକ ସନ୍ତୋଷଜନକ ଭାବେ ଋଣ ପ୍ରଦାନ କରୁନାହାନ୍ତି। ଏ ଜିଲାର ଲୋକେ ଧାନ ଚାଷଠାରୁ ଆରମ୍ଭ କରି ପନିପରିବା ଆଦି କରିଥାନ୍ତି। ସେମାନଙ୍କୁ ବ୍ୟାଙ୍କଗୁଡିକ ଯେଉଁଭଳି ସହଯୋଗର ହାତ ବଢାଇବା କଥା ତାହା କରୁନାହାନ୍ତି। ବିଶେଷକରି ଚାଷୀ ଓ ଚାଷର ଉନ୍ନତି ପାଇଁ ଆବଶ୍ୟକ ପରିମାଣର କୃଷି ଋଣ ପ୍ରଦାନ କରିବା କଥା। ସେହିପରି ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି), ମିଶନ ଶକ୍ତିରେ ମହିଳା ଓ ଯୁବ ଉଦ୍ୟୋଗୀଙ୍କୁ ତୁରନ୍ତ ସନ୍ତୋଷଜନକ ଋଣ ପ୍ରଦାନ କରିବାକୁ ଉପସ୍ଥିତ ବ୍ୟାଙ୍କଗୁଡିକର କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ସରକାର ପ୍ରତ୍ୟେକଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ମତ୍ସ୍ୟ ପୋଖରୀ ଯୋଜନାରେ ଋଣ ସହ କୁକୁଡ଼ା, ଛେଳି, ଗୋପାଳନ ଓ ପାନ ଚାଷ ଆଦି ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ସରକାରଙ୍କ ଏହିସବୁ ଜନ କଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ପାଇଁ ବ୍ୟାଙ୍କଗୁଡିକ ଋଣ ଦେବା ଜରୁରୀ। କିନ୍ତୁ ବ୍ୟାଙ୍କଗୁଡିକ ସମୟାନୁସାରେ ଋଣ ପ୍ରଦାନ ନ କଲେ ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଏହାବାଦ୍‌ ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ମଧ୍ୟମ, କ୍ଷୁଦ୍ର ଓ ଲଘୁ ଉଦ୍ୟୋଗୀଙ୍କୁ ଋଣ ପ୍ରଦାନ କରାଯିବା ଉପରେ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ।
ଏଥିରେ ପୂର୍ବ ବୈଠକର ବିବରଣୀକୁ ଦୃଢୀକରଣ କରାଯାଇଥିଲା। ବୈଠକରେ ରିଜର୍ଭ ବ୍ୟାଙ୍କ ଏଲ୍‌ଡିଓ ସୁନିଲ ଦାସ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଓ ନାବାର୍ଡ ଡିଡିଏମ୍‌ ବିଶ୍ୱଭୂଷଣ ମହାନ୍ତି ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଜଗତ୍‌ସିଂହପୁର ଅଗ୍ରଣୀ ବ୍ୟାଙ୍କ ପରିଚାଳକ ସତିଶ ଚନ୍ଦ୍ର ପାତ୍ର କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ। ବୈଠକରେ କୃଷି ଯଥା ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ସମେତ ଅଣୁ, କ୍ଷୁତ୍ର ଓ ମଧ୍ୟମ ଉଦ୍ୟୋଗ ଉପରେ ସମୀକ୍ଷା ହୋଇଥିଲା। ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଗ୍ରାମାଞ୍ଚଳ ଆତ୍ମ ନିଯୁକ୍ତି ଯୋଜନା, ଦକ୍ଷତା ବିକାଶ, ଅର୍ଥନୈତିକ ସାକ୍ଷରତା ଶିବିର, ବ୍ୟାଙ୍କିଙ୍ଗ ଇଣ୍ଡିକେଟର, ଓଡ଼ିଶା ଜୀବିକା ମିଶନ, ସହରାଞ୍ଚଳ ଜୀବିକା ମିଶନ, ଓଡ଼ିଶା ରାଜ୍ୟ ଅନୁସୂଚିତ ଜନଜାତି ଓ ଜାତି ମିଶନ, ଆର୍ଥିକ ବିକାଶ, କୃଷିଭିତ୍ତିକ କାର୍ଯ୍ୟକ୍ରମ, ବୁଣାକାର ଓ କିଷାନ କ୍ରେଡିଟ୍‌ କାର୍ଡ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ବୈଠକରେ ବିଭିନ୍ନ ବ୍ୟାଙ୍କର ପ୍ରତିନିଧି, ବୀମା ବିଭାଗ କର୍ମକର୍ତ୍ତା, ଜିଲା ଓ କ୍ଷେତ୍ରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଅଗ୍ରଣୀ ବ୍ୟାଙ୍କ ପରିଚାଳକ ପାତ୍ର ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri