ଜଙ୍କ୍‌ ଫୁଡ୍‌ ଅଧିକ ଖାଇଲେ ଅବସାଦ ଆଶଙ୍କା ବଢେ

ଫାଷ୍ଟ୍‌ ଫୁଡ୍‌, କେକ୍‌ ଏବଂ ଜଙ୍କ୍‌ ଫୁଡ୍‌ର ମାତ୍ରାଧିକ ସେବନ ଅବସାଦ ଆଶଙ୍କା ବୃଦ୍ଧିର ମୁଖ୍ୟ କାରଣ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ବ୍ରିଟେନ୍‌ର ମାଞ୍ଚେଷ୍ଟର୍‌ ମେଟ୍ରୋପଲିଟାନ୍‌ ୟୁନିଭର୍ସିଟିର ଗବେଷକମାନେ ଜାଣିବାକୁ ପାଇଛନ୍ତି, ଛାତିରେ ଜ୍ୱଳନ ଉପତ୍ନ୍ନ କରୁଥିବା ଆହାର ଯେଉଁଥିରେ କାର୍ବୋହାଇଡ୍ରେଟ୍‌, କୋଲେଷ୍ଟୋରଲ୍‌ ଏବଂ ଫ୍ୟାଟ୍‌ ଅଧିକ ଥାଏ, ତା’ର ସେବନ ଦ୍ୱାରା ଅବସାଦ ଆଶଙ୍କା ୪୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥାଏ। ଅବସାଦ ଏବଂ ଜ୍ୱଳନ ଉପତ୍ନ୍ନ କରୁଥିବା ଆହାର ମଧ୍ୟରେ ୧୧ଟି ଗବେଷଣା କରି ଗବେଷକମାନେ ଏହି ତଥ୍ୟ ହାସଲ କରିଛନ୍ତି। ଗବେଷଣା ଆମେରିକା, ଅଷ୍ଟ୍ରେଲିଆ, ୟୁରୋପ୍‌ ଏବଂ ମଧ୍ୟପୂର୍ବରେ ୧୬ରୁ ୭୧ ବର୍ଷ ବୟସ ମଧ୍ୟରେ ପ୍ରାୟ ୧ ଲକ୍ଷ ଲୋକଙ୍କ ଉପରେ କରାଯାଇଥିଲା। ଗବେଷଣା ସମୟରେ, ପ୍ରତିଭାଗୀଙ୍କ ମଧ୍ୟରେ ଅବସାଦ ଏବଂ ଏହାର ଲକ୍ଷଣ ଉପରେ ପ୍ରଥମେ ନଜର୍‌ ଦିଆଯାଇଥିଲା। କିଛି ଦିନ ସେମାନଙ୍କ ଖାଦ୍ୟପାନୀୟ ତାଲିକାରେ ମାତ୍ରାଧିକ ଜ୍ୱଳନ ଉପତ୍ନ୍ନକାରୀ ଆହାରକୁ ସାମିଲ କରାଗଲା। ନିଷ୍କର୍ଷରୁ ଜଣାପଡ଼ିଲା, ଯେବେଠୁ ସେମାନେ ଏହି ଆହାରର ସେବନ କରିଛନ୍ତି, ସେବେଠୁ ଅବସାଦ ମାତ୍ରା ଦେଢ଼ ଗୁଣା ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri