ପୁନରୁଦ୍ଧାର ହେଉନି, କୂଅରେ ଆବର୍ଜନା ଭର୍ତ୍ତି

ଜଟଣୀ,୧୧ା୧(ଡି.ଏନ.ଏ): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ୪ନଂ. ଓ୍ବାର୍ଡ ବିବେକାନନ୍ଦ ସାହିରେ ଥିବା କୂଅ ଏବେ ଆବର୍ଜନାରେ ଭର୍ତ୍ତି ରହିଛି। କୂଅକୁ ପୁନରୁଦ୍ଧାର କରାଯାଉନାହିଁ। ଫଳରେ ପ୍ରାୟ ୪୦ବର୍ଷ ପୁରୁଣା ଏହି କୂଅ ଅଞ୍ଚଳବାସୀଙ୍କ ବ୍ୟବହାରରେ ଲାଗି ପାରୁନାହିଁ। ଏହି କୂଅ ଉପରେ ବିବେକାନନ୍ଦ ସାହି ସମେତ ମାଛ ମାର୍କେଟ୍‌, ପରିବା ମାର୍କେଟ୍‌ ଏବଂ ବଡ଼ବଜାର ଅଞ୍ଚଳର ଶତାଧିକ ଲୋକ ନିର୍ଭର କରିଥାନ୍ତି। ହେଲେ ପ୍ରଶାସନ ପକ୍ଷରୁ ଦୀର୍ଘବର୍ଷ କୂଅକୁ ସଫା କରାଯାଉ ନ ଥିବା ଯୋଗୁ ପାଣି ଦୂଷିତ ହୋଇଗଲାଣି। ଅଳିଆ ଆବର୍ଜନାରେ କୂଅ ଭରି ରହିଛି। କୂଅ ଉପରେ ଜାଲି କିମ୍ବା ଗ୍ରୀଲ ବ୍ୟବସ୍ଥା ନ ଥିବାରୁ ପ୍ରତିବର୍ଷ ଜଣେ କିମ୍ବା ଦୁଇଜଣ ଏହା ଭିତରେ ପଡ଼ି ମୃତ୍ୟୁବରଣ କରୁଛନ୍ତି। ମୁକୁଳା ଥିବାରୁ କୁକୁର, ବିଲେଇ ଓ ଅନ୍ୟ ପଶୁପକ୍ଷୀ ପଡ଼ି ମରୁଥିବା ମଧ୍ୟ ନଜିର ରହିଛି। ସର୍ବସାଧାରଣଙ୍କ ବ୍ୟବହାର ପାଇଁ ରହିଥିବା ଏହି କୂଅ ପ୍ରତି ମ୍ୟୁନିସିପାଲ୍‌ଟି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ୁ ନ ଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପରିବା ଓ ମାଛମାର୍କେଟ କମିଟିର ପୂର୍ବତନ ସଭାପତି ବଳଦେବ ସାହୁ କୁହନ୍ତି, ଏ ନେଇ ବାରମ୍ବାର ପୌରପାଳିକାକୁ ଅବଗତ କରାଯାଇଛି। ହେଲେ କୌଣସି ସୁଫଳ ମିଳୁନି। କୂଅରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିବା ସହ ଏହି ଚାରିଦିନ ହେବ ଗୋଟିଏ କୁକୁର ପଡ଼ି ପାଣିରେ ଭାସୁଛି। ମାର୍କେଟ ପକ୍ଷରୁ ପଡ଼ିଯାଉଥିବା ଜୀବଜନ୍ତୁଙ୍କୁ ବାହାର କରିବା ବ୍ୟବସ୍ଥା କରାଯାଉଛି। ପଡ଼ିଯାଉଥିବା ମଣିଷଙ୍କୁ ଦମକଳ କେନ୍ଦ୍ରର କର୍ମଚାରୀମାନେ ବାହାର କରୁଛନ୍ତି ବୋଲି ସେ କହିଥିଲେ। ଜଟଣୀ ବଜରଙ୍ଗୀ ସେବା ସଂଘର ସଭାପତି ପ୍ରଶାନ୍ତ ସାହୁ କୁହନ୍ତି, ଏହି କୂଅ ସମେତ ମ୍ୟୁନିସିପାଲିଟି ଅଧୀନରେ ଥିବା ଅନ୍ୟ କେତେକ କୂଅ ଅବସ୍ଥା ଏହିପରି ରହିଛି। ଏନେଇ ଶନିବାର ନିର୍ବାହୀ ଅଧିକାରୀଙ୍କୁ ସଂଘ ପକ୍ଷରୁ ଲିଖିତ ଭାବେ ଅବଗତ କରାଯିବ। ୧୫ ଦିନ ମଧ୍ୟରେ କୌଣସି ପ୍ରତିକାର ନ ହେଲେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ହେବ ବଡ଼ ଲଢେଇ, ମୁହାଁମୁହିଁ ହୋଇପାରନ୍ତି ଭର୍ତ୍ତୃହରି-ସଂତୃପ୍ତ

ଭୁବନେଶ୍ୱର,୨୮।୩: ଆସନ୍ତା ସାଧାରଣ ନିର୍ବାଚନରେ ଭାଜପାର ଭର୍ତ୍ତୃହରି ମହତାବ ଏବଂ ବିଜେଡିର ସଂତୃପ୍ତ ମିଶ୍ରଙ୍କ ମଧ୍ୟରେ କଟକ ଲୋକ ସଭା ଆସନରୁ ଦେଖିବାକୁ ମିଳିପାରେ ବଡ଼...

ପିନାକୀ-ମହେଶଙ୍କୁ ମିଳିଲାନି ଟିକେଟ

ଭୁବନେଶ୍ୱର,୨୮।୩: ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ବିଜେଡି ଏହାର ପ୍ରାର୍ଥୀ ଘୋଷଣା କରିଛି। ବୁଧବାର ୧୫ ଆସନ ଲାଗି ପ୍ରାର୍ଥୀ ଘୋଷଣା ହୋଇଛି। ସେଥିମଧ୍ୟରୁ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ସିଦ୍ଧାନ୍ତ, କଡ଼ା ଭାଷାରେ ସମାଲୋଚନା କଲା ବିଜେଡି

ଭୁବନେଶ୍ୱର,୨୮।୩: ଗୁରୁବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି କଟକ ଏମପି ଭର୍ତ୍ତୃହରି ମହତାବ, ପୂର୍ବତ୍ତନ ଲୋକ ସଭା ଏମପି ସିଦ୍ଧାନ୍ତ ମହାପାତ୍ର ଏବଂ ପଦ୍ମଶ୍ରୀ...

ଭାଜପାରେ ଯୋଗ ଦେବା ପରେ ଭର୍ତ୍ତୃହରି ଦେଲେ ବଡ଼ ବୟାନ, କହିଲେ ଓଡ଼ିଶାରେ…

ନୂଆଦିଲ୍ଲୀ,୨୮।୩: ବିଜେପିରେ ସାମିଲ ପରେ ସାଂସଦ ଭର୍ତ୍ତୃହରି ମହତାବ ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି। କେବଳ ‘ରାଷ୍ଟ୍ରବାଦ, ଏକାତ୍ମତା, ପୂର୍ବୋଦୟ ଭାଜପା ଜରିଆରେ...

ପଦ୍ମ ଧରିଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮।୩: ଭାଜପାରେ ସାମିଲ ହେଲେ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା। ଗୁରୁବାର ଅପରାହ୍ନ ସାଢେ ୨ଟାରେ ନୂଆଦିଲ୍ଲୀର ଭାଜପା ମୁଖ୍ୟାଳୟରେ ସେ ଯୋଗ ଦେଇଛନ୍ତି। ଏହା ସହିତ...

ଭାଜପାରେ ଯୋଗଦେଲେ ଭର୍ତ୍ତୃହରି ମହତାବ, ନିକଟରେ ବିଜେଡିରୁ ଇସ୍ତଫା ଦେଇଥିଲେ

ଭୁବନେଶ୍ୱର,୨୮।୩: ନିକଟରେ ବିଜୁ ଜନତା ଦଳ(ବିଜେଡି)ରୁ ଇସ୍ତଫା ଦେଇଥିବା କଟକ ଲୋକ ସଭା ଏମପି ଭର୍ତ୍ତୃହରି ମହତାବ ଭାଜପାରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଦୁଇଥର...

ଭାଜପାରେ ମିଶିଲେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮ା୩: ଭାଜପାରେ ଗୁରୁବାର ଯୋଗ ଦେଇଛନ୍ତି ଅଭିନେତା ତଥା ବିଜେଡିର ପୂର୍ବତନ ଏମ୍‌ପି ସିଦ୍ଧାନ୍ତ ମହାପାତ୍ର। ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟରେ ଯୋଗଦେଇ ସେ ଭାଜପାରେ ସାମିଲ...

ଆଗାମୀ ଦୁଇ ଦିନରେ ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ଭୁବନେଶ୍ୱର,୨୮ା୩: ପାଗ ଶୁଖିଲା ରହୁଥିବାରୁ ଚଳିତମାସ ଶେଷ ପର୍ଯ୍ୟନ୍ତ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri