ଛାମୁ ଦେଇଛନ୍ତି ହରଷେ…

ତୁଷାରକାନ୍ତ ଶତପଥୀ

ହାସ୍ୟକବି ଯଦୁମଣି ମହାପାତ୍ର ନୟାଗଡ଼ ରାଜାଙ୍କୁ ଖଣ୍ଡେ ଜମି ମାଗିଥିଲେ। ବର୍ଷେ ପରେ ତାଙ୍କୁ ଚାକୁଣ୍ଡାଗଛ ଉଠୁଥିବା ଅତି ନିକୃଷ୍ଟ ଜମିରୁ ଖରାପ ଜମିଖଣ୍ଡେ ଦିଆଯାଇଥିଲା। ତା’ ପରେ ରାଜା ‘କ’ଣ ଯଦୁମଣି ଖୁସି ତ’ ବୋଲି ପଚାରନ୍ତେ ଯଦୁମଣି କହିଥିଲେ ”ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ, ଏମନ୍ତ ଭୂଇଁ, ଚାକୁଣ୍ଡା ବୁଣିଲେ ଉଠଇ ନାହିଁ।“ ରାଜତନ୍ତ୍ରରେ ସେ ରାଜାଙ୍କ ଆଗରେ ଏପରି କହିବାର ସାହସ କରିଥିଲେ, ଯାହା ଗଣତନ୍ତ୍ରରେ ଆମେ କଲେ ସଙ୍ଗେ ସଙ୍ଗେ ”ଦେଶଦ୍ରୋହ ଅପରାଧରେ ଦଣ୍ଡ ପ୍ରଦାନ“କୁ ନିମନ୍ତ୍ରଣ କରେ।
ଆମ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ”କରୋନା ମୁକାବିଲା କରିବା ପାଇଁ ଜିଲାପାଳଙ୍କୁ କ୍ଷମତା ଅର୍ପଣ କରିଛନ୍ତି। ବିଜୁବାବୁ ଅବିଭକ୍ତ କୋରାପୁଟ ଜିଲାର ସୁମନୀ ଝୋଡିଆଙ୍କ ଆପତ୍ତି କ୍ରମେ ମହିଳାମାନଙ୍କୁ ”ନିଶା ନିବାରଣ ପାଇଁ ପୋଲିସ କ୍ଷମତା ଦେଇଥିବା“କୁ ଟପିଯାଇ ସେ ”ସରପଞ୍ଚମାନଙ୍କୁ କରୋନା ମୁକାବିଲା ପାଇଁ ଜିଲାପାଳ କ୍ଷମତା“ ଦେଇଛନ୍ତିି। ଏହ ଅବସରରେ ”୭୩ ତମ ସମ୍ବିଧାନ ସଂଶୋଧନ ଜରିଆରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ଦିଆଯାଇଥିବା କ୍ଷମତା“ ଉପରେ କିଛି ତଥ୍ୟ ମନେପଡିଗଲା। ଅଳ୍ପ ଖୋଜାଖୋଜିରେ ତାହା ଟିପାଖାତାରୁ ମିଳିଗଲା, ଯାହାର ବର୍ଣ୍ଣନା ଏଠାରେ ଉପସ୍ଥାପନ କରୁଛି। ବହୁ ପରୀକ୍ଷାନିରୀକ୍ଷା ପରେ ୧୯୯୨ ମସିହାରେ ପଞ୍ଚାୟତିରାଜ ବ୍ୟବସ୍ଥା ପାଇଁ ୭୩ତମ ଓ ସହରାଞ୍ଚଳ ସ୍ବାୟତ୍ତ ଶାସନ ପାଇଁ ୭୪ତମ ସମ୍ବିଧାନ ସଂଶୋଧନ ବିଲ୍‌ ସଂସଦରେ ଗୃହୀତ ହୋଇଥିଲା। ୧୯୯୩ରେ ଉଭୟ ବିଲ୍‌ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇ ଆଇନରେ ପରିଣତ ହେଲା।
ସମ୍ବିଧାନର ନବମ ଭାଗର ୨୪୩ (ଛ)ଧାରାର ଏକାଦଶ ଅନୁସୂଚୀରେ ମୋଟ ୨୯ଟି ବିଷୟରେ ଗ୍ରାମପଞ୍ଚାୟତ ସଂସ୍ଥାଗୁଡ଼ିକୁ କାମ କରିବାକୁ କ୍ଷମତା ଦିଆଗଲା।
