ଛେଉଁଡ ବିନୋଦକୁଁ ଉଧାର କଲା ସିଡବ୍ଲ୍ୟୁସି ଟିମ୍‌

ଭବାନୀପାଟଣା,୩୦।୧୦(ଡି.ଏନ୍‌.ଏ.)- ଯେତେବେଲେ ଛୋଟ ଥିଲେ ମା’ ସେମାନକୁ ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ମା’ ଚାଲିଯିବାର ବଛରେ ଉତାରୁ ବାପ୍‌ ଆରପାରକେ ଚାଲିଗଲେ। ପୂରାପୂରି ଏକ୍‌ଲା ହେଇଗଲେ ଗୁଟେ ପରିବାରର ଛୋଟ ଛୋଟ ତିନ୍‌ ଭାଇବହେନ୍‌। ଯେନ୍‌ ବଏସେ ମା’ବାପ୍‌ର ଉଢ଼ାଲେ ଲାଡ଼ଗେଲରେ ବଢ଼ବାର କଥା ସେ ବଏସେ ଛେଉଁଡ ହେଇଗଲେ ବିନୋଦ ଆର ତାକର ଦୁଇ ବହେନ୍‌। ବିନୋଦର ବଏସ୍‌ ଏହେଦେ ୧୦ ବଛର। ବହେନ୍‌ ଦୁଇଟାକ ଏହେଦେ ସିନାପାଲିରେ ରହୁଥିବାର ତାକର ପିଉସୀ ଘରେ ରହୁଛନ୍‌। ଏନ୍‌ତା ଗୁଟେ ଦୁଖଦ୍‌ ଘଟନା ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଅଂଚଲରେ।
ସୂଚ୍‌ନା ଅନ୍‌ସାରେ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଡୁମେରଗୁଡ଼ା ପଁଚେତ୍‌ ଅଧୀନ କେରମୁଣ୍ଡା ଗଁାର ବିନୋଦ ସାଗର(୧୦)। ସେ ଦୁନିଅଁାକେ ଭଲଭାବେ ଜାନ୍‌ବାର ଆଗରୁ ମା’ ସିନ୍ଦୁକା ସାଗର ତାହାକୁ ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଏନ୍‌ତାଥି ମାଏକିନାକେ ଝୁରି ଝୁରି ବାପ୍‌ ପବିତ୍ର ସାଗର ୨୦୧୪ରେ ଆରପାରକେ ଚାଲିଗଲେ। ଏନ୍‌ତାଥି ମା’ବାପ୍‌ ଛେଉଁଡ ହେଇଗଲେ ବିନୋଦ ଆର ତାକର ଦୁଇ ବହେନ୍‌। ପାଠ୍‌ପଢ଼ାରେ ତାକର ଗଏଁଠ୍‌ ପଡ଼ିଥିଲାବେଲେ ବିନୋଦ ବାରଦୁଆର ବୁଲୁଥିଲେ। କେତେବେଲେ କେନ୍‌ ଲାଗେଲେସର ଘରେ ଖାଏବାକେ ମିଲିଯାଉଥିଲା ତ ଆର କେତେବେଲେ ଖାଡ଼ା ଉପାସରେ ରହେବାକେ ପଡ଼ୁଥିଲା। ଏନ୍‌ତା ଉଦେଶ୍‌ହୀନ ଜୀବନ ବିତଉଥିବାର ବିନୋଦକେ ଭେଟିଥିଲେ ଏସ୍‌ସି.ଏସ୍‌ଟି ଓବିସି ସଂଘର କରମ୍‌କରତା। ସେମାନେ ଘଟନାଟାକେ ଲୁକ୍‌କର ନଜରକେ ଆନ୍‌ଲାରୁ ଜିଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷକଁର ନିରଦେଶରେ ଜିଲା ଶିଶୁ ସୁରକ୍ଷା ଟିମରେ ଗୁଲାମ ହବିବୁଲ୍ଲା ଖାନ, ସୁଧାଂଶୁ ଶେଖର ମହାପାତ୍ର, ସୁଧୀର ରଞ୍ଜନ ମହାପାତ୍ର କେରମୁଣ୍ଡା ଗାଁକେ ଯାଇ ମା’ବାପ୍‌ ଛେଉଁଡ ବିନୋଦକୁଁ ଉଧାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ରାତି ଅଧରେ ଭୟଙ୍କର ଅଗ୍ନିକାଣ୍ଡ, ଦିନମଜୁରିଆ ପରିବାରର ସର୍ବସ୍ବ ପୋଡ଼ି ପାଉଁଶ

ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri