Posted inଖେଳ

ଜାଫର ଉତ୍ତରାଖଣ୍ଡ ହେଡ୍‌ କୋଚ୍‌ ନିଯୁକ୍ତ

ମୁମ୍ବାଇ,୨୩।୬(ପି.ଟି.): ପୂର୍ବତନ ଭାରତୀୟ ଓପନର ତଥା ଡେମୋଷ୍ଟିକ୍‌ ହେଭିଓ୍ବେଟ୍‌ ଓ୍ବାସିମ୍‌ ଜାଫର ଉତ୍ତରାଖଣ୍ଡ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ଆଗାମୀ ଘରୋଇ ସେସନ୍‌ରେ ସେ ଦାୟିତ୍ୱ ବହନ କରିବେ। ଗୋଟିଏ ବର୍ଷ ପାଇଁ ଏ ନେଇ ଚୁକ୍ତି କରିଛନ୍ତି ବୋଲି ଜାଫର କହିଛନ୍ତି। ପ୍ରଥମଥର ପାଇଁ ଜାଫର କୌଣସି ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଛନ୍ତି। ରଣଜୀ ଟ୍ରଫି ଇତିହାସରେ ଜାଫର ସର୍ବାଧିକ ରନ୍‌ ସଂଗ୍ରହ କରି ରେକର୍ଡ କରିଛନ୍ତି। ଦୀର୍ଘ ଦୁଇ ଦଶନ୍ଧି ଖେଳିବା ପରେ ଗତ ମାର୍ଚ୍ଚରେ ସେ ଏହି ରେକର୍ଡ ସ୍ଥାପନ କରିଥିଲେ। ପ୍ରଥମେ ସେ ମୁମ୍ବାଇ ଓ ପରେ ସେ ବିଦର୍ଭ ତରଫରୁ ରଣଜୀ ଟ୍ରଫି ଖେଳିଥିଲେ।
ପ୍ରଥମଥର ପାଇଁ କୌଣସି ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ ହୋଇଥିବାରୁ ଏହା ମୋ ପାଇଁ ନିଶ୍ଚିତ ଭାବେ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିଛି। ନୂଆ ଦାୟିତ୍ୱକୁ ସୁଚାରୁ ରୂପେ ସମ୍ଭାଳିବାକୁ ପ୍ରୟାସ କରିବି ବୋଲି ସେ କହିଛନ୍ତି। ଉତ୍ତରାଖଣ୍ଡ ଦଳ ନୂଆ ହୋଇଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଛି। ୨୦୧୮-୧୯ ରଣଜୀ ସେସନରେ ଏହି ଦଳ କ୍ୱର୍ଟରଫାଇନାଲରେ ପ୍ରବେଶ କରି ବିଦର୍ଭକୁ ଭେଟିଥିଲା। ତେବେ ଏହା ପରେ ଦଳ ପ୍ଲେଟ ଗ୍ରୁପ୍‌ ଡି’କୁ ଖସିଯାଇଥିଲା। ଫଳରେ ଆଗକୁ ବଡ଼ା ଚ୍ୟାଲେଞ୍ଜ୍‌ ନିଶ୍ଚିତ ରହିଛି। ନୂଆ ଦାୟିତ୍ୱ ଭଲ ଅଭିଜ୍ଞତା ଆଣିଦେବ। ମୁମ୍ବାଇ ଓ ବିଦର୍ଭ ପାଇଁ ଖେଳୁଥିବା ବେଳେ ଯୁବ ଖେଳାଳିଙ୍କୁ ପରାମର୍ଶ ଦେଉଥିଲି। ତେଣୁ ଏହି ଅଭିଜ୍ଞତା ଆଗକୁ କାମରେ ଆସିବ ବୋଲି ୪୨ ବର୍ଷୀୟ ଜାଫର କହିଛନ୍ତି। ଉତ୍ତରାଖଣ୍ଡରେ ବହୁ ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ଏମାନଙ୍କୁ ଭଲ ଖେଳାଳିରେ ପରିଣତ କରାଯିବାର ଆବଶ୍ୟକତା ରହିଛି। ଜାଫର ଭାରତ ପାଇଁ ୩୧ ଟେଷ୍ଟ ଓ ୨ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ୨୦୧୮-୧୯ରେ ଉତ୍ତରାଖଣ୍ଡ ରଣଜୀ ଟ୍ରଫିରେ ପଦାର୍ପଣ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ବିଦର୍ଭଠାରୁ ଏକ ଇନିଂସ ଓ ୧୧୫ ରନରେ ପରାସ୍ତ ହୋଇଥିଲା। ତେବେ ଏହା ପର ସେସନ୍‌ରେ ଦଳ ଗ୍ରୁପ୍‌ ସି’ରୁ କ୍ୱାର୍ଟର ଫାଇନାଲ ଅତିକ୍ରମ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri