ଜିଲାସ୍ତରୀୟ ପ୍ରଦର୍ଶନୀରେ ୬୭ ପ୍ରକଳ୍ପ

ଖୋର୍ଦ୍ଧା ଅଫିସ,୧୧ା୧: ଖୋର୍ଦ୍ଧା ବିଜେବି ହାଇସ୍କୁଲରେ ଇନ୍‌ସ୍ପାୟାରମାନଙ୍କ ଦ୍ୱାରା ଜିଲାସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା-୨୦୨୦ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୭ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବାବେଳେ କମ୍‌ ଦାମରେ ପାନୀୟ ଜଳ ମେଶିନ୍‌ ପ୍ରକଳ୍ପରେ ସ୍ଥାନ ପାଇଥିଲା। ଏହି ମେଶିନ୍‌ର ନାମ ପଲିଗ୍ଲୁଟାମିକ୍‌ ଟ୍ରିଟେଡ୍‌ ଇମ୍ପାକୁଲେ ଡ୍ରିଙ୍କିଙ୍ଗ ୱାଟର। ଏହା ୪୦୦ରୁ ୫୦୦ଟଙ୍କାରେ ଉପଲବ୍ଧ ହୋଇପାରିବ। ଏହି ପ୍ରକଳ୍ପକୁ ବିଜେଇଏମ ସ୍କୁଲ-୨ ସତ୍ୟଭାମାପୁରର ଆୟୁଷୀ କର ଉପସ୍ଥାପନ କରିଥିଲେ। ଦୂଷିତ ଜଳକୁ ସ୍ବଚ୍ଛ କରିବାକୁ ହେଲେ ମୋରିଙ୍ଗା, ଚିଆ ମଞ୍ଜି, ଇସାବ୍‌ଗୋଲ, କାଇଟୋସାନ୍‌, ନିର୍ମାଲିନଟ୍‌, ପଲିଗ୍ଲୁଟାମିକ୍‌ ପକାଇ ୟୁଏଫ୍‌ ମେମ୍ବରେନ୍‌ ଦ୍ୱାରା ଛଣା ହେବା ପରେ ସ୍ବଚ୍ଛ ଜଳ ମିଳେ। ଏହାକୁ ବ୍ୟବହାର କଲେ ରୋଗ କମିଯିବ। ସେହିଭଳି ରାଶନ ଡିଷ୍ଟ୍ରିବୁଶନ କାଉଣ୍ଟରରେ ସ୍ମାର୍ଟକାର୍ଡ ବ୍ୟବହାର କରି କଣ୍ଟ୍ରୋଲ ସାମଗ୍ରୀ କିରୋସିନ, ଚାଉଳ ମିଳିପାରିବ। ଲୋକଙ୍କୁ ଧାଡି କରିବାକୁ ପଡିବ ନାହିଁ କି ସମୟ ଅପଚୟ ହେବ ନାହିଁ। ବାଉଣ୍ଡ ଟୁ କ୍ଲିନ୍‌ ଟଏଲେଟ୍‌ ପ୍ରକଳ୍ପ ସ୍ବଚ୍ଛ ଭାରତ ପାଇଁ ପ୍ରଯୁଜ୍ୟ। ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ଡଙ୍ଗରପଡାର ପାଦଧୂଳି ଶ୍ରୀଚନ୍ଦନଙ୍କ ଏସ୍‌ଏମ୍‌ଏସ୍‌ ବେସ୍‌ଡ ଡଷ୍ଟବିନ୍‌ ଫୁଲ୍‌ଆଲେଟ୍‌ ପ୍ରକଳ୍ପ ପରିବେଶକୁ ସ୍ବଚ୍ଛ ରଖିବାର ଅଭିନବ ପ୍ରୟାସ। ଫୁଲ ହେବା ମାତ୍ରେ ଡଷ୍ଟବିନ୍‌ ନଂ ଓ ଲୋକେସନ୍‌ର ଠିକଣା ସହ ମ୍ୟୁନିସିପାଲିଟି ଓ ଏନଏସିକୁ ମେସେଜ୍‌ ଯିବ। ସୂଚନା ପାଇ କର୍ମଚାରୀ ଆସି ଆବର୍ଜନା ହଟାଇବେ। ନାରାୟଣ ମାନସିଂ ହାଇସ୍କୁଲ ବାଣପୁରର ପ୍ରତୀଶ ମଙ୍ଗରାଜଙ୍କ ଟ୍ରାଫିକ କଣ୍ଟ୍ରୋଲ ବ୍ୟବସ୍ଥାକୁ କଣ୍ଟ୍ରୋଲ କରିବ। ପୁଣି ଆଧୁନିକ ପ୍ରଣାଳୀରେ କୃଷିକ୍ଷେତ୍ରକୁ ଜଳ ସେଚିତ ପ୍ରକଳ୍ପ ଦେଖିବାକୁ ମିଳିଥିଲା। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡ଼ିଶା ବିଜ୍ଞାନ ଏକାଡେମୀର ସମ୍ପାଦକ ଇଞ୍ଜିନିୟର ଭଗତ ଚରଣ ମହାନ୍ତି ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବ୍ଲକ ଶିକ୍ଷା ଅଧିକାରୀ ବୈଦ୍ୟନାଥ ସାହୁ, ସଙ୍ଗଠନ ସମ୍ପାଦିକା ପ୍ରଭାସିନୀ ମହାନ୍ତି ଓ ବରିଷ୍ଠ ପ୍ରଧାନ ଶିକ୍ଷକ ଗୌରହରି ମିଶ୍ର ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲା ପ୍ରକଳ୍ପ ଅଧିକାରୀ ଅମିତା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଏନ୍‌ ଆଇ ଏଫ୍‌ ଓଡ଼ିଶାର ବୈଜ୍ଞାନିକ ବିବେକ କୁମାର, ବିଜେବି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାସିନୀ ମହାନ୍ତି, ବିଜ୍ଞାନ ସଂଯୋଜକ ସରୋଜ ସିଂହ, ତୋଫାନ୍‌ ରାଉତରାୟ ଓ ସୁଧୀର ସାହୁ ଯୋଗଦେଇଥିଲେ। ଚଳିତ ମାସ ୨୧ ଓ ୨୨ ତାରିଖରେ ୧ନଂ. ସରକାରୀ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବାକୁଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଖୋର୍ଦ୍ଧା ଜିଲାର ୭ ପ୍ରକଳ୍ପ ମନୋନୀତ ହୋଇଛି। ଉକ୍ତ କାର୍ଯ୍ୟକ୍ରମକୁ ବି.ଆର.ସି.ସି. ସତ୍ୟବାନ୍‌ ଶ୍ରୀଚନ୍ଦନ, ସିଆର୍‌ସିସି ଯୁଧିଷ୍ଠିର ସାହୁ, ପ୍ରମୋଦ ଭଞ୍ଜ, ବିଚିତ୍ରା ନନ୍ଦ ମହାକୁଡ଼, ଜିତ୍‌ ମହାପାତ୍ର, ପ୍ରସନ୍ନ ମହାପାତ୍ର, ଅଗାଧୁ ସେଠୀ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri