ଜି.ଉଦୟଗିରି,୬ା୯(ଡି.ଏନ.ଏ.)- ଜି.ଉଦୟଗିରି ଥାନା ପେଟାଗୁଡ଼ା ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବିବାହ ପ୍ରଲୋଭନ ଦେଖାଇ ୨ବର୍ଷ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ନଂ.୧୦୭/୧୯ ଦଫା ୩୭୬ (୨) (ଏନ୍)/୩୦୬ ଆଇପିସିରେ ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ କୁମ୍ଭାରକୃପା ଗ୍ରାମର ବୁଦ୍ଧିସପ୍ତ ମହାନ୍ତି (୨୭)। ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୧୦ ବର୍ଷ ପୂର୍ବେ ରାଇକିଆରେ ବିବାହ କରିଥିଲେ। ସ୍ବାମୀଙ୍କ ସହ ମନୋମାଳିନ୍ୟ ଯୋଗୁ ପ୍ରାୟ ୩ବର୍ଷ ହେବ ୮ ବର୍ଷର ପୁଅ ଓ ୬ ବର୍ଷର ଝିଅଙ୍କୁ ଶାଶୁଘରେ ଛାଡି ବାପଘରେ ଆସି ରହୁଥିଲେ। ୨ବର୍ଷ ହେବ ଜି.ଉଦୟଗିରିରେ ଏକ ଗ୍ୟାରେଜରେ କାମ କରୁଥିବା ବୁଦ୍ଧିସପ୍ତଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବୁଦ୍ଧିସପ୍ତ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଘଟଣାଦିନ ମହିଳାଙ୍କୁ ଫୋନ କରି ସେ ଡାକିଥିଲେ। ଗଣେଶ ପୂଜା ଥିବାରୁ ଉଭୟେ ବୁଲାବୁଲି କରିଥିଲେ। ଅପରାହ୍ନରେ ଖାଇବା ପ୍ୟାକେଟ ଆଣି ନାନ୍ଦା ନିକଟସ୍ଥ ପେଟାଗୁଡ଼ା ଜଙ୍ଗଲକୁ ଯାଇଥିଲେ। ସେଠାରେ ଖାଇବା ପରେ ପୁଣି ଶାରିରୀକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଯୁବକଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରିଦେଇଥିଲେ। ବିବାହ ନ କଲେ ଆତ୍ମହତ୍ୟା କରିବି ବୋଲି ମହିଳା ଜଣକ ଧମକ ଦେଇଥିଲେ। କିନ୍ତୁ ବୁଦ୍ଧିସପ୍ତ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଜଙ୍ଗଲରେ ଶୋଇ ପଡିଥିଲେ। ପରେ ମହିଳା ଜଣକ ନିକଟରେ ଥିବା ଗଛରେ ଚୁନୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ବୁଦ୍ଧିସପ୍ତ ଶବ୍ଦ ଶୁଣି ଉଠି ପଡିଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ବୋଲି ଜେରା ବେଳେ ଅଭିଯୁକ୍ତ ସୂଚନା ଦେଇଥିବା ଜି.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା ଓ ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି। ଘଟଣା ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ମୋବାଇଲ ଫୋନ ଟ୍ରାକିଂ କରି ଗିରଫ କରିଥିଲା।
ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରତାରଣା ଯୋଗୁ ଆତ୍ମହତ୍ୟା, ଜଣେ ଗିରଫ
Posted inଆମ ଜିଲା ଖବର, କନ୍ଧମାଳ View All
ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….
ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…
ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…
କଟକ,୧୬।୮: ୧୯୯୩ ବ୍ୟାଚ୍ ଆଇପିଏସ୍ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…
ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…
କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍ ଉଦ୍ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍ ପିଲା
ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…
ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି
ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…
କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…
କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…
କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ
ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…
ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ
ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…
Archives

