ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବାରୁ ୨୦୦୫ରେ ହୋଇଥିବା ପ୍ରାକ୍‌ ବ୍ୟୟ ଅଟ୍ଟକଳ ୯୭ କୋଟିରୁ ଏବେ ୭୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯୋଜନା ପାଇଁ ଚିହ୍ନଟ ହୋଇଥିବା ୫ ଗ୍ରାମ ବୁଡ଼ିବାକୁ ଥିବା ଏବଂ ସମ୍ପୃକ୍ତ ଗ୍ରାମଗୁଡ଼ିକରୁ ବିସ୍ଥାପିତ ହେବାକୁ ଥିବା କେତେକ ପରିବାର ବିରୋଧ କରୁଥିବାରୁ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି। ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାମ ଚାଲିଥିଲେ ମଧ୍ୟ ପ୍ରକଳ୍ପର ହେଡୱାର୍କ ବା ମୁଖ୍ୟ ଡ୍ୟାମ ନିର୍ମାଣ ଅଦ୍ୟାବଧି ଆରମ୍ଭ ହୋଇ ନ ଥିବାରୁ ସମସ୍ୟା ଦେଖାଦେଇଛି। ଅଧିକ ବିଳମ୍ବ ହେଲେ ସଂଶୋଧିତ ବ୍ୟୟ ଅଟ୍ଟକଳ ଆହୁରି ବଢ଼ିବାର ଆଶଙ୍କା ଘନୀଭୂତ ହୋଇଛି।
ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ଛେଳିଗଡ଼ ଯୋଜନାର ଚତୁର୍ଥ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ଆରଡିସି ଟି.ଆଓ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ସମୀକ୍ଷା କରିଥିଲେ। ଗଜପତି ଜିଲାପାଳ ଅନୁପମ ଶାହ, ଏସ୍‌ପି ସାରା ଶର୍ମା, ଜଳ ସମ୍ପଦ ବିଭାଗ ବ୍ରହ୍ମପୁରସ୍ଥ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ଅଧୀକ୍ଷଣ ଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି, ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ନାଥ ମହାରଣା, ସହକାରୀ ଯନ୍ତ୍ରୀ ଏସ୍‌କେ ପଟ୍ଟନାୟକ, ଗଜପତି ଜିଲା ଭୂ-ଅର୍ଜନ ଅଧିକାରୀ ଚିତ୍ତରଞ୍ଜନ ସାହୁ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ଥିଲେ। ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲା ପରିଷଦ ଅଧ୍ୟକ୍ଷା ଅନିତା ବେହେରା, ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ, ଛେଳିଗଡ଼ ସରପଞ୍ଚ ଦିବାକର ରଣସିଂ ନାୟକଙ୍କ ସମେତ ଅଞ୍ଚଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିସ୍ଥାପିତ ହେବାକୁ ଥିବା ସମସ୍ତ ପରିବାରକୁ ଉପଯୁକ୍ତ ଥଇଥାନ କରାଯିବା ପରେ ପ୍ରକଳ୍ପ ନିର୍ମାଣ କରିବାକୁ ରଣସିଂ ନାୟକ ଦୃଢ଼ ଦାବି କରିଥିଲେ।
ବୈଠକର ବିବରଣୀରୁ ଜଣାପଡ଼ିଛି, ପ୍ରକଳ୍ପର ଡ୍ୟାମ ନିର୍ମାଣ ପାଇଁ ଆଦିବାସୀ ଗ୍ରାମ ବିଦ୍ୟାଧରପୁର, କାକିଲି, ତିଳିଙ୍ଗା, ସୁବିଗା ଓ ଛେଳିଗଡ଼ ବୁଡ଼ିବ। ସମୁଦାୟ ୫୨୦ ପରିବାରଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ। ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିର ମାତ୍ର ଗୋଟିଏ ପରିବାର ଥିବା ବେଳେ ଅନ୍ୟମାନେ ଆଦିବାସୀ। ଜଳ ସମ୍ପଦ ବିଭାଗ ପକ୍ଷରୁ ଏହା କୁହାଯାଇଥିଲା। ଯୋଜନା ନିର୍ମାଣ ସପକ୍ଷରେ ପ୍ରାୟ ୯୦ ପ୍ରତିଶତ ଅଛନ୍ତି। ଅଳ୍ପ କେତେକ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଚିହ୍ନଟ ବିସ୍ଥାପିତଙ୍କ ମଧ୍ୟରୁ ଅନେକଙ୍କୁ ୨୯ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। ବିକଳ୍ପ ଥଇଥାନ ଯୋଜନାରେ ଦିଗପହଣ୍ଡି ବ୍ଲକର ସାମନ୍ତରାପୁରରେ ୧୦୮ ଜଣଙ୍କ ପାଇଁ ନୂଆ କଲୋନୀ ନିର୍ମିତ ହୋଇଛି। ଅପରପକ୍ଷରେ ବାଲିପାଟରେ ୭୫ ଏବଂ ବାବୁଲି ବନ୍ଧରେ ୬୮ ଘର ସମସ୍ତ ସୁବିଧା ଉପଲବ୍ଧ ସହ ନିର୍ମାଣ କରାଯାଉଛି।
ସୂଚନାନୁସାରେ, ରାମଗିରି ପର୍ବତରୁ ନିର୍ଗତ ବୃହତ୍ତ ଝରଣାକୁ ନେଇ ଛେଳିଗଡ଼ ପ୍ରକଳ୍ପ ମୁଖ୍ୟବନ୍ଧ ନିର୍ମାଣର ନକ୍ସା ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଆର.ଉଦୟଗିରି, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି ବ୍ଲକର ୩୬ ଶହ ହେକ୍ଟର ଚାଷଜମି ଜଳସେଚିତ ହେବ। ଏଥିରୁ ଦୈନିକ ୩୦ ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦିତ ହେବ। ତେଣୁ ଜନକଲ୍ୟାଣ ପାଇଁ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପକୁ ବିରୋଧ ନ କରିବା ଉପରେ ଏମ୍‌ପି ଚନ୍ଦ୍ରଶେଖର ଉପସ୍ଥିତ ଅଞ୍ଚଳବାସୀଙ୍କ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ଅନ୍ୟ ଦାବି ମଧ୍ୟ ପୂରଣ କରାଯିବାର ସେ ଆଶ୍ୱାସନା ଦେଇଥିଲେ। ସମସ୍ତେ ସହଯୋଗ କରିବାକୁ ଗୁରୁତ୍ୱ ଦେଇଥିଲେ। ଆରଡିସି ମଧ୍ୟ ପ୍ରକଳ୍ପ ନିର୍ମାଣରେ ଲୋକ ପ୍ରତିନିଧି ଓ ଅଞ୍ଚଳବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ପୁଣି ସ୍ଥିତି ଅନୁଧ୍ୟାନ ଏବଂ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରାଯିବାର ଗଣମାଧ୍ୟମକୁ ଏମ୍‌ପି ସାହୁ ସୂଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଅ: ହାଇକୋର୍ଟ

କଟକ,୧୯ା୪ (କାର୍ତ୍ତିକ ସାହୁ) ଜଣେ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବାକୁ ହାଇକୋର୍ଟ ସିବିଆଇକୁ ଆଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଅଭିଯୁକ୍ତଙ୍କ ପାସ୍‌ପୋର୍ଟ ଫେରାଇବା ବିରୋଧରେ ସିବିଆଇ...

କୋରାପୁଟରେ ଶକ୍ତି ପ୍ରଦର୍ଶନ କଲେ ମାମୁଁ ଭଣଜା

କୋରାପୁଟ,୧୯।୪(ଅମିତାଭ ବେହେରା) କୋରାପୁଟ ସଂସଦୀୟ କ୍ଷେତ୍ରରେ ଆସନ୍ତା ମେ ୧୩ରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଗତକାଲି ଅର୍ଥାତ ୧୮ରୁ ପାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଥିବାବେକେ...

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri