Posted inଜାତୀୟ

ଜଷ୍ଟିସ୍‌ ତାହିଲରମଣିଙ୍କ ବିରୋଧରେ ଅନିୟମିତତା ଅଭିଯୋଗ: ତଦନ୍ତ ଲାଗି ସିବିଆଇକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ା୧୦: ଗୋଇନ୍ଦା ବ୍ୟୁରୋ (ଆଇବି) ରିପୋର୍ଟ ଆଧାରରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଭି.କେ. ତାହିଲରମଣିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ବିରୋଧରେ ଚେନ୍ନାଇରେ ଦୁଇଟି ଫ୍ଲାଟ କିଣିବା, ପ୍ରଭାବଶାଳୀ ବ୍ୟକ୍ତି ସମ୍ପୃକ୍ତ ଥିବା ଏକ ମୂର୍ତ୍ତି ଚୋରି ମାମଲାର ଶୁଣାଣି କରୁଥିବା ସ୍ବତନ୍ତ୍ର ଖଣ୍ଡପୀଠକୁ ଭାଙ୍ଗିଦେବା ଏବଂ ତାମିଲନାଡୁର ଜଣେ ମନ୍ତ୍ରୀଙ୍କ ସହ ଘନିଷ୍ଠ ସମ୍ପର୍କ ଭଳି ଅନିୟମିତା ଅଭିଯୋଗ ହୋଇଥିଲା।
ଜଷ୍ଟିସ୍‌ ତାହିଲରମଣିଙ୍କୁ ମେଘାଳୟ ହାଇକୋର୍ଟକୁ ବଦଳି କରାଯିବାରୁ ସେ ଇସ୍ତଫା ଦେଇଥିଲେ। ସୁପ୍ରିମକୋର୍ଟ କଲେଜିୟମ ଅଗଷ୍ଟ ୨୮ରେ ତାଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବା ଲାଗି ନିଷ୍ପତ୍ତି ନେଇଥିଲେ। ନିଷ୍ପତ୍ତିର ପୁନର୍ବିଚାର ପାଇଁ ସେ ଅନୁରୋଧ କରିଥିଲେ ହେଁ କଲେଜିୟମ ତାହାକୁ ଗ୍ରହଣ ନ କରିବାରୁ ସେ ସେପ୍ଟେମ୍ବର ୬ରେ ଇସ୍ତଫା ଦେଇଥିଲେ। ତାଙ୍କୁ ହଇରାଣ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ବଡ଼ ହାଇକୋର୍ଟରୁ ଏକ ଛୋଟ ହାଇକୋର୍ଟକୁ ବଦଳି କରାଯାଇଥିବା ଗୋଟିଏ ଗୋଷ୍ଠୀ ଆଇନଜୀବୀ ଅଭିଯୋଗ କରିଥିଲେ।
ଆଇବି ରିପୋର୍ଟ ଅନୁଯାୟୀ ଜଷ୍ଟିସ୍‌ ତାହିଲରମଣି ଚେନ୍ନାଇ ଉପକଣ୍ଠରେ ଥିତ୍ବା ଲୋରେନ୍‌ ଟାଓ୍ବାରରେ ଦୁଇଟି ଫ୍ଲାଟ ୩.୧୮ କୋଟି ଟଙ୍କାରେ କିଣିଛନ୍ତି। ଏଥିପାଇଁ ୧.୬୨ କୋଟି ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ଋଣ କରିଥିବାବେଳେ ଗତ ଜୁନ୍‌-ଜୁଲାଇରେ ଅବଶିଷ୍ଟ ୧.୫୬ କୋଟି ନିଜସ୍ବ ଆୟରୁ ଦେଇଛନ୍ତି। ତାହିଲରମଣିଙ୍କର ୬ଟି ବ୍ୟାଙ୍କ ଆକାଉଣ୍ଟରୁ ୧.୬୧ କୋଟି ଟଙ୍କା ତାଙ୍କର ମୁମ୍ବାଇର ମହିମଠାରେ ଥିବା ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି। । ୬ ଆକାଉଣ୍ଟ ମଧ୍ୟରୁ ତିନୋଟି ସେ ଓ ତାଙ୍କ ସ୍ବାମୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ହୋଇଥିବାବେଳେ ଗୋଟିଏରେ ସେ ଓ ତାଙ୍କ ମାଆଙ୍କ ନାଁ ରହିଛି। ଅନ୍ୟ ଏକ ଆକାଉଣ୍ଟ ପୁଅ ନାଁରେ ଥିବାବେଳେ ଗୋଟିଏ ସାଲାରି ଆକାଉଣ୍ଟ। ଜୁଲାଇ ୮ରେ ୧୮ ଲକ୍ଷ ଟଙ୍କା ବିଚାରପତିଙ୍କ ଆକାଉଣ୍ଟକୁ ସେ ଓ ତାଙ୍କ ମାଆଙ୍କ ନାଁରେ ଥିବା ଯୁଗ୍ମ ଆକାଉଣ୍ଟରୁ ଆସିଥିବାବେଳେ ତା ପରମାସରେ ଏହାକୁ ଚେକ୍‌ ମାଧ୍ୟମରେ ଫେରାଇ ଦିଆଯାଇଛି। ସେହିପରି ଜଷ୍ଟିସ ମହାଦେବନଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ବତନ୍ତ୍ର ଖଣ୍ଡପୀଠକୁ ଭାଙ୍ଗିଦିଆଯିବା ନେଇ ପ୍ରଶ୍ନ ଉଠିଛି। ମୂର୍ତ୍ତି ଚୋରି ମାମଲାର ଶୁଣାଣି କରୁଥିବା ଏହି ଖଣ୍ଡପୀଠକୁ ତାମିଲନାଡୁ ମନ୍ତ୍ରୀଙ୍କ ପ୍ରରୋଚନାରେ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି। ଏହାବ୍ୟତୀତ ଜଷ୍ଟିସ ତାହିଲରମଣି କେତେଜଣ ଆଇନଜୀବୀଙ୍କୁ ଅନୁକମ୍ପା ଦେଖାଉଥିବା ମଧ୍ୟ ଆଇବି ରିପୋର୍ଟରେ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭାଜପା ହିଂସାକୁ ଉସୁକାଇଥିଲା: ମମତା

କୋଲକାତା,୧୮ା୪: ପଶ୍ଚିମବଙ୍ଗରେ ରାମନବମୀ ପାଳନ ବେଳେ ଭାଜପା ହିଂସାକୁ ଉସୁକାଇଥିଲା ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅଭିଯୋଗ କରିଛନ୍ତି। ମୁର୍ଶିଦାବାଦ ଜିଲାରେ ଯେଉଁ ହିଂସାକାଣ୍ଡ...

ଏପ୍ରିଲ ୨୨ରୁ ସ୍କୁଲ ଛୁଟି

କୋଲକାତା,୧୮।୪: ରାଜ୍ୟରେ ଅତ୍ୟଧିକ ଉତ୍ତାପ ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ୨୨ ଏପ୍ରିଲରୁ ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ଗ୍ରୀଷ୍ମ ଛୁଟି...

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ବନ୍ଦ ହୋଇଯାଏ ପ୍ରଚାର, ଏହି ସାଇଲେନ୍ସ ପିରିୟଡରେ କ’ଣ କରନ୍ତି ପ୍ରାର୍ଥୀ ଜାଣନ୍ତୁ

ନୂଆଦିଲ୍ଲୀ,୧୮।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ୧୯ ଏପ୍ରିଲରୁ ଆରମ୍ଭ ହେବ। ଏହା ଅଧୀନରେ ଦେଶର ୨୧ ଟି ରାଜ୍ୟ...

ନିର୍ବାଚନ ପୂର୍ବରୁ ଏଏପିକୁ ଝଟକା, ଗିରଫ ହେଲେ ବିଧାୟକ ଅମାନତୁଲ୍ଲାହ ଖାନ

ନୂଆଦିଲ୍ଲୀ,୧୮।୪: ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ଗୁରୁବାର ଇଡି ଗିରଫ କରିଛି। ୱାକଫ ବୋର୍ଡ ନିଯୁକ୍ତି ସ୍କାମରେ ତାଙ୍କୁ ପିଏମଏଲଏ ଅଧୀନରେ ଗିରଫ...

ଇରାନ କବଜାରେ ଥିବା ଜାହାଜରୁ ଭାରତ ଫେରିଲେ ପ୍ରଥମ କ୍ରୁ ମେମ୍ବର

ନୂଆଦିଲ୍ଲୀ,୧୮।୪: କେରଳ ତ୍ରିଶୁରର ବାସିନ୍ଦା ମହିଳାକ୍ୟାଡେଟ ଆନ ଟେସା ଜୋସେଫ, କାର୍ଗୋ ଜାହାଜ MSC Aries ରେ ଥିବା ଭାରତୀୟ କ୍ରୁଙ୍କ ଅଂଶ ଭାବରେ ଗୁରୁବାର...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

କେଜରିଓ୍ବାଲଙ୍କୁ ଜେଲରେ ହତ୍ୟା ପାଇଁ କରାଯାଉଛି ଷଡଯନ୍ତ୍ର: ଆତିଶି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘରେ ତିଆରି ଖାଦ୍ୟ ଖାଇ ତାଙ୍କ ସୁଗାର ଲେବଲକୁ ବଢାଉଥିବା ଇଡି ଅଭିଯୋକ କରିବା ପରେ ଏବେ ଆମ...

ପ୍ରଥମ ପର୍ଯ୍ୟାୟ ମତଦାନ: ୧୬.୬୩ କୋଟି ଭୋଟର, ୧୬୨୫ ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୮।୪: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ମତଦାନରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି। ପ୍ରଥମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri