ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ମୁଗାବେଙ୍କ ପରଲୋକ

ହାରାରେ, ୭ା୯(ପି.ଟି.): ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେ(୯୫)ଙ୍କ ପରଲୋକ ହୋଇଯାଇଛି। ଏନେଇ ଦେଶର ରାଷ୍ଟ୍ରପତି ଇମର୍‌ସନ୍‌ ନାଙ୍ଗଗ୍ବା ଶୁକ୍ରବାର ଘୋଷଣା କରିଛନ୍ତି। ୧୯୮୦ରୁ ୨୦୧୭ ମଧ୍ୟରେ ମୁଗାବେ ଜିମ୍ବାଓ୍ବେକୁ ଦୃଢ ନେତୃତ୍ୱ ଦେବାରେ ସକ୍ଷମ ହୋଇଥିଲେ। ଦେଶବାସୀଙ୍କୁ ମୁକ୍ତ ଓ ସେମାନଙ୍କୁ ସଶକ୍ତ କରିବାରେ ମୁଗାବେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମୁକ୍ତି ଆନ୍ଦୋଳନର ଜଣେ ଯୋଦ୍ଧା ଭାବେ ସେ ସୁପରିଚିତ। ତାଙ୍କ ସଂଘର୍ଷମୟ ଜୀବନ ଓ ଦେଶ ପ୍ରତି ଭଲ ପାଇବାକୁ କେବେହେଲେ ଭୁଲି ହେବନାହିଁ ବୋଲି ରାଷ୍ଟ୍ରପତି ଇମର୍‌ସନ୍‌ ପ୍ରକାଶ କରିଛନ୍ତି। ୨୦୧୭ ନଭେମ୍ବର ପରଠାରୁ ସେ ମାନସିକ ଭାବେ ଦୁର୍ବଳ ହୋଇପଡ଼ିବା ସହ ସ୍ବାସ୍ଥ୍ୟଗତ ଅବନତି ପରିଲକ୍ଷିତ ହୋଇଥିଲା। ତାଙ୍କୁ ସିଙ୍ଗାପୁରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ହଠାତ୍‌ ତାଙ୍କ ପରଲୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମୁଗାବେ ଜଣେ ପୂର୍ବତନ ରାଜନୈତିକ ବନ୍ଦୀ ଥିବାବେଳେ ଜଣେ ଦକ୍ଷ ନେତାର ପରିଚୟ ଦେଇ ୧୯୮୦ ନିର୍ବାଚନରେ କ୍ଷମତାକୁ ଆସିଥିଲେ। ବର୍ଣ୍ଣ ବୈଷମ୍ୟବାଦ ଦୂର ସହ ଦେଶର ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥକ ବିକାଶ କ୍ଷେତ୍ରକୁ ପ୍ରଶସ୍ତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଭୂସଂସ୍କାର ଆଇନ ପ୍ରଣୟନ, କୃଷି ବିକାଶ, ବିଦେଶୀ ପୁଞ୍ଜିଲଗାଣକୁ ସେ ଗୁରୂୁତ୍ୱ ଦେଇଆସିଥିଲେ। ତେବେ ନିର୍ବାଚନରେ ରିଗିଂ ଓ ମାନବାଧିକାର ଉଲ୍ଲଂଘନ ଭଳି ଅନେକ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଜଣେ ଦୃଢମନା, ଦକ୍ଷ ଶାସନ ପ୍ରଣାଳୀ ତାଙ୍କୁ ଆଫ୍ରିକାର ଜଣେ ମହାନ୍‌ ନେତାର ମାନ୍ୟତା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri