ବୈଶିଙ୍ଗା,୧ା୧୧(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଏକ ହାଇସ୍କୁଲର ଜନୈକା ଦଶମଶ୍ରେଣୀ ଛାତ୍ରୀଙ୍କୁ ସେହି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ ଅସଦାଚରଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଥାନାରେ ଏକ ମାମଲା(ନଂ. ୨୪୪/୧୯) ରୁଜୁ ହୋଇଛି। ମାଜିଷ୍ଟ୍ରେଟଙ୍କ ନିକଟରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଛି। ଘଟଣା ଜଣାପଡ଼ିବା ପରେ ଗୁରୁବାର ଶତାଧିକ ଜନସାଧାରଣ ବିଦ୍ୟାଳୟ ଗେଟ୍ ସମ୍ମୁଖରେ ରୁଣ୍ଡହୋଇ ପାଟିତୁଣ୍ଡ କରିଥିଲେ। ବୈଶିଙ୍ଗା ପୋଲିସ ଏକ ସେକ୍ସନ ପୋଲିସ ଫୋର୍ସ ନେଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗ୍ରାମବାସୀଙ୍କୁ ବୁଝାଶୁଝା କରିଥିଲା। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ଗ୍ରାମବାସୀ ଧାରଣାରେ ବସିଥିବା ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ବିଦ୍ୟାଳୟ ଗୃହର ଉପରତାଲାରେ ଥିବା ହଷ୍ଟେଲରେ ପ୍ରାୟ ଶହେ ଜଣ ଛାତ୍ରୀ ରୁହନ୍ତି। ବିଦ୍ୟାଳୟ ସଂଲଗ୍ନ ବାସଗୃହରେ ପ୍ରଧାନଶିକ୍ଷୟିତ୍ରୀ ତାଙ୍କର ପରିବାର ନେଇ ରହିଥାନ୍ତି। ଗତ ୨୯ ତାରିଖ ସନ୍ଧ୍ୟାରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ପୀଡ଼ିତା ଛାତ୍ରୀଙ୍କୁ ଉପରତାଲା ଛାତ ଉପରକୁ ଡାକିନେଇ ଥିଲେ। ସେ ମନ୍ଦିରରୁ ଅରୁଆ ଚାଉଳ ଓ ଚନ୍ଦନ ଆଣିଛନ୍ତି। ଏହାକୁ ଦେହରେ ବୋଳି ହେଲେ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉର୍ତ୍ତୀଣ୍ଣ ହେବୁ କହି ଛାତ୍ରୀଙ୍କ ଦେହରେ ବୋଳି ଅସଦାଚରଣ କରିଥିଲେ। ଛାତ୍ରୀ ଜଣଙ୍କ ଚିତ୍କାର କରିବାରୁ ସେ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ବାମୀ ଫେରାର ହୋଇଯାଇଥିବା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି।
Posted inଆମ ଜିଲା ଖବର, ମୟୂରଭଞ୍ଜ View All
କଟକ ପରେ ମାଲକାନଗିରିରେ ପେଟ୍ରୋଲ ନେଲା ଜୀବନ
ମାଲକାନଗିରି,୧୮ା୫(ଦୁର୍ଯ୍ୟୋଧନ ପାତ୍ର): ଡାକ୍ତରଖାନା ଆସୁଥିବା ବେଳେ ବାଟରେ ସରିଗଲା ବାଇକରୁ ପେଟ୍ରୋଲ। ଆଖପାଖରେ ଆଉ ମିଳିଲା ନାହିଁ ପେଟ୍ରୋଲ। ଫଳରେ ହସ୍ପିଟାଲ ପହଞ୍ଚିବା ପୂର୍ୱରୁ ଚାଲିଯାଇଛି ଆଉ…
ପ୍ରୋତ୍ସାହନ ନାହିଁ, ସଙ୍କଟରେ ଜୀବିକା
ବରଗଡ଼,୧୮।୫(ପ୍ରେମାନନ୍ଦ ଖମାରୀ):ଗ୍ରୀଷ୍ମବେଳେ ମନେପଡ଼େ ବେଣାଚେର। ଦିନ ଥିଲା, ଖରାବେଳେ ଏହା ଲୋକଙ୍କ ସାଥୀ ହୋଇ ରହିଥିଲା। ତାତି ହେଉ ଅବା ଗୁଳୁଗୁଳି, ଲୋକେ ବେଣାଚେର ନିର୍ମିତ ବିଞ୍ଚଣା…
ତେଲକୁ ନେଇ ମୋଦିଙ୍କ ଅପିଲ, ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି
କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ୍): ହାଇକୋର୍ଟକୁ ସାଇକେଲରେ ଆସିଲେ ବିଚାରପତି। ହାଇକୋର୍ଟର ବିଚାରପତି ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଏବଂ ଜଷ୍ଟିସ ଶିବ ଶଙ୍କର ମିଶ୍ର ଆଜି…
ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
କେନ୍ଦ୍ରାପଡ଼ା,୧୮।୫(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ସଦର ଥାନା ଚାନ୍ଦୋଳ ଫାଣ୍ଡି ଅନ୍ତର୍ଗତ ଚାନ୍ଦୋଳ ବଜାରରେ ଥିବା ଏକ ବ୍ୟବସାୟିକ କମ୍ପେ୍କ୍ସ ନିକଟରେ ଜଣେ ଯୁବକଙ୍କର ମୃତଦେହ ଉଦ୍ଧାର କରାଯାଇଛି…
ସୁଧୀର ମେମୋରିଆଲ ସର୍ବଭାରତୀୟ ଫୁଟବଲ୍ ଟୁର୍ଣାମେଣ୍ଟ: ଫୁଲବାଣୀର ସୂରଜ ଏକାଦଶ ଚାମ୍ପିଆନ
ବରଗଡ଼,୧୮।୫ (ପ୍ରେମାନନ୍ଦ ଖମାରୀ): ବରଗଡ ୟୁନାଇଟେଡ୍ ସ୍ପୋର୍ଟସ୍ କ୍ଲବ୍, ବରଗଡ଼ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଆୟୋଜିତ ପ୍ରଥମ ସୁଧୀର ମେମୋରିଆଲ ଫ୍ଲଡ୍ଲାଇଟ୍ ନାଇଟ୍…
ଭିଜିଲାନ୍ସ ଜାଲରେ ମହାକାଳପଡ଼ା ଯୁଗରୁପା ସରକାରୀ ହାଇସ୍କୁଲ ପ୍ରଧାନଶିକ୍ଷକ, ଲାଞ୍ଚ ନେଇଥିବା ବେଳେ ଧରାପଡିଲେ
ମହାକାଳପଡ଼ା,୧୮।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଚଡେଇ ଗୁଆଁ ସ୍ଥିତ ଯୁଗରୁପା ଉଚ୍ଚ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ରଘୁନାଥ…
କେନ୍ଦୁଝରରେ ଚାଞ୍ଚଲ୍ୟ, ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ଭତ୍ତା ଟଙ୍କା
କେନ୍ଦୁଝର,୧୮।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ବାଉରୀ ପଦା ପଞ୍ଚାୟତର ପିଇଓଙ୍କ ଠାରୁ ଭତ୍ତା ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫାଙ୍କା ଗୁଳି ଚାଳନା କରି…
ମଦ୍ୟପଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଅଭିଯାନ, ୨୦ରୁ ଉର୍ଦ୍ଧ୍ବ ଅଟକ
ହାଟଡିହୀ/ଛେନାପଦୀ,୧୮।୫(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପୋଲିସ ସର୍ବସାଧାରଣ ସ୍ଥାନରେ ଖୋଲାଖୋଲି ମଦ୍ୟପାନ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଏକ କାର୍ଯ୍ୟାନୁଷ୍ଠାନ ଅଭିଯାନ ଆରମ୍ଭ କରିଛି…
Archives

