ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରତାରଣା ଯୋଗୁ ଆତ୍ମହତ୍ୟା, ଜଣେ ଗିରଫ

ଜି.ଉଦୟଗିରି,୬ା୯(ଡି.ଏନ.ଏ.)- ଜି.ଉଦୟଗିରି ଥାନା ପେଟାଗୁଡ଼ା ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବିବାହ ପ୍ରଲୋଭନ ଦେଖାଇ ୨ବର୍ଷ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ନଂ.୧୦୭/୧୯ ଦଫା ୩୭୬ (୨) (ଏନ୍‌)/୩୦୬ ଆଇପିସିରେ ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ କୁମ୍ଭାରକୃପା ଗ୍ରାମର ବୁଦ୍ଧିସପ୍ତ ମହାନ୍ତି (୨୭)। ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୧୦ ବର୍ଷ ପୂର୍ବେ ରାଇକିଆରେ ବିବାହ କରିଥିଲେ। ସ୍ବାମୀଙ୍କ ସହ ମନୋମାଳିନ୍ୟ ଯୋଗୁ ପ୍ରାୟ ୩ବର୍ଷ ହେବ ୮ ବର୍ଷର ପୁଅ ଓ ୬ ବର୍ଷର ଝିଅଙ୍କୁ ଶାଶୁଘରେ ଛାଡି ବାପଘରେ ଆସି ରହୁଥିଲେ। ୨ବର୍ଷ ହେବ ଜି.ଉଦୟଗିରିରେ ଏକ ଗ୍ୟାରେଜରେ କାମ କରୁଥିବା ବୁଦ୍ଧିସପ୍ତଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବୁଦ୍ଧିସପ୍ତ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଘଟଣାଦିନ ମହିଳାଙ୍କୁ ଫୋନ କରି ସେ ଡାକିଥିଲେ। ଗଣେଶ ପୂଜା ଥିବାରୁ ଉଭୟେ ବୁଲାବୁଲି କରିଥିଲେ। ଅପରାହ୍ନରେ ଖାଇବା ପ୍ୟାକେଟ ଆଣି ନାନ୍ଦା ନିକଟସ୍ଥ ପେଟାଗୁଡ଼ା ଜଙ୍ଗଲକୁ ଯାଇଥିଲେ। ସେଠାରେ ଖାଇବା ପରେ ପୁଣି ଶାରିରୀକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଯୁବକଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରିଦେଇଥିଲେ। ବିବାହ ନ କଲେ ଆତ୍ମହତ୍ୟା କରିବି ବୋଲି ମହିଳା ଜଣକ ଧମକ ଦେଇଥିଲେ। କିନ୍ତୁ ବୁଦ୍ଧିସପ୍ତ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଜଙ୍ଗଲରେ ଶୋଇ ପଡିଥିଲେ। ପରେ ମହିଳା ଜଣକ ନିକଟରେ ଥିବା ଗଛରେ ଚୁନୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ବୁଦ୍ଧିସପ୍ତ ଶବ୍ଦ ଶୁଣି ଉଠି ପଡିଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ବୋଲି ଜେରା ବେଳେ ଅଭିଯୁକ୍ତ ସୂଚନା ଦେଇଥିବା ଜି.ଉଦୟଗିରି ଏସ୍‌ଡିପିଓ ଜୟକୃଷ୍ଣ ବେହେରା ଓ ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି। ଘଟଣା ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ମୋବାଇଲ ଫୋନ ଟ୍ରାକିଂ କରି ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri