ଜାତୀୟ ପରେଡ୍‌ରେ ଓଡ଼ିଶା ପ୍ରଜ୍ଞାପନ ମେଢ଼ ଦ୍ୱିତୀୟ

ଭୁବନେଶ୍ୱର,୨୮।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ପରେଡ୍‌ରେ ମୁଖ୍ୟ ଆକର୍ଷଣ ସାଜିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼। ପରେଡ୍‌ରେ ୧୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ସେହିଭଳି କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ଏନ୍‌ଡିଆର୍‌ଏଫ୍‌ର ୬ ମେଢ଼ ରହିଥିଲା। ଓଡ଼ିଶା ମେଢରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଓ ରୁକୁଣା ରଥକୁ ଅତି ଆକର୍ଷଣୀୟଭାବେ ସଜାଯାଇଥିଲା। ମେଢ଼ ଚାରିପାଖରେ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଚିତ୍ତାକର୍ଷକ ନୃତ୍ୟ ଅଧିକ ଉପଭୋଗ୍ୟ ଥିଲା। ତେବେ ପ୍ରତିବର୍ଷ ଭଳି ଚଳିତବର୍ଷ ହୋଇଥିବା ମେଢ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଜ୍ଞାପନ ମେଢ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ଆସାମର ମେଢ଼ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶା ସହ ଉତ୍ତର ପ୍ରଦେଶର ମେଢ଼ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛି। ମଙ୍ଗଳବାର ପୂର୍ବାହ୍ନରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ରଙ୍ଗଶାଳା କ୍ୟାମ୍ପ୍‌ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୃତିତ୍ୱ ହାସଲ କରିଥିବା ମେଢ଼ର ପ୍ରତିନିଧିମାନଙ୍କୁ ପୁରସ୍କୃତ କରିବେ। ଓଡ଼ିଶାର ପ୍ରଜ୍ଞାପନ ମେଢରେ ରାଜ୍ୟର ସାଂସ୍କୃତିକ ଝଲକ ଦେଖିବାକୁ ମିଳିଥିବାବେଳେ ପରେଡ଼ ସ୍ଥଳରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ ଛିଡାହୋଇ ଅଭିବାଦନ ଜଣାଇଥିଲେ। ଏହି ମେଢକୁ ନେଇ ବେଶ୍‌ ଗର୍ବିତ ବୋଲି କହିଛନ୍ତି ଏହାକୁ ଡିଜାଇନ କରିଥିବା ଶିଳ୍ପୀ ଗଜେନ୍ଦ୍ର ସାହୁ। ସାଧାରଣତନ୍ତ୍ର ଦିବସ ପୂର୍ବରୁ ନୂଆଦିଲ୍ଲୀ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଅନୁଷ୍ଠିତ ସାଂସ୍କୃତିକ ସମାରୋହରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

କଣ୍ଟାମାଳ ପୋଲିସ-ଜନତା ଖଣ୍ଡଯୁଦ୍ଧ: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏସ୍‌ପିଙ୍କ ତଦନ୍ତ, ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ

କଲ୍ୟାଣସିଂହପୁର,୨୫।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କାଶୀପୁର ବ୍ଲକ କଣ୍ଟାମାଳ ଗ୍ରାମରେ ଘଟିଥିବା ବହୁଚର୍ଚ୍ଚିତ ପୋଲିସ-ଜନତା ସଂଘର୍ଷ ଘଟଣାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ମାନ୍ୟବର ହାଇକୋର୍ଟଙ୍କ…

ରାହୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଉଗ୍ର ଚାଲ! ୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ୫ଟି ରାଶି ଉପରେ ବଡ଼ ସଙ୍କଟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସେନାପତି ମଙ୍ଗଳ ଏବଂ ଛାୟା ଗ୍ରହ ରାହୁଙ୍କ ସମ୍ବନ୍ଧକୁ ଅତ୍ୟନ୍ତ ଉଗ୍ର ଓ ସମ୍ବେଦନଶୀଳ ମାନାଯାଏ। ପରାକ୍ରମ, ଉର୍ଜା ଏବଂ କ୍ରୋଧର କାରକ…

ଏକାଠି ହେଲେ ଭାରତ-ଚାଇନା ସେନା, ଓଡ଼ିଶା ସମୁଦ୍ରରେ ଚାଲିଛି ଜୋର୍‌ ଅପରେଶନ

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

ସୁଭଦ୍ରା ଟଙ୍କା ଆସିବା ଆଗରୁ ମୋଦିଙ୍କୁ ଭେଟିଲେ ପ୍ରଭାତୀ ପରିଡ଼ା, ହୋଇପାରେ ବଡ଼ ଘୋଷଣା!

ଭୁବନେଶ୍ୱର,୨୫।୮: ବଡ଼ ଖବର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri