ଜାଲିଆତି କରି ଘରୋଇ ହସ୍ପିଟାଲ କର୍ମଚାରୀ ଗିରଫ

ଭୁବନେଶ୍ୱର,୩୧।୮: ଜାଲ କାଗଜପତ୍ର କରି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠି(ସିଏମ୍‌ଆର୍‌ଏଫ୍‌)ରୁ ଅର୍ଥ ଆତ୍ମସାତ୍‌ ଉଦ୍ୟମ କରିଥିବା ଅଭିଯୋଗରେ କମିଶନରେଟ୍‌ ପୋଲିସ ସୋମବାର ଏକ ଘରୋଇ ହସ୍ପିଟାଲର କର୍ମଚାରୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଉଛନ୍ତି ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବୁଦ୍ଧିବାର ଅଞ୍ଚଳର ଦିଲୀପ କୁମାର ବେହେରା(୩୮)।
ଦିଲୀପ ରାଜଧାନୀର ଭରତପୁର ଥାନା ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଏମ୍‌ଆର୍‌ଡି ସେକ୍ସନର ସହକାରୀ ପରିଚାଳକ ଭାବେ କାର୍ଯ୍ୟ କରୁଥିଲେ। କିଛି ଦିନ ତଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଜଣେ ଅଧିକାରୀ ଜାଲିଆତି ସଂକ୍ରାନ୍ତରେ ଭରତପୁର ଥାନାରେ ଅଭିଯୋଗ କରିବା ପରେ ଘଟଣା ପଦାକୁ ଆସିଛି। ମିଳିଥିବା ସୂଚନା ଅନୁଯାୟୀ, ଦିଲୀପ ଓ ଏହି ରାକେଟ୍‌ରେ ସମ୍ପୃକ୍ତ ଆଉ କେତେ ଜଣ ବ୍ୟକ୍ତି ଘରୋଇ ହସ୍ପିଟାଲରେ ଉତ୍ତମ ଚିକିତ୍ସା ସୁବିଧା ଯୋଗାଇ ଦେବା କଥା କହି ରାଜ୍ୟର ବିଭିନ୍ନ ଅଞ୍ଚଳରୁ ରୋଗୀଙ୍କୁ ଆଣି ରାଜଧାନୀରେ ପହଞ୍ଚାଇଥାଆନ୍ତି। ଦିଲୀପ ସେହି ରୋଗୀଙ୍କ ଅସଲ ଡାକ୍ତରୀ କାଗଜପତ୍ର ଓ ଅନ୍ୟାନ୍ୟ ପରିଚୟପତ୍ର ସଂଗ୍ରହ କରିଥାଆନ୍ତି। ପରେ ପ୍ରକୃତ ରୋଗୀଙ୍କ ନାମ ଓ ଠିକଣା ବଦଳାଇ ସେଥିରୁ ନକଲି କାଗଜପତ୍ର ପ୍ରସ୍ତୁତ କରନ୍ତି। ପରବର୍ତ୍ତୀ ସମୟରେ ସିଏମ୍‌ଆର୍‌ଏଫ୍‌ରୁ ମିଳୁଥିବା ଅର୍ଥର କିଛି ଅଂଶ ରୋଗୀଙ୍କୁ ଦେବା ପରେ ଅବଶିଷ୍ଟ ଏହି ଦଲାଲମାନେ ଭାଗ କରି ନେଇଥାଆନ୍ତି। ନିକଟରେ ଦିଲୀପ ତିନିଜଣ ରୋଗୀ ରବୀନ୍ଦ୍ର କୁମାର ବରାଡ଼, ପାର୍ବତୀ ସାହୁ ଓ ଦାମ ମୁଦୁଲିଙ୍କଠାରୁ ଡାକ୍ତରୀ କାଗଜପତ୍ର ସଂଗ୍ରହ କରି ସେମାନଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରବର୍ତ୍ତୀ ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୫ ଲକ୍ଷ ୪୩ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସେହି ନକଲି କାଗଜପତ୍ର ଦାଖଲ କରିଥିଲେ। ତେବେ ହସ୍ପିଟାଲ କର୍ତ୍ତୃପକ୍ଷ କାଗଜପତ୍ର ଜାଲିଆତି ଥିବା ଦର୍ଶାଇ ସମ୍ପୃକ୍ତ ବିଭାଗକୁ ଜଣାଇଥିଲେ। ସୋମବାର ପୋଲିସ ଦିଲୀପଙ୍କ ନାମରେ ଏକ ମାମଲା (୨୮୬/୨୧) ରୁଜୁ କରି ଗିରଫ କରିଥିଲା। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ରାକେଟରେ ସମ୍ପୃକ୍ତ ଦିଲୀପଙ୍କ ଅନ୍ୟ ସହଯୋଗୀମାନଙ୍କୁ ଗିରଫ କରିବା ଲାଗି ପୋଲିସ ତନାଘନା ଚଳାଇଛି। ତେବେ ଏହି ଘଟଣାରେ ଅନ୍ୟ ପ୍ରମୁଖ ହସ୍ପିଟାଲର କର୍ମଚାରୀମାନେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ନେଇ ପୋଲିସ ଖୋଳତାଡ଼ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?