ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ଆରଆଇଙ୍କ ସହ ମୁଖ୍ୟ ଅଭିଯୁକ୍ତଙ୍କୁ ଜେଲ

ରଣପୁର,୧୨।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ବର୍ତ୍ତମାନର ଲୋ଼ଧାଚୁଆ ଆରଆଇ ବିରୂପାକ୍ଷ ବିଶ୍ୱାଳ ଓ ଜାଲ୍‌ପଟ୍ଟା ହାତେଇଥିବା ମୁଖ୍ୟ ଅଭିଯୁକ୍ତ ବିପିନ କୁମାର ରାୟଙ୍କୁ ଶୁକ୍ରବାର ଗିରଫ କରିଛି। ଉଭୟଙ୍କୁ ନୟାଗଡ଼ କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ରଣପୁର ସବ୍‌ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷେ ଏହି ଘଟଣାରେ ପୋଲିସ ଅଟକ ରଖିଥିବା ରଣପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କୁ ଛାଡି ଦେଇଥିବା ଜଣାପଡିଛି।
ଅନୁସାରେ, ରଣପୁର ତହସିଲ ବାଙ୍କପୁର ଗଁ।ର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦିନୀ ଜେନାଙ୍କର ୨ ପୁଅ ଓ ୩ ଝିଅ । ଦାଶରଥି ଓ କୁମୁଦିନୀଙ୍କ ନଁ।ରେ ଥିବା ସମ୍ପତ୍ତିିକୁ ବଡପୁଅ ବିପିନ ଜାଲିଆତି କରି ନିଜ ନଁ।ରେ କରାଇ ନେଇଥିଲେ । ଏ ସମ୍ପର୍କରେ ଜାଣିବାକୁ ପାଇ ସାନପୁଅ ବିଜିନ ଘଟଣାର ତଦନ୍ତ ପାଇଁ ରଣପୁର ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଦଲିଲର ସାର୍ଟି ଫାଏଡ୍‌ କପି ମାଗିଥିଲେ । କପି ମିଳିବା ପରେ ଦଲିଲରେ ଜାଲିଆତି କରାଯାଇ ଘରବାରି, କୋଠା ଓ ଜମିକୁ ବଡ଼ଭାଇ ନିଜ ନଁ।ରେ କରାଇ ନେଇଥିବା ବିିଜିନ ଜାଣିବାକୁ ପାଇଥିଲେ । ଏହାର ପ୍ରତିବାଦ କରିବାରୁ ବିଜିନଙ୍କୁ ବଡ଼ ଭାଇ ବିପିନ ଘରୁ ତଡି ଦେଇଥିଲେ । ଏହା ପରେ ବିଜିନ ୧୭।୧।୨୦୧୮ରେ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟକୁ ଜମି ଜାଲିଆତିର କିଛି ପ୍ରମାଣ ମାଗିଥିଲେ । ହେଲେ ତହସିଲ କତ୍ତୃର୍ର୍ପକ୍ଷ ନୀରବ ରହିଥିଲେ। ପରେ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ । ତେବେ ଏ ସମ୍ପର୍କିତ ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ଜମି ଜାଲିଆତିର ତଦନ୍ତ କରାଯାଇ ଜାଲିଆତି ଜମି ପଟ୍ଟା ଖାରଜ ହୋଇଥିଲା । ଏପରି କି ଘରର ମୁଖିଆ ବାପାଙ୍କ ନଁାକୁ ସମ୍ପତ୍ତି ଚାଲି ଆସିଥିଲା । ତହସିଲରେ ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ କରିଥିବା ପ୍ରମାଣ ମିଳିବା ପରେ ତହସିଲ ପକ୍ଷରୁ ଜମି ପଟ୍ଟା ଖାରଜ କରାଯାଇ ନୂଆ ପଟ୍ଟା ପ୍ରଦାନ କରାଗଲା । ହେଲେ ତହସିଲ କର୍ତ୍ତୃପକ୍ଷ ଜାଲ୍‌ ଦଲିଲରେ ସମ୍ପୃକ୍ତ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ ହୋଇ ବସିଯାଇଥିଲେ । ଅଭିଯୋଗକାରୀ ବିଜିନ କିନ୍ତୁ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ପୋଲିସ ମଧ୍ୟ ଅଭିଯୋଗକୁ ତଦନ୍ତ ପରିସରଭୁକ୍ତ ନ କରି ଚୁପ ରହିଥିଲା । ଅଭିଯୋଗକାରୀ ନିରାଶ ନ ହୋଇ ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଡିଜିପି, ଏସ୍‌ପି ଓ ସ୍ଥାନୀୟ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଛାଟ ବାଜିବା ପରେ ଜାଲ୍‌ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ ଅଭିଯୁକ୍ତ ବାଙ୍କପୁରର ବିପିନ କୁମାର ରାୟ, ରଣପୁର ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କ ସମେତ ରଣପୁର ତହସିଲର ଅନ୍ୟ କର୍ମଚାରୀଙ୍କ ନଁାରେ ୪୬୫, ୪୬୭, ୪୬୮, ୪୭୭(ଏ), ୪୨୦, ୨୯୪, ୫୦୬, ୧୨୦(ବି) ଆଇପିସି ଦଫାରେ ଗତ ସେପ୍ଟେମ୍ବର ୫ତାରିଖରେ ପୋଲିସ ୧୮୭/୧୯ରେ ମାମଲା ରୁଜୁ କରିଥିଲା । କିନ୍ତୁ କାହାକୁ ଗିରଫ କରି ନ ଥିଲା । ତେବେ ଗତ ୨ଦିନ ତଳେ ଡିଜିପି ବି.କେ.ଶର୍ମା ଘଟଣାରେ ହସ୍ତକ୍ଷେପ କରିଥିଲେ। ଅଭିଯୋଗକାରୀ ବିଜିନ କୁମାର ରାୟଙ୍କୁ ଫୋନ ଯୋଗେ ମାମଲାର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲେ। କାହାକୁ ଗିରଫ କରାଯାଇ ନ ଥିବା ବିଜିନ ଡିଜିପିଙ୍କୁ ଜଣାଇଥିଲେ ବୋଲି କହିଛନ୍ତି। ଗୁରୁବାର ରାତିରେ ରଣପୁର ପୋଲିସ ଅତିରିକ୍ତ ତହସିଲଦାର ମାନସଙ୍କୁ ଅଟକ ରଖିଥିଲା । ତେବେ ଅଟକର ୪ ଘଣ୍ଟା ପରେ ବିଳମ୍ବିତ ରାତିରେ ଛାଡିଦେଇଥିଲା। ଫଳରେ ପୋଲିସର କାର୍ଯ୍ୟକଳାପକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏ ନେଇ ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ ଆମେ ଅତିରିକ୍ତ ତହସିଲଦାର ମାନସ ରଞ୍ଜନ ରାୟଙ୍କୁ ଥାନାକୁ ଆଣିଥିଲୁ। ତାଙ୍କୁ ୩ଘଣ୍ଟା ପଚରାଉଚରା ପରେ ଛାଡିଦେଇଛୁ। ଅନ୍ୟପକ୍ଷେ ଶୁକ୍ରବାର ଅଭିଯୋଗକାରୀଙ୍କ ବଡ଼ଭାଇ ବିପିନଙ୍କୁ ପୋଲିସ ଚମ୍ପତ୍ତିପୁର ଛକରୁ ଗିରଫ କରିଥିଲା । ଲୋଧାଚୁଆ ଆରଆଇଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସମୟରେ ଆସୁନାହାନ୍ତି ଡାକ୍ତର: ପାଇକମାଳ CHC ଆଗରେ ବିଧାୟିକାଙ୍କ ଧାରଣା, ଏସ୍‌ଡିଏମ୍‌ଓ ଆସି କହିଲେ…

ପାଇକମାଳ,୬।୧୦(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଡାକ୍ତରଙ୍କ ହସ୍ପିଟାଲ ବିଳମ୍ବରେ ଆସିବା ନେଇ କିଛିଦିନ ହେଲା ରୋଗୀ ଏବଂ ସମ୍ପର୍କିୟଙ୍କ ମଧ୍ୟରେ…

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି ଗିରଫ: ୨ଟି କୋଠା, ୨୩ ପ୍ଲଟ୍‌ ଓ ୫ ଏକରର ଫାର୍ମ ହାଉସ୍‌ ଠାବ

ବାରିପଦା/ବେତନଟୀ, ୬।୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ଧରଣୀଧର ମହାନ୍ତି ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୂରଭଞ୍ଜ ପୂର୍ତ୍ତ ବିଭାଗର ଏକ୍ସିକ୍ୟୁଟିଭ୍‌ ଇଞ୍ଜିନିୟର (EE) ଅରବିନ୍ଦ ମହାନ୍ତିଙ୍କୁ ଭିଜିଲାନ୍ସ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?