ସେଗୁଡିକ ହେଲା -କୃଷି ଓ କୃଷିଭିତ୍ତିକ ସମ୍ପ୍ରସାରଣ, ଭୂ-ଉନ୍ନୟନ, ଭୂ-ସଂସ୍କାର, ଚକବନ୍ଦୀ ଓ ମୃତ୍ତିକା ସଂରକ୍ଷଣ, କ୍ଷୁଦ୍ର ଜଳସେଚନ, ଜଳ ପରିଚାଳନା ଓ ଜଳଛାୟା ଉନ୍ନୟନ, ପଶୁପାଳନ, ଦୁଗ୍ଧ ଉତ୍ପାଦନ ଓ କୁକୁଡାପାଳନ, ମାଛ ଚାଷ, ସାମାଜିକ ଓ କୃଷିକ୍ଷେତ୍ର ବନୀକରଣ, କ୍ଷୁଦ୍ର ଜଙ୍ଗଲଜାତ ଦ୍ରବ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ସହ କ୍ଷୁଦ୍ରଶିଳ୍ପ, ଖଦି, ଗ୍ରାମ୍ୟ ଓ କୁଟୀରଶିଳ୍ପ, ଗ୍ରାମ୍ୟ ବାସଗୃହ, ପାନୀୟଜଳ,ଜାଳେଣି ଓ ପଶୁଖାଦ୍ୟ, ରାସ୍ତା, ନାଳ, ପୋଲ, ଘାଟ, ଜଳପଥ ଓ ଗମନାଗମନର ଅନ୍ୟାନ୍ୟ ଉପାୟ, ଗ୍ରାମ୍ୟ ବିଦ୍ୟୁତୀକରଣ ସହ ବିଦ୍ୟୁତଶକ୍ତି ବଣ୍ଟନ, ଅଣପାରମ୍ପରିକ ଶକ୍ତି ଉତ୍ସ, ଦାରିଦ୍ର୍ୟ ଦୂରୀକରଣ ଯୋଜନା, ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷା, ବୈଷୟିକ ପ୍ରଶିକ୍ଷଣ ଓ ବୃତ୍ତିଗତ ଶିକ୍ଷା, ପ୍ରୌଢ଼ ଓ ଅଣାନୁଷ୍ଠାନିକ ଶିକ୍ଷା, ପାଠାଗାର, ସାଂସ୍କୃତିକ କାର୍ଯ୍ୟକ୍ରମ, ବଜାର ଓ ମେଳା, ଚିକିତ୍ସାଳୟ, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନା ସମେତ ସ୍ବାସ୍ଥ୍ୟ ଓ ପରିଚ୍ଛନ୍ନତା କାର୍ଯ୍ୟକ୍ରମ, ପରିବାର କଲ୍ୟାଣ, ମହିଳା ଓ ଶିଶୁ କଲ୍ୟାଣ, ଭିନ୍ନକ୍ଷମ ଓ ମାନସିକ ଦୁର୍ବଳମାନଙ୍କ କଲ୍ୟାଣ ସମେତ ସମାଜ ମଙ୍ଗଳ, ଦୁର୍ବଳ ଶ୍ରେଣୀ ବିଶେଷକରି ତଫସିଲଭୁକ୍ତ ଜାତି ଓ ଜନଜାତି କଲ୍ୟାଣ, ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଓ ଗୋଷ୍ଠୀ ସମ୍ପତ୍ତିର ରକ୍ଷଣାବେକ୍ଷଣ।
ସେହିପରି ସମ୍ବିଧାନର ନବମ ଭାଗରେ ୨୪୩ (ବି) ଧାରାର ଦ୍ୱାଦଶ ଅନୁସୂଚୀରେ ମୋଟ ୧୮ଟି ବିଷୟରେ ସହରାଞ୍ଚଳ ସ୍ବାୟତ୍ତ ଶାସନ ସଂସ୍ଥାଗୁଡ଼ିକୁ କାର୍ଯ୍ୟ କରିବା ପାଇଁ କ୍ଷମତା ଦିଆଗଲା। ଯଥା:- ସହରାଞ୍ଚଳ ଯୋଜନା ସମେତ ପୌର ଯୋଜନା, ଭୂମି ଉପଯୋଗ ଓ କୋଠା ନିର୍ମାଣର ନିୟନ୍ତ୍ରଣ, ଅର୍ଥନୈତିକ ଓ ସାମାଜିକ ବିକାଶ ଯୋଜନା, ରାସ୍ତା ଓ ପୋଲ, ଘରୋଇ ଶିଳ୍ପ ଓ ବାଣିଜ୍ୟ ଉଦ୍ଦେଶ୍ୟରେ ଜଳଯୋଗାଣ, ଜନସ୍ବାସ୍ଥ୍ୟ, ପରିଚ୍ଛନ୍ନତା ଓ ବର୍ଜ୍ୟବସ୍ତୁ ପରିଚାଳନା, ଅଗ୍ନି ସୁରକ୍ଷା ସେବା, ପୌରଜଙ୍ଗଲ, ପରିବେଶ ସୁରକ୍ଷା ଓ ପ୍ରୋତ୍ସାହନ, ଭିନ୍ନକ୍ଷମ ଓ ମାନସିକ ଅନଗ୍ରସରଙ୍କ ସମେତ ସମାଜର ଦୁର୍ବଳଶ୍ରେଣୀ ଲୋକଙ୍କ ସୁରକ୍ଷା, ବସ୍ତି ଉନ୍ନୟନ, ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣ, ପାର୍କ, ଉଦ୍ୟାନ ଓ ଖେଳପଡିଆ ଭଳି ପୌରାଞ୍ଚଳ ସୁବିଧା ଯୋଗାଣ, ସାଂସ୍କୃତିକ, ଶିକ୍ଷାଗତ ଓ ନୈସର୍ଗିକ ଦିଗରେ ପ୍ରୋତ୍ସାହନ, ଶବସତ୍କାର ପାଇଁ ଶ୍ମଶାନ, କବରଖାନା ଓ ବୈଦ୍ୟୁତିକ ଶ୍ମଶାନ ପ୍ରତିଷ୍ଠା, ପଶୁ ନିଷ୍ଠୁରତା ନିବାରଣ, ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ ସମେତ ଗୁରୁତ୍ୱପୂଣ୍ଣର୍ର୍ ପରିସଂଖ୍ୟାନ, ରାସ୍ତାରେ ଆଲୋକ, ଗାଡ଼ି/ବସ ରଖିବା ସ୍ଥାନ ଭଳି ସର୍ବସାଧାରଣ ସୁବିଧା ପ୍ରଦାନ ଓ କଂସେଇଖାନା ଏବଂ ଚମଡାଶିଳ୍ପ ନିୟନ୍ତ୍ରଣ।
କିନ୍ତୁ ବାସ୍ତବ କ୍ଷେତ୍ରରେ ପଞ୍ଚାୟତିରାଜ କି ସହରାଞ୍ଚଳର ସ୍ବାୟତ୍ତ ଶାସନ ଅନୁଷ୍ଠାନଗୁଡ଼ିକ ସେହି କ୍ଷମତାସବୁକୁ ଜନତାଙ୍କ ସ୍ବାର୍ଥରେ ଉପଯୋଗ କରିବାକୁ ଅଧିକାରପ୍ରାପ୍ତ କି, ଯେହେତୁ ଉପରମୁଣ୍ଡିଆମାନେ ନିଜ କ୍ଷମତା ଛାଡ଼ିିବାକୁ ନାରାଜ?
କ୍ଷମତା ମିଳିଲେ ବି ସେମାନେ ଯେ ନିଃସ୍ବାର୍ଥପର ଭାବେ ଗାନ୍ଧୀ କହିଥିବା ”ଯୋଜନାଟିଏ କଲାବେଳେ ସମାଜର ସବୁଠାରୁ ତଳେ ଥିବା ଲୋକଟିର ଏହାଦ୍ବାରା କି ଲାଭ ହେବ, ତାହାକୁ ନଜରରେ ରଖି ଯୋଜନା କରିବ“ ଆଜିର ଦିନରେ ପାଳନ କରିବେ, ତାହା ସମ୍ଭବ କି?
tusar1950kanta@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

ଶାସକ, ଶାସନ ଓ ସଭ୍ୟତା

ତ କିଛି ବର୍ଷ ପୂର୍ବେ ‘ମୋଗଲ ତାମସା’ର ଏକ ମଞ୍ଚାଭିନୟ ଦେଖିବାର ସୁଯୋଗ ପାଇଥିଲି, ଯାହାକୁ ପରିଚାଳନା କରୁଥିଲେ ଭଦ୍ରକର ବାଦଲ ସିକଦାର। ନୃତ୍ୟ ଓ ଅଭିନୟର…

ବିଚାରପତି ଭଗବାନ୍‌ ନୁହନ୍ତି

ସାଧାରଣରେ ଲୋକେ କହିଥାଆନ୍ତି, ବିଚାର କୋର୍ଟରେ ହେବ। ଅର୍ଥାତ୍‌ କୌଣସି ବିବାଦ ଦେଖାଦେଲେ ଅଦାଲତ ଉପରେ ଜନସାଧାରଣଙ୍କ ଭରସା ଥିଲା। ଏବେ ଏକ ଭିନ୍ନ ଚିତ୍ର ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri