ଜବତ ପଲିଥିନ ଛଡ଼ାଇ ନେଲେ

ଚାନ୍ଦବାଲି, ୧।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ପକ୍ଷରୁ ଗୁରୁବାର ଅପରାହ୍ନରେ କେତେକ ଦୋକାନରୁ ଜବତ କରାଯାଇଥିବା ପଲିଥିନକୁ ବ୍ୟବସାୟୀମାନେ ଛଡ଼ାଇ ନେଇଥିବା ଜଣାଯାଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ଏନ୍‌ଏସିର ୨ଜଣ କର୍ମଚାରୀ ପୋଲିସ ସହାୟତାରେ ଚାନ୍ଦବାଲି ସହରର କେତେକ ଦୋକାନରେ ଚଢ଼ାଉ କରିଥିଲେ। ଦୋକାନରୁ ପଲିଥିନ ଜବତ ସହ ପ୍ରାୟ ୨ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ଏନ୍‌ଏସି କର୍ମଚାରୀ। ଏ ନେଇ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏନ୍‌ଏସି ପକ୍ଷରୁ ରସିଦ ପ୍ରଦାନ କରାଯାଇଥିଲା। ତେବେ ହଠାତ୍‌ କେତେଜଣ ଲୋକ ଆସି ଏନ୍‌ଏସି କର୍ମଚାରୀଙ୍କୁ ବିରୋଧ କରିବା ସହିତ ସେମାନଙ୍କୁ ଘେରି ଯାଇଥିଲେ। ଆଦାୟ କରାଯାଇଥିବା ଜରିମାନା ଅର୍ଥ ଫେରାଇ ଦେବାକୁ ବାଧ୍ୟ କରିଥିଲେ। ଏପରିକି ସେମାନେ ଏନ୍‌ଏସିର ଜଣେ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଜରିମାନା ଟଙ୍କା ଓ ଜବତ ପଲିଥିନ ଛଡ଼ାଇ ନେଇଥିଲେ। ଖବର ପାଇ ପୋଲିସ ଗାଡ଼ି ଆସି ଏନ୍‌ଏସି କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏ ନେଇ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏନ୍‌ଏସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ରେ ଜାତୀୟ ପତାକା ଉତ୍ତୋଳନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ସୁନ୍ଦରଗଡ଼,୧୫ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ସଦରମହକୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ପାଳିତ ହୋଇଯାଇଛି। ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତ୍ରାପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ…

ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ

ଦେବଗଡ଼,୧୫ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ…

ପ୍ରତିଷ୍ଠିତ ବ୍ୟବସାୟୀଙ୍କୁ ଅପହରଣ, ଲୋକେସନ୍‌ ଟ୍ରାକ୍‌ କରି ତନାଘନା ଚଳାଇଛି ପୋଲିସ

ବଲାଙ୍ଗୀର,୧୫ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ (ଗୁଣ୍ଡା)ଙ୍କୁ କିଛି ଲୋକ ଅପହରଣ କରିଥିବା ପରିବାର ଲୋକେ ସନ୍ଦେହ କରି ବଲାଙ୍ଗୀର ଟାଉନ ଥାନାରେ…

ଉତ୍କଳ ଗୌରବ ମଧୁସୂଦନ ଦାସ ଉଚ୍ଚ ବିଦ୍ୟାଳୟରେ ଫରଫର ଉଡ଼ିଲା ତ୍ରିରଙ୍ଗା, ଦେଶପ୍ରେମୀଙ୍କ ବଳିଦାନ ପାଇଁ ଆଜି…

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): ଦେଶ ଆଜି ପାଳୁଛି ୮୦ତମ ସ୍ବାଧୀନତା ଦିବସ। ଏଥିପାଇଁ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଉତ୍ସବ ମୁଖର ହୋଇପଡ଼ିଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ସାଇବର ଠକେଇରୁ କେମିତି ରହିବେ ସୁରକ୍ଷିତ: ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ପାଳିତ

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ‘ସାଇବର ସେଫ୍ଟି କ୍ୟାମ୍ପେନ ଓଡ଼ିଶା-୨୦୨୬’ ଅବସରରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି।…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri