ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ: ବାହାରିଲା ସଚେତନତା ରଥ

ରଘୁନାଥପୁର, ୧୧। ୭ (ଡି.ଏନ.ଏ.)- ଜାତୀୟ ସ୍ବାସ୍ଥ୍ୟମିଶନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୂଲ୍ୟରେ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜୁଲାଇ ୧୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନ ଅବସରରେ ଏକ ସଚେତନତା ରଥର ଶୁଭାରମ୍ଭ ଗୁରୁବାର ହୋଇଯାଇଛି। ଏହାଛଡା ବିଶ୍ୱ ଜନସଂଖ୍ୟା ଦିବସ ଉପଲକ୍ଷେ ପିଏଚଇଓ ରାନୁ ମହାପାତ୍ରଙ୍କ ପୌରୋହିତ୍ୟରେ ଏକ ସଚେତନତା ଧର୍ମୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁକାନ୍ତ କୁମାର ଦଳାଇ ଅତିଥି ଭାବେ ଉପସ୍ଥିତ ହୋଇ ଜନସଂଖ୍ୟା ସ୍ଥିରିକରଣ ପକ୍ଷ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱକୁ ଉପଲବ୍ଧ କରି ସମସ୍ତ ମେଡିକାଲ ଷ୍ଟାଫ, ଜନସାଧାରଣଙ୍କ ମନରେ ସଚେତନତାର ମଞ୍ଜି ବୁଣି ପାରିଲେ ଏହା ସଫଳ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ପରିବାର ନିୟୋଜନ ଏକ ମାନସିକ ଅଧିକାର। ପ୍ରତ୍ୟେକ ଦମ୍ପତି ର୍ଗ ନିରୋଧକ ପଦ୍ଧତି ଅପଣାଇ ସ୍ବାସ୍ଥ୍ୟକେନ୍ଦ୍ରରେ ମିଳୁଥିବା ବିଭିନ୍ନ ପ୍ରକାର ପରିବାର ନିୟୋଜନ ସେବା ସମ୍ପର୍କରେ ପ୍ରଥମେ ଅବଗତ ହେବା ଜରୁରୀ ଅଟେ। ଅନ୍ତରା, ଛାୟା ଭଳି ଇଞ୍ଜକସନଓ ଔଷଧ ବ୍ୟବହାର କରିବା ସହ ପ୍ରସବ ପରବର୍ତ୍ତୀ ଆଇୟୁସିଡି, ମହିଳା ଓ ପୁରୁଷ ବନ୍ଧ୍ୟାକରଣ ଭଳି ସ୍ଥାୟୀ ପଦ୍ଧତି କରାଇବା ସମ୍ପର୍କରେ ପିଏଚଇଓ ମହାପାତ୍ର ପରାମର୍ଶ ରଖିଥିଲେ। ଆଶା ଓ ମହିଳା ସ୍ବାସ୍ଥ୍ୟକର୍ମୀଙ୍କଠାରୁ ସୂଚନା ସଂଗ୍ରହ, ପ୍ରଥମ ସନ୍ତାନର ୩ ବର୍ଷ ପରେ ଦ୍ୱିତୀୟ ନିଷ୍ପତ୍ତି ଓ ସର୍ବପରେ ପ୍ରତ୍ୟେକ ଦମ୍ପତି ଦାୟିତ୍ୱର ସହ ନିଜ ସନ୍ତାନଙ୍କୁ ଗଢି ତୋଳିବା ପାଇଁ ବୈଠକରେ ଆହ୍ବାନ ଦିଆଯାଇଥିଲା। ଡା. ପ୍ରଭାସ କୁମା ତ୍ରିପାଠୀଙ୍କ ସମେତ ମହିଳା ସ୍ବାସ୍ଥ୍ୟକର୍ମୀ, ପୁରୁଷ ସ୍ବାସ୍ଥ୍ୟକର୍ମୀ ଆଶା ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ମୁଖ୍ୟ ଚିକିତ୍ସାଧିକାରୀ ଦଳାଇ ପତାକା ଦେଖାଇ ସଚେତନତା ରଥ ପରିଭମଣର ଶୁଭାରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri