ଜାତୀୟ ହାରଠୁ ଓଡ଼ିଶାରେ କରୋନା ନମୁନା ପରୀକ୍ଷା ଅଧିକ

ଭୁବନେଶ୍ୱର, ୩୦।୪(ବ୍ୟୁରୋ): ଓଡ଼ିଶାରେ କରୋନା ନମୁନା ପରୀକ୍ଷା ହାର ଜାତୀୟ ହାରଠୁ ଅଧିକ ରହିଛି। ଜାତୀୟସ୍ତରରେ ପ୍ରତି ୧୦ଲକ୍ଷ ଲୋକଙ୍କ ମଧ୍ୟରେ ୪୫୨ଜଣ ଲୋକଙ୍କର ନମୁନା ପରୀକ୍ଷା ହେଉଥିବାବେଳେ ଓଡ଼ିଶାରେ ୬୬୬ଜଣ ରହିଛନ୍ତି। ଗତ ୪ ସପ୍ତାହ ମଧ୍ୟରେ ରାଜ୍ୟରେ ନମୁନା ପରୀକ୍ଷା ୧୦ଗୁଣ ବୃଦ୍ଧି ପାଇଛି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଓଡ଼ିଶାରେ ଗତ ୫ ତାରିଖରେ ଶେଷ ହୋଇଥିବା ସପ୍ତାହରେ ମାତ୍ର ୧୫୧୮ଟି ନମୁନାର ପରୀକ୍ଷା ସମ୍ଭବ ହୋଇଥିଲା। କିନ୍ତୁ ୨୭ ତାରିଖରେ ଶେଷ ହୋଇଥିବା ସପ୍ତାହରେ ଏହି ପରିମାଣ ୧୪୯୩୯କୁ ବୃଦ୍ଧି ପାଇଛି, ଯାହାକି ପ୍ରାୟ ୧୦ଗୁଣ ଅଧିକ। ଏବେ ରାଜ୍ୟର ମୋଟ ୮ଟି ସ୍ଥାନରେ ଦୈନିକ ୨୦୦୦ରୁ ୨୪୦୦ଟି କୋଭିଡ୍‌-୧୯ ନମୁନା ପରୀକ୍ଷା ହେଉଥିବାବେଳେ ଖୁବଶୀଘ୍ର ଅନ୍ୟ ୪ ସ୍ଥାନରେ ଏହି ବ୍ୟବସ୍ଥା କରାଯିବାକୁ ପଦକ୍ଷେପ ନିଆଯାଉଛି। ଏବେ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ନମୁନା ପରୀକ୍ଷା ହେଉଥିବାବେଳେ ବୁର୍ଲା, କଟକ, ରାଉରକେଲା ଓ ବ୍ରହ୍ମପୁରରେ ଗୋଟିଏ ଲେଖାଏ କେନ୍ଦ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଉଛି। ଖୁବ୍‌ଶୀଘ୍ର କୋରାପୁଟ, ବାଲେଶ୍ୱର, ବଲାଙ୍ଗୀର ଓ ବାରିପଦାସ୍ଥିତ ସରକାରୀ ମେଡିକାଲ କଲେଜରେ ମଧ୍ୟ କୋଭିଡ୍‌-୧୯ ପରୀକ୍ଷା କରାଯିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।
ଜଣେ ପଜିଟିଭ୍‌ ରୋଗୀ ମାସକ ମଧ୍ୟରେ ପ୍ରାୟ ୪୦୦ଜଣ ଲୋକଙ୍କୁ ସଂକ୍ରମଣ କରିବାର ଆଶଙ୍କା ରହିଛି। ତେଣୁ ସଂକ୍ରମିତ ରୋଗୀ ଯେତେ ଶୀଘ୍ର ଚିହ୍ନଟ ହେବେ ସେତେ ଜଲ୍‌ଦି ସ୍ଥିତି ଉପରେ ନିୟନ୍ତ୍ରଣ ସମ୍ଭବପର ହୋଇପାରିବ। ଗତ ୧୦ଦିନ ମଧ୍ୟରେ ରାଜ୍ୟରେ ୬୦ଟି ନୂଆ ପଜିଟିଭ୍‌ ମାମଲା ଆସିଥିବାବେଳେ ସେଥିରୁ ୩୮ଟି ମାମଲା ପଶ୍ଚିମବଙ୍ଗ ଫେରନ୍ତାଙ୍କ ମାଧ୍ୟମରେ ଆସିଛି।

୮୨.୪% ଆକ୍ରାନ୍ତଙ୍କ ପାଖରେ ଲକ୍ଷଣ ନ ଥିଲା

ଓଡ଼ିଶାରେ ବର୍ତ୍ତମାନ ୧୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ମାତ୍ର ୧୭.୬% ଅର୍ଥାତ୍‌ ୨୨ଜଣଙ୍କ ପାଖରେ କୋଭିଡ୍‌-୧୯ର ଲକ୍ଷଣ ଦେଖା ଦେଇଥିବାବେଳେ ୮୨.୪% ଅର୍ଥାତ୍‌ ୧୦୩ଜଣ ଆକ୍ରାନ୍ତଙ୍କଠାରେ ଆଦୌ ଲକ୍ଷଣ ନ ଥିଲା। ସେହିପରି ଓଡ଼ିଶାରେ କରୋନା ସଂକ୍ରମଣ ବିଦେଶ ଫେରନ୍ତାଙ୍କ ମାଧ୍ୟମରେ ୫% ମାମଲା ଆସିଥିବାବେଳେ ବାହାର ରାଜ୍ୟ ଫେରନ୍ତାଙ୍କ ମାଧ୍ୟମରେ ୪୫% ସଂକ୍ରମିତ ହୋଇଛନ୍ତି। ବାକି ୫୦ ପ୍ରତିଶତ ମାମଲା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ହୋଇଛି ବୋଲି ଜାତୀୟ ସ୍ବାସ୍ଥ୍ୟ ମିଶନ, ଓଡ଼ିଶାର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି। ଲକଡାଉନ୍‌ କୋହଳ ହେବାପରେ ମଧ୍ୟ ସମସ୍ତଙ୍କର ବ୍ୟକ୍ତିଗତ ଦାୟିତ୍ୱ ରହିଛି। ଅତିକମ୍‌ରେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ତେବେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା କମ୍‌ ରହିଛି। ତେବେ ଲୋକମାନେ ଯଦି ବ୍ୟକ୍ତିଗତ ଦାୟିତ୍ୱ ନେଇ ସାମାଜିକ ଦୂରତ୍ୱ ବଜାୟ ନ ରଖିବେ ସଂକ୍ରମଣ ହାର ବେଶ୍‌ ଅଧିକ ହେବାର ଆଶଙ୍କା ରହିଛି ବୋଲି ଶାଳିନୀ ପଣ୍ଡିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri