ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ କରୁଛି ଗ୍ଲୋବାଲ୍‌ ଫୋକସ୍‌

ବ୍ରହ୍ମପୁର ଅଫିସ,୧୮ା୬-ଡାକ୍ତର ହେବା ନେଇ ଅନେକେ ଛୋଟ ବେଳୁ ସ୍ବପ୍ନ ଦେଖିଥାନ୍ତି ା ରାଜ୍ୟର ସରକାରୀ କଲେଜରେ କମ୍‌ ସଂଖ୍ୟକ ସିଟ ଏବଂ ରାଜ୍ୟ ତଥା ଅନ୍ୟରାଜ୍ୟରେ ବ୍ୟୟ ବହୁଳ ହେତୁ ଅନେକଙ୍କ ଡାକ୍ତର ହେବା ସ୍ବପ୍ନ ହୋଇ ରହିଯାଏ ା ଏଭଳି ସ୍ଥିତିରେ ରାଜ୍ୟ ତଥା ଦେଶର ଛାତ୍ରୀଛାତ୍ରଙ୍କୁ ଡାକ୍ତରୀ ସ୍ବପ୍ନ ସାକାର କରିବାକୁ ଆଗେଇ ଆସିଛି ଗ୍ଲୋବାଲ ଫୋକସ୍‌ ଏଜୁକେଶନ ଅନୁଷ୍ଠାନ ା ଦୀର୍ଘ ୭ ବର୍ଷ ଧରି ଏହି ଅନୁଷ୍ଠାନ ମଧ୍ୟବିତ୍ତ ତଥା ଡାକ୍ତର ଭାବେ ନିଜର ଭବିଷ୍ୟତ ଗଠନ କରିବାକୁ ଚାହୁଁଥିବା ମେଧାବୀ ଛାତ୍ରୀଛାତ୍ରଙ୍କ ସ୍ବପ୍ନ ପୂରଣ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଛି। ଦେଶରେ ନୁହେଁ ବରଂ ୟୁରୋପିଆନ ଦେଶ ୟୁକ୍ରେନ୍‌ରେ ଛାତ୍ରୀଛାତ୍ରଙ୍କୁ ଏମ୍‌ବିବିଏସ୍‌ ଡ଼ିଗ୍ରୀ ତଥା ମେଡିକାଲ୍‌ ଶିକ୍ଷା ହାସଲ କରିବାର ସୁଯୋଗ ସୃଷ୍ଟି କରିଆସୁଛି ା ଯାହା ରାଜ୍ୟ ତଥା ଦେଶର ରହିଥିବା ସରକାରୀ ମେଡ଼ିକାଲ କଲେଜ ଗୁଡ଼ିକରେ କମ ସିଟ୍‌ ଏବଂ ବ୍ୟୟବହୁଳ ମେଡ଼ିକାଲ୍‌ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କ ଅଭିଭାବକଙ୍କ ଚିନ୍ତାକୁ ଦୂରେଇ ପାରିଛି ା ରବିବାର ଗୋଇଲୁଣ୍ଡି ନିକଟସ୍ଥ ଅନୁଷ୍ଠାନର ବ୍ରହ୍ମପୁର ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିିତ ଖବରଦାତା ସମ୍ମିଳନୀରେ ଏମ୍‌ଡି ଅବଦୁଲ ଜାହିର ଏହା କହିଛନ୍ତି ା ଏହି ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଦୁଇଟି ପର୍ଯ୍ୟାୟରେ ୟୁକ୍ରେନରେ ଡାକ୍ତରୀ ଶିକ୍ଷା ପାଇଁ ଛାତ୍ରୀଛାତ୍ରଙ୍କୁ ନାମଲେଖା ପ୍ରକ୍ରିୟା କରାଯାଇଥାଏ। ଏହାଦ୍ୱାରା ଛାତ୍ରୀଛାତ୍ରମାନେ ୟୁକ୍ରେନର ନ୍ୟାଶନାଲ ମେଡ଼ିକାଲ ୟୁନିଭର୍‌ସିଟି ସମେତ ଅନ୍ୟାନ୍ୟ ଜାତୀୟସ୍ତରର ମେଡ଼ିକାଲ ପ୍ରତିଷ୍ଠାନ ଗୁଡିକରେ ଡ଼ାକ୍ତରୀ ଶିକ୍ଷା ଗ୍ରହଣ ସୁଯୋଗ ପାଇପାରୁଛନ୍ତି । ଏଥିପାଇଁ ୟୁକ୍ରେନର ସରକାରୀ ୟୁନିଭରସିଟି ଏବଂ ଖାରକିବ ୟୁନିଭରସିଟି ଭଳି ଅନ୍ୟ ପ୍ରତିଷ୍ଠାନ ସହ ଗ୍ଲୋବାଲ ଫୋକସ୍‌ ସହ ଭାଗିତାରେ ସାମିଲ ହୋଇଛି। ଛାତ୍ରୀଛାତ୍ର ସେଠାରେ କିଭଳି ଭଲଭାବେ ରହି ପାଠ ପଢ଼ିପାରିବେ, ସେଥିପାଇଁ ଅନୁଷ୍ଠାନ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଉଛି ା ସେଠାରେ ଶିକ୍ଷା ଗ୍ରହଣ ସହ ରହିବା, ଭାରତୀୟ ଖାଦ୍ୟ ପେୟର ବ୍ୟବସ୍ଥା ପ୍ରତି ମଧ୍ୟ ଅନୁଷ୍ଠାନ ଧ୍ୟାନ ଦେଉଛି ା ଏପରିକି ଓଡିଶା ଓ ଭାରତୀୟ ସଂସ୍କୃତିକୁ ବଜାୟ ରଖିବା ସହ ସମସ୍ତ ଭାରତୀୟ ଏବଂ ଓଡିଆ ପରମ୍ପରା, ପର୍ବପର୍ବାଣି ସମ୍ପର୍କରେ ମଧ୍ୟ ଛାତ୍ରୀଛାତ୍ରମାନଙ୍କୁ ଅବଗତ କରାଯାଉଛି ା ୟୁକ୍ରେନ୍‌ର ଏହି ମେଡ଼ିକାଲ ପ୍ରତିଷ୍ଠାନଗୁଡ଼ିକ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡ଼ବ୍ଲ୍ୟୁଏଚ୍‌ଓ) ଏବଂ ମେଡ଼ିକାଲ୍‌ କାଉନ୍‌ସିଲ ଅଫ ଇଣ୍ଡିଆ (ଏମ୍‌ସିଆଇ) ଦ୍ୱାରା ସ୍ବୀକୃତି ପ୍ରାପ୍ତ ବୋଲି ଜାହିର କହିଥିଲେ। ତେବେ ଏଥିପାଇଁ ଛାତ୍ରୀଛାତ୍ର ନିଟ୍‌ରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ ା ଏଥିରେ ଅଧ୍ୟୟନ ସୁଯୋଗ ପାଇଁ ଜେନେରାଲରେ ୧୩୪ ଏବଂ ଅନୁସୂଚିତଜାତି ଛାତ୍ରୀଛାତ୍ରମାନେ ଅନୂ୍ୟନ ୧୦୭ ର଼୍ୟାଙ୍କ ହାସଲ କରିବାର ଆବଶ୍ୟକତା ରହିଛି ା ବର୍ତ୍ତମାନ ସାରା ଦେଶରେ ୬୦୦୦ରୁ ଊର୍ଦ୍ଧ୍ୱ ଏବଂ କେବଳ ଓଡ଼ିଶାରୁ ୧୦୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ୟୁକ୍ରେନର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ଶେଷ ହେଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ଏବେ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ ସୂଚାଇଛନ୍ତି ା ସେ ଆହୁରି କହିଛନ୍ତି, ରାଜ୍ୟରେ ମାତ୍ର ୧୧୦୦ ମେଡ଼ିକାଲ ସିଟ୍‌ ରହିଥିବା ବେଳେ ୫୦୦୦୦ ଛାତ୍ରଛାତ୍ରୀ ମେଡ଼ିକାଲ ପଢ଼ିବାଲାଗି ପ୍ରବେଶିକା ପରୀକ୍ଷା ଦେଉଛନ୍ତି। ଘରୋଇ ମେଡ଼ିକାଲ କଲେଜଗୁଡ଼ିକ ତୁଳନାରେ ୟୁକ୍ରେନ୍‌ରେ ଡ଼ାକ୍ତରୀ ପଢ଼ିବା ପାଇଁ ଏକ ବିକଳ୍ପ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋପାଳପୁର ଚିନ୍ତାରେ ବିଜେଡି: ପ୍ରଦୀପଙ୍କ ପଛେ ପଛେ ଭାଜପାରେ ସାମିଲ ହେଉଛନ୍ତି କର୍ମୀ

ଗୋପାଳପୁର,୨୮।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୀତି ତାତି ସେତେ ବଢୁଛି। ଗୁରୁବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରା ସ୍ଥିତ...

ନୀଳ ବିପ୍ଳବର ସାରଥି ସୁରେଶନ

ବ୍ରହ୍ମପୁର,୨୮ା୩(ସ୍ମୃତି ରଞ୍ଜନ ମହାଲିକ)ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ତରେଇପାଟପୁର ଗ୍ରାମର ସୁରେଶନ ବେହେରା। ବୟସ ୪୪। ଶିକ୍ଷାଗତ ଯୋଗ୍ୟତା ୭ମ ପାସ। ମାଛ ଯାଆଁଳ ଉତ୍ପାଦନ...

ମୁହାଣରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ହରିପୁର ମୁହାଣରେ ପାଣିରେ ବୁଡ଼ି ଜଣେ ଛାତ୍ରଙ୍କ ଜୀବନ ଯାଇଛି। ମୃତକ ଜଣକ ହେଲେ ନୂଆ ଗୋଳାବନ୍ଦ ଗ୍ରାମର...

ସୁବାସଙ୍କ ଉପରେ ପୁଣି ଭରସା କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର,୨୭ା୩(ଦିଲ୍ଲୀପ ସାମଲ): ରାଜ୍ୟର ବିଭିନ୍ନ ବିଧାନସଭା ମଣ୍ଡଳୀର ଆସନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ବିଭିନ୍ନ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ବିଜେଡି...

ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ: ଶଳା-ଭିଣୋଇଙ୍କୁ ବାନ୍ଧିଲା ପୋଲିସ

ଗୋପାଳପୁର,୨୭ା୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଅଞ୍ଚଳରେ ଗାଁ ମୁଖିଆଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ବୁଧବାର ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ...

ବିଧାୟକ ଟିକେଟ୍‌ ମିଳିବା ପରେ ଖୁସିରେ ନାଚିଲେ ସମର୍ଥକ

ସୋରଡା,୨୭।୩ (ଲମ୍ବୋଦର ପାଣିଗ୍ରାହୀ): ବିଜୁ ଜନତା ଦଳର ସୋରଡା ବିଧାୟୀକା ପ୍ରାର୍ଥୀ ଭାବେ ଏଠାକାର ପୂର୍ବତନ ଏନଏସି ଅଧ୍ୟକ୍ଷା ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁଙ୍କ ଧର୍ମପତ୍ନୀ...

ହୋଲିରେ ଅଘଟଣ: ପୋଖରୀରେ ବୁଡି ଜଣେ ବ୍ୟକ୍ତି ମୃତ

ଛତ୍ରପୁର, ୨୬।୩ (ଦିଲ୍ଲୀପ ସାମଲ) : ହୋଲି ଖେଳି ସାରି ଗାଧୋଇବାକୁ ଯାଉଥିବା ବେଳେ ଅଘଟଣ। ଚମାଖଣ୍ଡି ଥାନା ଅନ୍ତର୍ଗତ ମାଙ୍ଗୁଆରୀପେଟା ଗ୍ରାମରେ ଥିବା ଏକ...

ଛତ୍ରପୁର ବିଧାୟକଙ୍କ ଜନସମ୍ପର୍କ ଯାତ୍ରା ଦଳୀୟ ସଙ୍ଗଠନ ନେଇ…

ଗଞ୍ଜାମ,୨୬।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଦୋଳପୂର୍ଣ୍ଣିମା ଯାତ୍ରା ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଶତାଧିକ ଯୁବକଙ୍କ ସହ ଜନସମ୍ପର୍କ ପଦଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri