ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା

ବାହାନଗା, ୪ା୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଗ୍ରାମରେ ମୁଖ୍ୟ ରାସ୍ତା କଡରେ ଥିବା ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ଚାପା ଉତ୍ତେଜନା ଦେଖାଦେଇଛି। ବାଲେଶ୍ୱରରୁ ଧାମରାକୁ ଲାଗିଥିବା ସଲ୍ଟ ରୋଡ ଗୋପାଳପୁର ମଧ୍ୟ ଦେଇ ଯାଇଛି। ତେବେ ବଜାର ଉତ୍ତର କଡ ସଲ୍ଟରୋଡର ଗୋଟିଏ କଡରେ ବିଦ୍ୟୁତ ବିଭାଗ ତରଫରୁ ଖୁଣ୍ଟି ପୋତି ୩୩ କେଭି ବିଦ୍ୟୁତ ତାର ଟାଣି ନିକଟସ୍ଥ ଷ୍ଟ୍ରକଚରକୁ ଆଣୁଥିବା ବେଳେ ମିଶ୍ର ସାହି ନିକଟରେ କେତେକ ବ୍ୟକ୍ତି ତାଙ୍କ ଘର ଆଗ ଦେଇ ବିଦ୍ୟୁତ ତାର ଟାଣିବାକୁ ବିରୋଧ କରିଥିଲେ। ଫଳରେ ଦୀର୍ଘ ଦିନ ଧରି ବିଦ୍ୟୁତ ତାର ଟଣାଯିବାର ବ୍ୟାଘାତ ଘଟିଥିଲା ା ଏନେଇ ବିଦ୍ୟୁତ ବିଭାଗ ତରଫରୁ ବାହାନଗା ତହସିଲଙ୍କୁ ଚିଠି ଲେଖି ମିଶ୍ର ସାହିରେ ରାସ୍ତା କଡରେ କେତେ କେଉଁଠି ସରକାରୀ ଜମି ଅଛି ବାହାର କରିବାକୁ କହିଥିଲେ। ଚିଠି ଅନୁଯାୟୀ ତହସିଲ ପ୍ରଶାସନ ପୋଲିସ୍‌ ଫୋର୍ସ ସହିତ ଅମିନ, ଆରଆଇ ଓ ତହସିଲଦାର ଦେବଯାନୀ ଭୂୟାଁ ପ୍ରମୁଖ ସରକାରୀ ଜମି ଜବରଦଖଲକୁ ଉଚ୍ଛେଦ ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହି ସରକାରୀ ଜମି କେଉଁଠି କେତେ ଅଛି ତାହା ମପାମପି କରି ଚିହ୍ନଟ କରିଥିଲେ। ମାତ୍ର ସେହି ଚିହ୍ନଟକୁ ନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ଉଚ୍ଛେଦ କରିବାକୁ ଆସିଲେ ସେମାନେ ଜମି ଛାଡିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ପ୍ରଶାସନ ଦ୍ୱାରା ସରକାରୀ ଜମି ମପାମପି ହେବା ବେଳେ ୨ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ସମେତ ଗୋପାଳପୁର ଫାଣ୍ଡି ଅଧିକାରୀ ବଂଶୀଧର ପ୍ରଧାନ, ଏଏସ୍‌ଆଇ ପର୍ଶୁରାମ ଜେନା, ତହସିଲଦାର ଦେବଯାନୀ ଭୂୟଁା ଓ ମୁଖ୍ୟ କିରାଣି ମନୋରଞ୍ଜନ ବେହେରା, ଆରଆଇ, ଅମିନମାନେ ଉପସ୍ଥିତ ରହି ମପାମପି କରି ଚିହ୍ନଟ କରିଛନ୍ତି। ତେବେ ଚିହ୍ନଟ ସ୍ଥାନଗୁଡିକରୁ ଯଥାଶୀଘ୍ର ଅବରୋଧକାରୀମାନେ ଉଚ୍ଛେଦ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ା ତେବେ ଅବରୋଧ କରିଥିବା ବ୍ୟକ୍ତିମାନେ ନିଜ ତରଫରୁ ସରାକରୀ ଜମିରୁ ହଟି ନ ଗଲେ ପ୍ରଶାସନ ତରଫରୁ ପରବର୍ତ୍ତୀ ସମୟରେ ଜବରଦଖଲ କରିଥିବା ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ସହ ପ୍ରଶାସନ ନିଜେ ସରକାରୀ ଜମିକୁ ଉଚ୍ଛେଦ କରିବେ ବୋଲି ପ୍ରକାଶ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ପାଣି): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ବିଦ୍ୟାଭାରତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଝଟ୍‌କା: ଆବେଦନ ଖାରଜ

ଭୁବନେଶ୍ୱର,୩୦।୯: : ବହୁଚର୍ଚ୍ଚିତ ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ମହାପାତ୍ରଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ବିଦ୍ୟାଭାରତୀଙ୍କ ପକ୍ଷରୁ ଦାଖଲ ହୋଇଥିବା…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ

ବଲାଙ୍ଗୀର,୩୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ନିସ୍ତୁକ ମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?