ଜିରୋ ଆଓ୍ବାର ପାଳନ ପ୍ରସ୍ତୁତି ଜୋର୍‌ଦାର: ବଲିଉଡ ଗାୟକଙ୍କ ସହ ରସିଆନ୍‌ ବେଲି ଡ୍ୟାନ୍ସ

କଟକ ଅଫିସ, ୩୦।୧୨- ବୁଧବାର ନୂଆବର୍ଷ। ପୁରୁଣା ବର୍ଷକୁ ବିଦାୟ ଦେବା ସହ ନୂତନ ବର୍ଷକୁ ଧୁମ୍‌ଧାମ୍‌ରେ ସ୍ବାଗତ କରିବେ ସହରବାସୀ। ଏଥିପାଇଁ କଟକର ବିଭିନ୍ନ କ୍ଲବରେ ଜୋର୍‌ଦାର୍‌ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ କ୍ଲବ୍‌ରେ ବଲିଉଡ ଗାୟକଙ୍କ ସଙ୍ଗୀତ ସହ ରସିଆନ ବେଲି ଡ୍ୟାନ୍ସ, ବଲିଉଡ ଡ୍ୟାନ୍ସ ଓ ଡିଜେ ତାଳେ ତାଳେ ଝୁମିବେ ସହରବାସୀ। ବିଶେଷକରି କଟକ କ୍ଲବ, ଓସିଏ କ୍ଲବ, ୟୁନିୟନ୍‌ କ୍ଲବରେ ଜିରୋ ଆଓ୍ବାର ବେଶ୍‌ ଧୁମଧାମରେ ପାଳନ ହୋଇଥାଏ। ଚଳିତବର୍ଷ ଏହି କ୍ଲବଗୁଡିକରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
କଟକ କ୍ଲବରେ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ୩୦୦୦ରୁ ୩୫୦୦ ଦର୍ଶକ ସମାଗମ ହେବେ ବୋଲି କ୍ଲବ ସମ୍ପାଦକ ଡ. ଦେବାନନ୍ଦ ମହାପାତ୍ର କହିଛନ୍ତି। ଏହି କ୍ଲବକୁ ବଲିଉଡ ଗାୟିକା ଅରପିତା ସରକାର ଓ ଗାୟକ ଅଭିଶେକ ସିହ୍ନା ଚୌଧୁରୀ ଆସିବେ ବୋଲି ଦେବାନନ୍ଦ କହିଛନ୍ତି। ଏଥିସହିତ ଦର୍ଶକମାନଙ୍କ ମଧ୍ୟରେ ବେଷ୍ଟ କପଲ୍‌, ଜେଣ୍ଟଲ ମ୍ୟାନ୍‌, ବେଷ୍ଟ ଡ୍ରେସ୍‌ଡ କପଲ ଆଦି ପ୍ରତିଯୋଗିତା କରାଯିବା ସହ ବିଜେତାଙ୍କୁ ପୁରସ୍କୃତ କରାଯିବ।
ଓସିଏ କ୍ଲବରେ ଜିରୋ ଆଓ୍ବାର ପାଳନ ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ୩୧ ତାରିଖ ସନ୍ଧ୍ୟା ୭ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ବଲିଉଡ ପ୍ରଚ୍ଛଦପଟ୍ଟ ଗାୟକ ହେମନ୍ତ ବ୍ରିଜ୍‌ବାସୀ, ରୂପା ବସୁ, ତ୍ରିଶୀତା ପ୍ରମୁଖ ସଙ୍ଗୀତ ପରିବେଷଣ କରିବେ। ଅନ୍ୟପକ୍ଷରେ ରସିଆରୁ ଆସିଥିବା ଏକ ଡ୍ୟାନ୍ସ ଗ୍ରୁପ ଏଠାରେ ବେଲି ଡ୍ୟାନ୍ସ ପରିବେଷଣ କରିବା ସହ ରକ୍‌ଷ୍ଟାର ୟଶ୍‌ରାଜ ଜୋଶୀ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିବେ। ନୂଆବର୍ଷ ପରିପ୍ରେକ୍ଷୀରେ କ୍ଲବ ପକ୍ଷରୁ ବିଭିନ୍ନ ପ୍ରକାରର ଖାଦ୍ୟର ବ୍ୟବସ୍ଥା ହୋଇଥିବା କ୍ଲବ ମ୍ୟାନେଜର ସୁବ୍ରତ ସାମଲ କହିଛନ୍ତି।
ଜିରୋ ଆଓ୍ବାର ପାଳନ ପାଇଁ ମିଶନ୍‌ରୋଡସ୍ଥିତ ୟୁନିୟନ କ୍ଲବ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ପହଞ୍ଚିଲାଣି। ଚଳିତବର୍ଷ ମୁମ୍ବାଇର ମେଲୋଡି ସିଙ୍ଗର ଆଲୋକନନ୍ଦା ଓ ଦିପାୟନ ବାନାର୍ଜୀଙ୍କ ଏଠାରେ ସଙ୍ଗୀତ ପରିବେଷଣ କରିବେ। ସେହିପରି ଆସ୍ରଫ ଡ୍ୟାନ୍ସ ଗ୍ରୁପ, ମୁଭର୍ସ-ଡାର୍ଜେଲର ଡ୍ୟାନ୍ସ ଗ୍ରୁପ ଓ ଆଇଟମ ଡ୍ୟାନ୍ସରଙ୍କ ନୃତ୍ୟର ଝଲକ ମଧ୍ୟ ଏଠାରେ ଦେଖିବାକୁ ମିଳିବ। ଏଥିସହିତ କ୍ଲବର ସଦସ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ଆକର୍ଷଣ ରହିଛି। ସେମାନଙ୍କ ପାଇଁ ବେଷ୍ଟ ଡ୍ୟାନ୍ସିଂ କପଲ, ବେଷ୍ଟ ଡ୍ରେସଡ ଜେଣ୍ଟଲମ୍ୟାନ, ବେଷ୍ଟ ଡ୍ରେସଡ ଲେଡି ଓ ବେଷ୍ଟ ବଏ ଆଣ୍ଡ ଗାର୍ଲ ପାଇଁ ଉପହାରମାନ ରହିଛି ବୋଲି କ୍ଲବର ସମ୍ପାଦକ ରଶ୍ମିରଞ୍ଜନ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri