Posted inରାଜ୍ୟ

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଘରେ ପଶିଲା ପାଉଁଶ, କୋଇଲା ଗୁଣ୍ଡ

ବଅଁରପାଳ/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ପାଲଲହଡ଼ା, ୧ା୬(ଡି.ଏନ.ଏ.): ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଜୋରଦାର ପବନ ଯୋଗୁ ଦୀର୍ଘ ସମୟ ଧରି ନାଲ୍‌କୋ, ଏନ୍‌ଟିପିସି ପାଉଁଶ ପୋଖରୀରୁ ପାଉଁଶ ଓ ଖଣି ଅଞ୍ଚଳରୁ କୋଇଲା ଗୁଣ୍ଡ ଉଡି ଅଞ୍ଚଳକୁ ପ୍ରଦୂଷିତ କରିଦେଇଥିଲା। ସେହିପରି ଅନେକ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଡାଳ ଭାଙ୍ଗିବା ସହ ବହୁ ଚାଳ, ଆଜବେଷ୍ଟସ ଛପର ଉଡ଼ାଇ ନେଇଛି। ରାସ୍ତାଘାଟରେ ଗଛ ପଡିବା ସହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।
ବଅଁରପାଳ ଅଞ୍ଚଳରେ ଜୋରଦାର ପବନ ଯୋଗୁ ନାଲ୍‌କୋ ଆଶ୍‌ପଣ୍ଡରୁ ପ୍ରାୟ ଘଣ୍ଟାଏ ଧରି ପାଉଁଶ ଉଡ଼ିଥିଲା। ଏଥିଯୋଗୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଅସୁବିଧା ଭୋଗିଥିଲେ। ସ୍ଥାନୀୟ ଲୋକଙ୍କ ଘର, କୂଅ, ପୋଖରୀ ଆଦିରେ ପାଉଁଶ ଉଡି ପଶି ଯାଇଥିଲା। ଆଶ୍‌ପଣ୍ଡ ନିକଟସ୍ଥ ବଳରାମ ପ୍ରସାଦ, କୁକୁଡ଼ାଙ୍ଗ, କୁରୁଡୋଲ, ଟେଣ୍ଟୋଲୋଇ, ଗିରାଙ୍ଗ, କୁଲାଡ଼, ନାଲ୍‌କୋ ୩ ମହଲା ଅଞ୍ଚଳରେ ବହୁମାତ୍ରାରେ ପାଉଁଶ ଗୁଣ୍ଡ ଉଡିଥିଲା। ନାଲ୍‌କୋ କାଣ୍ଡସରଠାରେ ରାସ୍ତାରେ ଯାଉଥିବା ଏକ ଅଟୋ ପବନରେ ଓଲଟି ପଡିଥିଲା। ନାଲ୍‌କୋ କଲୋନୀରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିଲା। କଲୋନୀର ରଜତ ବିଶ୍ୱାଳଙ୍କ କାର୍‌ ଉପରେ ଗଛ ଡାଳ ପଡିବାରୁ ଗାଡି ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ସେହିପରି ୨ ଦିନ ହେଲା କଣିହାଁ ଅଞ୍ଚଳରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନ୍‌ଟିପିସି ଆଶ୍‌ପଣ୍ଡରୁ ପାଉଁଶ, କୋଇଲା ଗୁଣ୍ଡ ଉଡୁଥିବାରୁ କଣିହାଁ ଓ ରେଙ୍ଗାଳି ଥାନା ଅଞ୍ଚଳର ଲୋକେ ପ୍ରଦୂଷଣରେ ଅଥୟ ହୋଇଯାଇଛନ୍ତି। ଗୁରୁବାର ଝଡପବନରେ ଏଠାରେ ବହୁ ଲୋକେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଶୁକ୍ରବାର ପୁଣି କାଳବୈଶାଖୀରେ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିଛି। ଲୋକଙ୍କ ଚାଳ ଛପର, ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଛି। ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଖବରଲେଖା ହେବା ସୁଦ୍ଧା ପବନ ସହ ବର୍ଷା ଲାଗିରହିଛି। ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ କାଳବୈଶାଖୀ ଯୋଗୁ ଅନେକ ଲୋକଙ୍କ ଚାଳ, ଆଜବେଷ୍ଟସ, ଟାଇଲ ଛପର ଆଦି ଉଡିଯାଇଛି। କେତେକ ସ୍ଥାନରେ ରାସ୍ତା ଉପରେ ବଡ ବଡ ଗଛ ମଧ୍ୟ ଭାଙ୍ଗି ପଡିରହିଛି। ଛେଣ୍ଡିପଦାରୁ ନାକିଟିଦେଉଳ ଯାଇଥିବା ନୂତନ ଜାତୀୟ ରାଜପଥର ଖମାର ଗ୍ରାମ ନିକଟରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଉଭୟ ପାଶର୍‌ବରେ ଅନେକ ଗାଡ଼ିମୋଟର ଅଟକି ରହିଛି। ପାଟକମୁଣ୍ଡା, କମ୍ପସଲା, ସନ୍ତରାବନ୍ଧ, ବ୍ରାହ୍ମଣବିଲ ଆଦି ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ଘଟିଛି। ବିଶେଷକରି ଆମ୍ବ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।
ପବିତ୍ରନଗରଠାରେ ମଧ୍ୟ ଗୁରୁବାର ପରି ଶୁକ୍ରବାର ସନ୍ଧ୍ୟାରେ ଝଡ଼ପବନ ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଅଞ୍ଚଳରେ ପ୍ରାୟ ଦେଢଶହରୁ ଊର୍ଦ୍ଧ୍ୱ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ବ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିବା ଯୋଗୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବିଭାଗର ବହୁ କର୍ମଚାରୀ ଫନୀ ପ୍ରଭାବିତ ଅଞ୍ଚଳରେ ଡେପୁଟେଶନରେ ଯାଇଥିବାରୁ ଏଠାରେ କାମ ସ୍ବାଭାବିକ ହୋଇପାରୁନାହିଁ। ଏ ନେଇ ପରାବିଲ ସେକ୍ସନ ରାଜସ୍ବ ନିରୀକ୍ଷକ କାର୍ତ୍ତିକ ସାହୁ କହିଛନ୍ତି, ଦେଢଶହରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ପାଲ ଯୋଗାଇ ଦିଆଯାଇଛି। କ୍ଷୟକ୍ଷତି ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ।
ସେହିପରି ପାଲଲହଡ଼ା ଉପଖଣ୍ଡରେ ଗୁରୁବାର କାଳବୈଶାଖୀ ଯୋଗୁ ୧୦ରୁ ଊର୍ଦ୍ଧ୍ୱ ଘର ସହ ବହୁ ଗଛ ଭାଙ୍ଗିଯାଇଛି। ପାଲଲହଡ଼ା ଓ ଖମାର ଅଞ୍ଚଳରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତାରେ ପଡିଥିଲା। ସମ୍ପୂର୍ଣ୍ଣ ବ୍ଲକରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ପାଲଲହଡ଼ା ମହାବିଦ୍ୟାଳୟ ଶ୍ରେଣୀଗୃହ ଛପର ଉଡିଯାଇଥିବାବେଳେ ଗଛ ପଡି ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଖମାର ସମବାୟ ସମିତି କାର୍ଯ୍ୟାଳୟ ଉପରେ ଗଛ ପଡିବାରୁ କାର୍ଯ୍ୟାଳୟଟି ଭାଙ୍ଗିରୁଜି ଯାଇଛି। ପାଲଲହଡା ଦେଇ ଯାଇଥିବା ଦୁଇଟି ଜାତୀୟ ରାଜପଥ ଉପରେ ଗଛ ପଡିଯିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପହଞ୍ଚି ଗଛକୁ ରାସ୍ତା ଉପରୁ ହଟାଇଥିଲା। ଖବରଲେଖା ହେବା ସୁଦ୍ଧା ଅନେକ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ସ୍ବାଭାବିକ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri