ଛୁଆକୁ ଧରି ଭଂଗା ଘରେ ରହୁଛନ୍‌ ଫୁଲତୁଲି

ଲାଠୋର, ୨୦ା୮(ଡି.ଏନ୍‌.ଏ.):
ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ନିଅଁାସି ଗରିବ୍‌ ଦୁଖିକୁ ପକାଘର ଯୁଗେଇ ଦେଉଛନ୍‌। ହେଲେ ସର୍ଭେରେ ଭୁଲଭଟକା, ତଦାରଖ ଅଭାବୁ ଅନେକ ହକ୍‌ଦାର ଗରିବ୍‌ ହିତାଧିକାରୀ ସରକାରକଁର ଇ ମହତ୍‌ ଯୋଜନାରୁ ବାଦ୍‌ ପଡ଼ୁଛନ୍‌। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପଁଚେତ୍‌ ଅଧୀନ ଗୁଦାମପଡ଼ାରେ।
ସୂଚନା ଅନ୍‌ସାରେ ଗୁଦାମପଡ଼ାର ବିଧବା ମହିଲା ଫୁଲତୁଲି ସୁନା(୨୬)। ପରିବାର କହେଲେ ପୁଓ ପ୍ରିତମ(୫) ଆର ଝି’ ପ୍ରୀତି(୩)କେ ନେଇ ତାକର ସଁସାର। ଆପ୍‌ନେ ହେମସାଗର ସୁନା ୨୦୧୮ରେ ରୋଗ୍‌ରେ ପଡ଼ି ଆରପାରକେ ଚାଲିଯାଇଛନ୍‌। ପରିବାରଟା ନିହାତି ଗରିବ୍‌ ହେଇଥିଲାବେଲେ ଗୁଟେ ଭଂଗା ଦଦ୍‌ରା ମାଏଟ୍‌ ଖପର ଘରେ ରହୁଛନ୍‌। ହେମସାଗର ଦାଦନ୍‌ ଖଟି କୁଟୁମ ପୁଷୁଥିଲେ। ୨୦୧୮ରେ ହେମସାଗର ଗୁଟୁମବସିଆ ଆନ୍ଧ୍ରପ୍ରଦେଶର କାରିମନଗରକେ ଦାଦନ୍‌ ଖଟି ଯାଇଥିଲେ। ସେଠାନେ ସେ ଟ୍ରାକ୍ଟର ଡ୍ରାଇଭର ହିସାବେ କାମ୍‌ କରୁଥିଲେ। ସେ ଯାହା କମଉଥିଲେ ସେଥ୍‌ରେ ପରିବାରଟା ଦୁଖେସୁଖେ ଚଲି ଯାଉଥିଲେ। ହେଲେ ଦିନେ ତାକର ବେଟ୍‌ ବଥାବାର ସଂଗେ ଜର ଆର ଝାଡ଼ା ହେଇଥିଲା। ଏନ୍‌ତାଥି ମାଏକିନା ଫୁଲତୁଲି ମାଲିକ୍‌ ସଂଗେ ଯୋଗାଯୋଗ କରି ହେମସାଗରକୁଁ ଚିକିଛା ଲାଗି ଡାକ୍‌ତରଖାନା ନେଇଥିଲେ। ସେଠାନେ ଚିକିଛା ଆରମ୍‌ ହେଲା ଉତାରୁ ତାକର ଝାଡ଼ା ପରିସ୍ରା ବଁଦ୍‌ ହେଇ ପେଟ୍‌ ଫୁଲି ଯାଇଥିଲା ଆର ଫେବୃୟାରୀ ୨, ୨୦୧୮ରେ ତାକର ମୁର୍‌ତୁ ହେଇଥିଲା। ଏନ୍‌ତାଥି ମାଲିକ ଶବ୍‌ ସଂଗେ ପରିବାର ଲୁକ୍‌କୁ ନିଜର ଗଁା ଲାଠୋରକେ ପଠେଇ ଦେଇଥିଲେ। ହେମସାଗରକଁର ହଠାତ୍‌ ମୁର୍‌ତୁରେ ପରିବାରଟା ବେସାହାରା ହେଇଗଲେ। ସରକାରୀ ସାହାଯ୍‌ କହେଲେ ଫୁଲତୁଲି ପାଉଥିବାର ୫ଶହ ଟଁକା ବିଧବା ଭତା ଆର ୫ କେ.ଜି. ଚାଉଲ ସାହାଭରସା। ହେଲେ ତିନ୍‌ ଝନିଅଁା କୁଟୁମ୍‌କେ ଇ ସରକାରୀ ସାହାଯ୍‌ ନିଅଁଟ୍‌ ହେଉଛେ। ଇଆଡ଼େ ତିନ୍‌ହିଁ ମାଇପିଲା ଆଶ୍‌ରେ ନେଇଥିବାର ଘରର ଆଗ୍‌ଫାଲ ଆର ପଛ୍‌ ଫାଲର କଁାଥି ଝରି ବରଷାରେ ଭାଂଗି ଯାଇଛେ। କେତେ ବେଲେ ଇ ଘରଟା ମାଟିରେ ମିଶିଯିବା କିଛି କହି ନାଇଁ ହେବାର। ଏନ୍‌ତା ଅବସ୍‌ତାରେ ବି ତିନ୍‌ହିଁ ମାଇପିଲା ଉପେ ଶୂଇନ୍‌ ହେଇ ଜୀବନ୍‌କେ ପାଏନ୍‌ ଛଡ଼େଇ ଇ ଭଂଗା ଦଦ୍‌ରା ଘରେ ରହୁଛନ୍‌। ଇଆଡ଼େ ପରିବାର କେନ୍‌ଥେଇ ଚଲବା, ଦୁଇ ଛୁଆକର ଭବିଷତ୍‌ କେନ୍‌ଥେଇ ଗଢ଼ବେ, ଘର ବଖ୍‌ରେ କେନ୍‌ଥେଇ ତିଆରବେ ସେ ଚିନ୍‌ତାରେ ଫୁଲତୁଲି ହରମେଶା ଘାରି ହେଉଛନ୍‌। ଇ ଦୁଖି ଗରିବ୍‌ ପରିବାର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ନିୟମ ହିସାବେ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ପଡ଼ାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri