ଜବାହରଚୌକ ପ୍ଲାଟିନମ୍‌ ଜୁବିଲି ସମାରୋହ ଉଦ୍‌ଯାପିତ: ‘ଲକ୍ଷ୍ମୀପୂଜା ଢେଙ୍କାନାଳର ପରିଚୟ’

ଢେଙ୍କାନାଳ ଅଫିସ, ୨୩।୧୦- ଲକ୍ଷ୍ମୀପୂଜା ଢେଙ୍କାନାଳର ପରିଚୟ। ପୂଜା ପ୍ରତିଷ୍ଠାନଗୁଡ଼ିକର ନିଷ୍ଠାପର ଉଦ୍ୟମ ଲାଗି ଏହାର ଉତ୍କର୍ଷ ବଢ଼ିବାରେ ଲାଗିଛି। ଏହି ମାଟିରୁ ସୃଷ୍ଟି ହୋଇଥିଲା ଗଡ଼ଯାତ ଆନ୍ଦୋଳନ। ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମ ଏହାର ଆଉ ଏକ ଅବଦାନ। ଜିଲାର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର। ଖୁବ୍‌ଶୀଘ୍ର ହିନ୍ଦୋଳ, ଓଡ଼ାପଡ଼ା, ଗଁଦିଆ, ଭୁବନ, ସଦର ଏବଂ କାମାକ୍ଷନଗର ବ୍ଲକରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଜମିକୁ ପର୍ଯ୍ୟାପ୍ତ ଜଳସେଚନ ସୁବିଧା କରାଯିବ। ଜିଲାରେ ୪୦୦ କିମି ପୂର୍ତ୍ତ ବିଭାଗ ରାସ୍ତା ଥିଲା। ଏହା ଏବେ ୯୦୦ କିମିକୁ ଛୁଇଁଲାଣି। ସେହିପରି ଯୋରନ୍ଦା ନିକଟରେ ୨୫୩ କୋଟି ଏବଂ ମେରାମଣ୍ଡଳୀ ନିକଟରେ ୧୬୦ କୋଟି ଟଙ୍କା ବ୍ୟୟରେ ବ୍ରାହ୍ମଣୀ ନଦୀ ଉପରେ ୨ଟି ବ୍ରିଜ୍‌ ନିର୍ମାଣ ହେବ। ଶୃଙ୍ଖଳା ବଜାୟ ରଖିବା ଦିଗରେ ସମସ୍ତେ ଯତ୍ନବାନ ହେଲେ ପୂଜା ଉତ୍ସବ ଆହୁରି ଆକର୍ଷଣୀୟ ହେବ ବୋଲି କହିଛନ୍ତି ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ଜବାହରଚୌକ ପୂଜା ପ୍ରତିଷ୍ଠାନର ପ୍ଲାଟିନମ୍‌ ଜୁବିଲିର ଉଦ୍‌ଯାପନୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଅନ୍ୟତମ ଅତିଥି ଭାବେ ଏମ୍‌ପି ମହେଶ ସାହୁ, ବିଧାୟକ ସୁଧୀର କୁମାର ସାମଲ, ରାଜ୍ୟ ଯୁବ କଲ୍ୟାଣ ପରିଷଦ ଅଧ୍ୟକ୍ଷ ବିଜୟ କୁମାର ନାୟକ ଉପସ୍ଥିତ ଥିଲେ। ଲକ୍ଷ୍ମୀପୂଜା ଗଣ ଅନ୍ଦୋଳନରେ ପରିଣତ ହୋଇଛି। ବିନା ପୋଲିସ ସହାୟତାରେ ଏହାକୁ ଆୟୋଜନ କରାଯାଇପାରିଲେ ଏହାର ମହତ୍ତ୍ୱ ଆହୁରି ବଢ଼ିବ। ପରିଣତ ବୟସରେ ଜନ୍ମକଲା ମା’ଙ୍କୁ ସୁଖଶାନ୍ତିରେ ରଖିପାରିଲେ ଲକ୍ଷ୍ମୀପୂଜା ସଫଳ ହୋଇପାରିଛି ବୋଲି କୁହାଯିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ବ୍ରଜକିଶୋର ପଟ୍ଟନାୟକଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେହିପରି କଳିଙ୍ଗନଗରର ଅତିରିକ୍ତ ଏସ୍‌ପି ରାଜକିଶୋର ଦୋରା, ଶିଳ୍ପପତି ମନୋରଞ୍ଜନ ମହାନ୍ତି, ଚିତ୍ତରଞ୍ଜନ ମହାନ୍ତି, ଶିକ୍ଷୟିତ୍ରୀ ପ୍ରତିମା ଦେବୀ, କ୍ରୀଡ଼ାବିତ୍‌ ଶ୍ରେୟାସ ଶକ୍ତିସ୍ମିଥ, ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ମଧ୍ୟ ସମ୍ବର୍ଦ୍ଧିତ ହୋଇଥିଲେ। ଅନୁଷ୍ଠାନ ପକ୍ଷରୁ ସ୍ମରଣିକା ଉନ୍ମୋଚିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri