ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ

ବାଲେଶ୍ୱର ଅଫିସ, ୧।୧୧-ବାଲେଶ୍ୱର ଜିଲା ଭାଜପା ପକ୍ଷରୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌ ୟୁନିଟି’ ସାରାଦେଶରେ ପାଳିତ ହେଉଛି। ଏହି ଅବସରରେ ଗୁରୁବାର ପୂର୍ବାହ୍ନ ୭ଟା ସମୟରେ ପରମିଟ୍‌ ପଡ଼ିଆରୁ ଶତାଧିକ ଭାଜପା କର୍ମୀ, ଛାତ୍ରୀଛାତ୍ର, ଜନସାଧାରଣ ଏକାଠି ହୋଇ ଜାତୀୟ ଏକତାର ସୁରକ୍ଷା ପାଇଁ ସାମୂହିକ ଶପଥ ନେବା ସହ ‘ରନ୍‌ ଫର୍‌ ୟୁନିଟ୍‌’ରେ ସାମିଲ୍‌ ହୋଇଥିଲେ। କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସମ୍ପାଦକ ରଣଜିତ୍‌ ଠାକୁର, ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଦାସ, ଯୁବନେତା ଉମାକାନ୍ତ ନାୟକ, ଗୌରାଙ୍ଗ ଦାସ, ବିଭୁପଦ ଦାସ, ମହିଳା ନେତ୍ରୀ ଶୋଭନା ମହାନ୍ତି, ସିପ୍ରା ବାଜପେୟୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ସହର ପରିକ୍ରମା କରାଯାଇଥିଲା। ପରମିଟ୍‌ ପଡ଼ିଆରେ ଆୟୋଜିତ ବୈଠକରେ କେନ୍ଦ୍ରମନ୍ତ୍ରୀ ଷଡ଼ଙ୍ଗୀ ଯୋଗଦେଇ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଓ ପ୍ରଥମ ସ୍ବରାଷ୍ଟ୍ରମନ୍ତ୍ରୀ ସର୍ଦ୍ଦାର ବଲ୍ଲଭିଭାଇ ପଟେଲଙ୍କ ରାଜନୈତିକ କୂଟନୀତି ପ୍ରଖର ଥିବାରୁ ତାଙ୍କୁ ଭାରତର ଲୌହ ମାନବ ବୋଲି ଆଖ୍ୟା ଦିଆଯାଇଥିଲା। ତାଙ୍କର ସ୍ମୃତିକୁ ମନେରଖିବା ପାଇଁଁ ତାଙ୍କ ଜୟନ୍ତୀ ଅକ୍ଟୋବର ୩୧କୁ ‘ରାଷ୍ଟ୍ରୀୟ ଏକତା ଦିବସ’ ରୂପେ ସାରା ଦେଶ ପାଳନ କରୁଥିବାର ପ୍ରକାଶ କରିଥିଲେ।
ସେହିପରି ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ପରିସରରେ ଜାତୀୟ ଏକତା ଦିବସ ପାଳିତ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମିନତି ସେଠୀ ଏହାକୁ ଶୁଭାରମ୍ଭ କରି ସର୍ଦ୍ଦାର ପଟେଲଙ୍କ ଭାରତୀୟ ଜାତୀୟ ଏକତା ଓ ସଂହତି ପାଇଁ ଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଶୋଭାରାମପୁରସ୍ଥିତ ବାଲେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଅନ୍ନଦା ପ୍ରସାଦ ଜେନାଙ୍କ ପୌରୋହିତ୍ୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଥିଲା। ଉଭୟ ମହାବିଦ୍ୟାଳୟର ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରୀଛାତ୍ରମାନେ ଏକତ୍ରିତ ହୋଇ ଭାରତର ଜାତୀୟ ଏକତାର ସୁରକ୍ଷା ପାଇଁ ଶପଥ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri