ଛତା ନୁହେଁ ଛାତ

ସଂଗ୍ରାମ କେଶରୀ ପୃଷ୍ଟି
ମାଟିରୁ ଆକାଶ, ଅନ୍ତରରୁ ଅନ୍ତରୀକ୍ଷ ପୁଣି ଦରିଆରୁ ଦିଗ୍‌ବଳୟ ପର୍ଯ୍ୟନ୍ତ ବ୍ୟାପ୍ତ ଶବ୍ଦଟିଏ ବାପା। ନା କଳିହୁଏ ନା ମାପିହୁଏ ତାଙ୍କ ବ୍ୟକ୍ତିତ୍ୱକୁ। ସନ୍ତାନ ଓ ପରିବାର ପାଇଁ ସମର୍ପିତ ଜୀବନଟିଏ। ସବୁ ଝଡ଼ଝଞ୍ଜା ମଧ୍ୟରେ ଦୁନିଆର ସବୁ ସୁଖଶାନ୍ତିକୁ ପିଲାଙ୍କ ପାଇଁ ସାଉଁଟି ଆଣିବାରେ ଲହୁଲୁହାଣ ହୋଇପଡ଼ିଥିଲେ ମଧ୍ୟ ନିରନ୍ତର ପ୍ରୟାସ ଜାରିରଖିଥିବା ମଣିଷ ବାପାଙ୍କ ଛଡ଼ା ଆଉ କିଏ ହୋଇପାରନ୍ତା ଯେ!
ମା’ ଘରର ଗୌରବ ହେଲେ ବାପା ଏହାର ଅସ୍ତିତ୍ୱ। ମା’ଙ୍କ ଆଖିରେ ଅଶ୍ରୁଧାରା ଥାଏ ହେଲେ ବାପାଙ୍କ ଆଖିରେ ଥାଏ ସଂଯମ । ମା’ ଖାଦ୍ୟପ୍ରସ୍ତୁତ କରନ୍ତି, ବାପା କିନ୍ତୁ ପରିବାର ପାଇଁ ସାରାଜୀବନ ଖାଦ୍ୟର ବନ୍ଦୋବସ୍ତ କରିଥାନ୍ତି। ଟିକିଏ ଅସୁବିଧାରେ ମା’ ମନେପଡ଼ନ୍ତି କିନ୍ତୁ ଭୟଙ୍କର ବିପଦରେ ବାପାଙ୍କୁ ହିଁ ଖୋଜାପଡ଼େ। କୋଳରେ ଲଗାଇ ମା’ ଦେଖାନ୍ତି ଆକାଶର ଜହ୍ନ, ବାପା କିନ୍ତୁ ଛାତିରେ ବସାଇ ସ୍ବପ୍ନ ଦେଖାନ୍ତି। ମା’ ଲୋରୀ ଶୁଣାନ୍ତି ଓ ବାପା ଶୁଣାନ୍ତି ଜୀବନର ସଙ୍ଗୀତ।
ସମଗ୍ର ପରିବାର ପାଇଁ ବାପା ହେଉଛନ୍ତି ବିଶ୍ୱାସର ବଟବୃକ୍ଷଟିଏ, ଗଭୀର ଆସ୍ଥା ଓ ଭରସାର ମଧୁମୟ ଜହ୍ନଟିଏ ପୁଣି ଅସୀମ ଆକାଶର ଆଶ୍ୱାସନାଟିଏ। ତାଙ୍କ ସୁଶୀତଳ ଛାୟାରେ ସମ୍ପୂର୍ଣ୍ଣ ପରିବାରରେ ଅନବରତ ଖେଳିଯାଏ ପ୍ରସନ୍ନତା। ତାଙ୍କ ଅନାବିଳ ସ୍ନେହ ଓ ସ୍ବର୍ଗୀୟ ପ୍ରେମ ହିଁ ଘରକୁ ବୈକୁଣ୍ଠରେ ବଦଳାଇ ଦେଇପାରେ। ଯେପର୍ଯ୍ୟନ୍ତ ବଟବୃକ୍ଷ ତୁଲ୍ୟ ବାପାଙ୍କ ଛାଇ ଆମ ଉପରେ ଥାଏ, ସେ ପର୍ଯ୍ୟନ୍ତ ନିଜକୁ ଆମେ ସୁରକ୍ଷିତ ମଣୁ। ତାଙ୍କ ମଧୁମୟ ଆଶ୍ଳେଷରେ ରାସ୍ତାର ଯେତେସବୁ କଣ୍ଟା ଫୁଲ ପାଲଟିଯାଏ ଓ ଦୁଃଖସବୁ ବଦଳିଯାଏ ସୁଖରେ। ସେ ନିଜେ ପଛେ ବାଡ଼ିଧରି ଚାଲନ୍ତି କିନ୍ତୁ ପିଲାମାନଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବାକୁ ଅନବରତ ଚେଷ୍ଟା କରନ୍ତି। ସେ ଚଷମାରେ ଦୁନିଆ ଦେଖନ୍ତି କିନ୍ତୁ ପିଲାମାନଙ୍କୁ ସ୍ବଚକ୍ଷୁରେ ଦୁନିଆ ଦେଖିବାକୁ ପ୍ରବର୍ତ୍ତାନ୍ତି। ସବୁ ଦୁଃଖକୁ ଗରଳ ପରି ପାନ କରି ନୀଳକଣ୍ଠ ସାଜିବାରେ ପଛଘୁଞ୍ଚା ଦେଉ ନ ଥିବା ମହନୀୟ ବ୍ୟକ୍ତିତ୍ୱ ବାପାଙ୍କ ଛଡ଼ା ଆଉ କିଏ ହୋଇପାରେ!
ଏ ସଂସାରରେ ଜୀବନ୍ତ ଦେବତାର ଆଖ୍ୟା ଯଦି କାହାକୁ ଦିଆଯାଏ ସେ ହେଉଛନ୍ତି ମା’ ଓ ବାପା। ସନ୍ତାନର ସଫଳତାର ପ୍ରତ୍ୟେକଟି ସୋପାନରେ ଯେଉଁ ପରିଚୟଟି ସାମ୍ନାକୁ ଆସେ, ତାହା ହେଲା ବାପାଙ୍କ ପରିଚୟ। ଅଜସ୍ର ଅନ୍ଧାର ଭିତରେ ଦିକ୍‌ଦିକ୍‌ ହୋଇ ଜଳୁଥିବା ଅଲିଭା ଦୀପଶିଖାଟିଏ ସେ, ଯିଏ କି ତିଳତିଳ ହୋଇ ଦଗ୍ଧ ହୋଇ ମଧ୍ୟ ସମଗ୍ର ପରିବାର ପାଇଁ ଦେଖାଇଥାନ୍ତି ଆଲୋକର ରାହା। ପୁଣି ଉଦ୍‌ବୋଧନ ଦେଇଥାନ୍ତି ସେହି କାଳଜୟୀ ମହାମନ୍ତ୍ର- ”ଆଗରେ ପଡ଼ିଛି ପଥ ବହୁ ଦୂର ଯିବାକୁ ଅଛିରେ ବାକି/ଚାଲିବି ଚାଲିବି ନ ପଡ଼ିବି ଥକି ମୁଦିବା ଆଗରୁ ଆଖି।“
ଅକପଟ ସେ ବାପାଙ୍କ ଆକଟ। ଯାହାଙ୍କ କଡ଼ାଶାସନ, ନାଲିଆଖି, ମାଡ଼ଗାଳି ପୁଣି ଶୃଙ୍ଖଳା ଜୀବନଧାରାରେ ସାଜିଥାଏ ପଥପ୍ରଦର୍ଶକ। ଆଖିରେ ତାଙ୍କର ଲହଡି ମାରୁଥାଏ ସୁନେଲି ଭବିଷ୍ୟତର ସ୍ବପ୍ନ। ସଙ୍କଳ୍ପବଦ୍ଧ ମଣିଷଟିଏ ହେବା ପାଇଁ ସେ ଅନବରତ ଦେଇ ଚାଲିଥାନ୍ତି ଉତ୍ସାହ ଓ ପ୍ରେରଣା। ସମ୍ଭବତଃ ସେଥିପାଇଁ ଈଶ୍ୱରଙ୍କ ସଂକ୍ଷିପ୍ତ ସଂଜ୍ଞା ଭାବରେ ବାପାଙ୍କୁ ହିଁ ନିଆଯାଏ। କାରଣ ଈଶ୍ୱରଙ୍କୁ ମାଗିଲେ କିଛି ମିଳୁ ବା ନ ମିଳୁ କିନ୍ତୁ ଯାହାଙ୍କୁ ମାଗିଲେ ନିଶ୍ଚୟ କିଛି ମିଳିଯାଏ, ସେ ହେଉଛନ୍ତି ବାପା। ଏପରିକି ସନ୍ତାନର ସୁଖ ପାଇଁ ଆକାଶରୁ ଚାନ୍ଦ ତୋଳିବାରେ ସାମର୍ଥ୍ୟ ରଖନ୍ତି ସେ। ଡେଙ୍ଗାମୁଣ୍ଡରେ ଠେଙ୍ଗାର ଗୁରୁଦାୟିତ୍ୱ ନିର୍ବାହରେ ବ୍ରତୀ ଥିବା ବାପା ସନ୍ତାନଜୀବନର ପ୍ରତ୍ୟେକଟି ସୋପାନକୁ ତନ୍ନତନ୍ନ କରି ଅନୁଧ୍ୟାନ କରିଚାଲିଥାନ୍ତି ଅନବରତ। ସମୟଚକ୍ରରେ କେତେବେଳେ ଖୁସିରେ ଆତ୍ମହରା ହୋଇପଡ଼ନ୍ତି ତ କେତେବେଳେ ଦୁଃଖରେ ଭାଙ୍ଗିପଡ଼ନ୍ତି। ଏସବୁ ଭିତରେ ଆଖିରେ ତାଙ୍କର ପୂରି ରହିଥାଏ କର୍ତ୍ତବ୍ୟବୋଧ ସହ ମମତ୍ୱବୋଧ।
ନିରୋଳା ଲୁହଲହୁକୁ ଏକାକାର କରି ନିଜ ପ୍ରଶସ୍ତ ଛାତିରେ ଦୁଃଖକୁ ଆଲିଙ୍ଗନ କରିବାକୁ ଡରୁ ନ ଥିବା ମଣିଷ ବାପା। ଗୋଟିଏ ଘରେ ଏକାଠି ରହୁଥିବା ମଣିଷଙ୍କ ପାଇଁ ସେ ଛତା ନୁହେଁ, ଛାତ। ପାଦ ପାଇଁ ଜୋତା ନୁହେଁ, କବଚ। ଘରର ମଝିଖୁଣ୍ଟ ସାଜି ଯାବତୀୟ ବୋଝକୁ ମୁଣ୍ଡେଇ ପାରୁଥିବା ଓ ଜଞ୍ଜାଳରେ ପେଷି ହୋଇଯାଉଥିବା ଶକ୍ତିଶାଳୀ ଦମ୍ଭଟିଏ। ତାଙ୍କରି ପାଇଁ ତ ଦପ୍‌ଦପ୍‌ ଦିଶେ ମାଆଙ୍କ ମଥାର ଲାଲ ଟହ ଟହ ସିନ୍ଦୂର ଓ ହାତର ଝଲମଲ ପାଣିକାଚ। ଜୀବନସାରା ଗଧପରି ବୋଝ ବୋହି ବୋହି ସେ ଗଧ ବନିଯାନ୍ତି। ଏସବୁ ଭିତରେ ସନ୍ତାନକୁ ପିଠିରେ ବସାଇ ଘୋଡ଼ା ପାଲଟି ଯିବାରେ ଥାଏ ତାଙ୍କର ଅଜସ୍ର ଆନନ୍ଦ। ତାଙ୍କ ପିଠିରେ ଲାଉଟିଏ ହୋଇ ଝୁଲିପଡ଼ିଲେ ମିଳିଥାଏ ଅପୂର୍ବ ପୁଲକ। କାନ୍ଧରେ ସବାର ହେଲେ ଜମିଯାଏ ଯାତ୍ରାର ମଜା।
ବାପାଙ୍କ ମହାନତାକୁ ସବୁଠୁ ଅନୁଭବ ସିଏ କରିପାରିଥାଏ, ଯାହାର ବାପା ନ ଥାଏ। ବାପାଙ୍କ ବିନା ଦୁନିଆଟା ଖାଁ ଖାଁ ଲାଗେ। ମନ ଭିତରେ କେଉଁଠି କେଜାଣି ଲୁଚିଯାଏ ଦାମ୍ଭିକତା। ହତାଶାଭାବଟା ଆବୋରି ବସେ ମନକୁ। ସବୁ ସୀମାସରହଦ ଡେଇଁ ଦୁଃଖ ମାଡିଆସେ। ଦୁନିଆ ଆଖିରେ ବାପଛେଉଣ୍ଡ ପିଲାଟିଏ ଅଜାଣତରେ ହରାଇବସେ ତା’ ପରିଚୟ। ଜୀବନର ଚଲାପଥରେ ଝୁଣ୍ଟି ପଡ଼ିବାକୁ ହୁଏ ବାରମ୍ବାର। ଘୋର ବିପଦରେ ମୁହଁରୁ ଉଚ୍ଚାରିତ ବାପା ଶବ୍ଦଟି ମିଳେଇଯାଏ ଶୂନ୍ୟରେ। ସବୁ ସାମର୍ଥ୍ୟ ଥାଇ ସୁଦ୍ଧା ସଭାରେ ହାରିବା ହିଁ ସାରହୁଏ। ‘ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ, ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବଦେବତାଃ।’ ପରି ପବିତ୍ର ମହାମନ୍ତ୍ର ବାପାଙ୍କ ବିନା କେମିତି ଅଧୁରା ଅଧୁରା ଲାଗେ। ଏସବୁ ସତ୍ତ୍ୱେ ଶେଷ ବୟସରେ ବାପା କାହିଁକି ଯେ ବଣ୍ଟା ହୁଅନ୍ତି, ପୁଅଙ୍କ ଭିତରେ ଓ କାହିଁକି ଜରାଶ୍ରମ ପାଲଟିଯାଏ ତାଙ୍କ ଶେଷ ଠିକଣା, ଏ କଥା ବୁଝାପଡ଼େ ନାହିଁ। ଏପରି ଦେବତାଙ୍କୁ ହତାଦର କରି ପାଷାଣ ଦେବତାଙ୍କୁ ଉପାସନା କଲେ ଏହାର ଫଳ ପରବର୍ତ୍ତୀ ପିଢ଼ି ଭୋଗିବାର ଯଥେଷ୍ଟ ସମ୍ଭାବନା ଅଛି।
ରାଜକିଶୋର ନଗର, ଅନୁଗୋଳ, ମୋ-୯୪୩୭୫୪୭୧୪୬


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?