Posted inଜାତୀୟ

ଜିନ୍ସ, ଟି-ଶାର୍ଟ ପିନ୍ଧିପାରିବେନି ସରକାରୀ କର୍ମଚାରୀ

ପାଟନା,୩୦।୮: ରାଜ୍ୟ ସଚିବାଳୟରେ ସରକାରୀ କର୍ମଚାରୀମାନେ ପିନ୍ଧୁଥିବା ଜିନ୍ସ ଓ ଟି-ଶାର୍ଟ ଉପରେ ବିହାର ସରକାର କଟକଣା ଲଗାଇଛନ୍ତି। ଯେଉଁ ସରକାରୀ କର୍ମଚାରୀ ପୋଷାକରେ ଶାଳୀନତା ରଖିବେ ନାହିଁ ସେମାନଙ୍କୁ ସଚିବାଳୟରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏନେଇ ବିହାର ସରକାରଙ୍କ ଉଚ୍ଚସ୍ତରୀୟ ସଚିବ ଶିବ ମହାଦେବ ପ୍ରସାଦଙ୍କ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ, କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଅଧିକାରୀ ଓ କର୍ମଚାରୀ ସଂସ୍କୃତି ବିରୋଧୀ ଅନୌପଚାରିକ ପୋଷାକ ପିନ୍ଧି ଆସୁଥିବା ଦେଖିବାକୁ ମିଳିଛି। ଏଭଳି ପୋଷାକ କାର୍ଯ୍ୟାଳୟର ମର୍ଯ୍ୟାଦାରେ ଆଞ୍ଚ ଆଣୁଛି। ତେଣୁ ରାଜ୍ୟ ସଚିବାଳୟରେ କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀ କାର୍ଯ୍ୟାଳୟକୁ ଫର୍ମାଲ ଡ୍ରେସ୍‌ ବା ଔପଚାରିକ ପୋଷାକ ପିନ୍ଧି ଆସିବାକୁ ଶିବ ପ୍ରସାଦ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶତ୍ରୁତା ଯୋଗୁ ସ୍ବାହା ହେଲା ୧ କୋଟି ଟଙ୍କାର ମହଙ୍ଗା ଗାଡ଼ି: ଦେଖନ୍ତୁ ଭିଡିଓ

ହାଇଦ୍ରାବାଦ,୧୬।୪: ଲମ୍ବୋର୍ଗିନି ବିଶ୍ୱର ଦ୍ରୁତତମ ଏବଂ ମହଙ୍ଗା କାର ଭାବରେ ଜଣାଶୁଣା । ଅବଶ୍ୟ, ନିକଟରେ ଲମ୍ବୋର୍ଗିନି ଏହାର ଗତି ବ୍ୟତୀତ ଅନ୍ୟ କୌଣସି କାରଣରୁ...

୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଏସପି

ଲକ୍ଷ୍ନୌ,୧୬।୪: ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବହୁଜନ ସମାଜ ପାର୍ଟି। ଦଳ ମେନପୁରୀରେ ନିଜର ପ୍ରାର୍ଥୀ...

ଅବତରଣ ବେଳକୁ ଇଣ୍ଡିଗୋ ବିମାନରେ ୨ ମିନିଟ୍‌ର ତେଲ ଥିଲା

ନୂଆଦିଲ୍ଲୀ,୧୬ା୪:ଅଯୋଧ୍ୟାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନକୁ ଶନିବାର ଖରାପ ପାଗ କାରଣରୁ ଚଣ୍ଡିଗଡ଼ରେ ଅବତରଣ କରିବାକୁ ପଡ଼ିଥିଲା। ଅବତରଣ ବେଳକୁ ବିମାନରେ ମାତ୍ର...

ଭାଜପା କ୍ଷମତାକୁ ଆସିଲେ ସତରେ କ’ଣ ବଦଳିଯିବ ସମ୍ବିଧାନ: ଜାଣନ୍ତୁ ଏନେଇ କ’ଣ କହିଲେ ମୋଦି

ନୂଆଦିଲ୍ଲୀ, ୧୬।୪:୨୦୪୭ ସୁଦ୍ଧା ଭାରତକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ କରିବା ଦିଗରେ କେନ୍ଦ୍ରର ଭାଜପା ସରକାର କାର୍ଯ୍ୟ କରିଚାଲିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

୪,୬୫୦ କୋଟି ଜବତ କଲାଣି ଇସି

ନୂଆଦିଲ୍ଲୀ,୧୬ା୪: ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନକୁ ଆଉ ୪ ଦିନ ବାକି ଥିବାବେଳେ ବର୍ତ୍ତମାନ ସୁଦ୍ଧା ଆଇନ ପ୍ରବର୍ତ୍ତନକାରୀ କର୍ତ୍ତୃପକ୍ଷ ବିଭିନ୍ନ ଅଞ୍ଚଳରୁ ୪,୬୫୦...

ଜବତ ଜାହାଜର ୧୭ କର୍ମଚାରୀଙ୍କୁ ଭେଟିପାରିବେ ଭାରତୀୟ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,୧୬ା୪(ପି.ଟି.): ଇରାନ ସେନା କବ୍‌ଜା କରିଥିବା ଇସ୍ରାଏଲୀ ମାଲ୍‌ବାହୀ ଜାହାଜର ୧୭ କର୍ମଚାରୀଙ୍କୁ ଭାରତୀୟ କର୍ତ୍ତୃପକ୍ଷ ଭେଟିପାରିବେ। ଏଥିପାଇଁ ଇରାନ ଅନୁମତି ଦେବ ବୋଲି ଏହାର ବହିର୍ବ୍ୟାପାର...

୨୦୦ କୋଟିର ସମ୍ପତ୍ତି ଦାନ କରି ସନ୍ନ୍ୟାସୀ ହେବେ ଏହି ଦମ୍ପତି

ସୁରଟ, ୧୬ା୪:ଗୁଜରାଟର ଜଣେ ବ୍ୟବସାୟୀ ନିଜର ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରି ସ୍ତ୍ରୀଙ୍କ ସହ ସନ୍ନ୍ୟାସୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସାବରକାନ୍ଥା ଜିଲାର...

ସଲମାନଙ୍କ ଘର ବାହାରେ ଫାୟାରିଂ କରିଥିବା ୨ ଅଭିଯୁକ୍ତ ଗିରଫ

ମୁମ୍ବାଇ,୧୬।୪:ମୁମ୍ବାଇର ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇଥିବା ଉଭୟ ଅଭିଯୁକ୍ତଙ୍କୁ ଗୁଜରାଟର ଭୁଜରୁ ଗିରଫ କରାଯାଇଛି। ମାମଲାର ଅନୁସନ୍ଧାନ କରୁଥିବା ମୁମ୍ବାଇ କ୍ରାଇମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri