ବ୍ୟାଙ୍କ ଜମା ଆଡ଼କୁ ମୁହାଁଉଛନ୍ତି ନିବେଶକ

ମୁମ୍ବାଇ,୩୦।୪: ଡେଟ୍‌ ବର୍ଗରେ ମିଳୁଥିବା ଲାଭକୁ ଦେଖିଲେ ଗୋଟିଏ ସମୟରେ ପୁଞ୍ଜି ବଜାରର ନିବେଶକଙ୍କ ଏହା ଏକ ଅନ୍ୟତମ ପ୍ରମୁଖ ନିବେଶ ବିକଳ୍ପ ରହି ଆସିଥିଲା। ମାତ୍ର ଫ୍ରାଙ୍କ୍‌ଲିନ୍‌ ଟେମ୍ପଲଟନ ଭଳି ହାଇ ପ୍ରୋଭାଇଲ କମ୍ପାନୀ ଏହାର ୬ ଡେଟ୍‌ ସ୍କିମ୍‌କୁ ବନ୍ଦ କରିବାକୁ ଘୋଷଣା ପରେ ନିବେଶକଙ୍କ ମଧ୍ୟରେ ଡେଟ୍‌କୁ ନେଇ ପୂର୍ବାପେକ୍ଷା ଆଶଙ୍କା ବଢିଛି। ସେମାନେ ଏହି ଫଣ୍ଡଗୁଡିକରୁ ଟଙ୍କା କାଢି ନେଇ ବ୍ୟାଙ୍କରେ ଜମା କରୁଛନ୍ତି। ସୁରକ୍ଷାକୁ ବିଚାରକରି ନିବେଶକ ବ୍ୟାଙ୍କ ଜମା ଆଡ଼କୁ ମୁହଁାଉଛନ୍ତି ବୋଲି ଜଣେ ବ୍ୟାଙ୍କିଙ୍ଗ୍‌ ଶିଳ୍ପ ବିଶେଷଜ୍ଞ କହିଛନ୍ତି।
ବ୍ୟାଙ୍କଗୁଡିକର ପ୍ରଚଳିତ ଜମା ସ୍କିମ୍‌ଗୁଡିକରେ ବର୍ତ୍ତମାନ ଜମା ପରିମାଣ ବଢିଥିବା ଦେଖାଯାଉଛି। ସୂଚନାଯୋଗ୍ୟ କୋଭିଡ୍‌-୧୯ ଯୋଗୁ ବଜାରରେ ଲିକ୍ୟୁଡିଟି ଅଭାବ ହେବାରୁ ଫ୍ରାଙ୍କ୍‌ଲିନକୁ ଏହାର ସ୍କିମ୍‌ ବନ୍ଦ କରିବାକୁ ପଡିଲା। ଏହି ଫଣ୍ଡଗୁଡିକର ଆସେଟ ବେସ୍‌ ପ୍ରାୟ ୨୮ ହଜାର କୋଟି ଟଙ୍କା ରହିଛି। ଡେଟ୍‌ ମ୍ୟୁଚୁଆଲ ଫଣ୍ଡରୁ ଲୋକ ଏବେ ଟଙ୍କା ଉଠାଇ ନେଉଥିବା ବେଳେ ବ୍ୟାଙ୍କ ଜମା ବଢୁଛି। ପୁଞ୍ଜିବଜାରର ସମସ୍ୟାକୁ ସମାଧାନ କରିବା ଦିଗରେ ସରକାର ହସ୍ତକ୍ଷେପ କରିବା ନେଇ ବିଶେଷଜ୍ଞ କହିଛନ୍ତି। ମ୍ୟୁଚୁଆଲ ଫଣ୍ଡରୁ ଲୋକମାନେ ଟଙ୍କା କାଢିନେଉଥିବାରୁ ଅର୍ଥ ବ୍ୟାଙ୍କରେ ଜମା ହେଉଛି ବୋଲି ଇଣ୍ଡସ ଇଣ୍ଡ ବ୍ୟାଙ୍କ ସିଇଓ ସୁମନ୍ତ କଥପଲିଆ କହିଛନ୍ତି। ଏବେ ଅଧିକ ଅର୍ଥ ବ୍ୟାଙ୍କରେ ଜମା ହେଉଥିବାରୁ ଜମା ହାର ବ୍ୟାଙ୍କଗୁଡିକ କମାଉଛନ୍ତି। ଫେବୃୟାରୀ ୨୦୧୯ ପରଠାରୁ ବ୍ୟାଙ୍କଗୁଡିକ ଜମା ଉପରେ ହାର ପ୍ରାୟ ୪୫% ହ୍ରାସ କରିଛନ୍ତି। ଏଭଳି ସ୍ଥିତିରେ ମଧ୍ୟ ଲୋକମାନେ ଅଧିକ ପରିମାଣର ଅର୍ଥ ଜମା କରୁଛନ୍ତି। ଏପ୍ରିଲ ଗତ ୨ ସପ୍ତାହରେ ଜମା ହାର ୯.୪% ବଢିଛି। ଏହା ଗତ ବର୍ଷ ସମାନ ସମୟରେ ୭.୯୩% ରହିଥିଲା।
ଲୋକଙ୍କ ଦ୍ୱାରା ଜମା ପରିମାଣ ନିମ୍ନ ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ଝୁଇଁବ ବୋଲି ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସିଇଓ ମତବ୍ୟକ୍ତ କରିଛନ୍ତି। ଗତ ମାସରେ ଲୋକମାନେ ଡେଟ୍‌ ସେଗ୍‌ମେଣ୍ଟରୁ ୧.୯୫ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି। ବ୍ୟାଙ୍କ ଜମାରେ ସୁରକ୍ଷା ଏବଂ କ୍ରେଡିଟ୍‌ ରିସ୍କ ଭଳି ପ୍ରସଙ୍ଗ ନ ଥିବାରୁ ଲୋକମାନେ ଡେଟ୍‌ରେ କିଛି ଫାଇଦା ଥିଲେ ମଧ୍ୟ ଟଙ୍କା ଉଠାଇ ନେଉଛନ୍ତି। ଖୁଚୁରା ନିବେଶକଙ୍କ କ୍ଷେତ୍ରରେ ଏଭଳି ସ୍ଥିତି ଦେଖାଯାଉଛି। ସାଙ୍କଟମ୍‌ ଓ୍ବେଲଥ ମ୍ୟାନେଜମେଣ୍ଟ ସହ ପ୍ରତିଷ୍ଠାତା ପ୍ରତୀକ ପନ୍ଥ କହିଛନ୍ତି ଯେ, ଡେଟ୍‌ ନିବେଶର ନିରାପତ୍ତାକୁ ବିଚାରକରି ନିବେଶକ ନିଷ୍ପତ୍ତି ନେଉଥିବା ଦେଖାଯାଉଛି। ମୋଟାମୋଟି ଭାବେ କହିବାକୁ ଗଲେ ଡେଟ୍‌ ଫଣ୍ଡ ବର୍ଗ ଭଲ ରହିଛି। ମାତ୍ର କିଛି ଘଟଣାକୁ ସବୁ କିଛି ଭାବି ନେବା ସହ ନିବେଶକ ଯଦି ଛାନିଆ ହୋଇଯିବେ ତେବେ ସବୁ ନିଷ୍ପତ୍ତି ତାଙ୍କ ଉପରେ ହିଁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

ଖୁବଶୀଘ୍ର ମୁକେଶ ଅମ୍ବାନୀଙ୍କ ଦୁନିଆରେ ଜୀବନ ବିତାଇବେ ଆପଣ, ଜାଣନ୍ତୁ କାରଣ

ମୁମ୍ବାଇ,୨୪ା୪: ଭାରତରେ ଏକ ବଡ ସଂଖ୍ୟକ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନ ଖୁବ ଶୀଘ୍ର ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦ୍ୱାରା ପରିଚାଳିତ...

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଉପରେ କଟକଣା ଲଗାଇଲା ଆରବିଆଇ: ନୂଆ ଗ୍ରାହକ ଯୋଡ଼ିବା, କ୍ରେଡିଟ୍ କାର୍ଡ ଦେବା ଉପରେ ଲାଗିଲା ରୋକ

ମୁମ୍ବାଇ,୨୨ା୪: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ବୁଧବାର ମହିନ୍ଦ୍ରା ବଡ଼ କଟକଣା ଲଗାଇଛନ୍ତି। କଟକଣା ଲାଗିବା ପରେ ବ୍ୟାଙ୍କ ଏବେ ଅନଲାଇନ୍, ମୋବାଇଲ ବ୍ୟାଙ୍କିଙ୍ଗ ମାଧ୍ୟମରେ ଆଉ...

ଜୋକୋଭିଚ୍‌, ବୋନମାଟିଙ୍କୁ ଲୌରିଅସ ପୁରସ୍କାର

ମାଡ୍ରିଡ୍‌, ୨୪ା୪ (ଏପି): ସମ୍ମାନଜନକ ଲୌରିଅସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତବର୍ଷ ପ୍ରଥମଥର ମହିଳା ବିଶ୍ୱକପ୍‌ ଜିତିଥିବା ସ୍ପେନ୍‌ ଦୁଇଟି ପୁରସ୍କାର...

ଶେୟାର ବଜାର କାରବାରରେ ଉତ୍ସାହ

ନୂଆଦିଲ୍ଲୀ,୨୪।୪: କ୍ରମାଗତ ୩ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri