ଟେଷ୍ଟ ନ କରି ନିଜ ଇଚ୍ଛାରେ ଖାଉଛନ୍ତି ଔଷଧ

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଲାଣି କରୋନାର ‘ହିଡ଼େନ୍‌ କେସ୍‌’ ବା ‘ଲୁକ୍କାୟିତ ମାମଲା’। କରୋନା ଲକ୍ଷଣ ଥିଲେ ବି ଲୋକେ ଟେଷ୍ଟ କରିବାକୁ ଆସୁନାହାନ୍ତି। ଏମାନଙ୍କ ଦ୍ୱାରା ହିଁ ତୃତୀୟ ଲହର ଆସିବ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହୁଛନ୍ତି। ଡା. ନିରୋଜ ମିଶ୍ର କହିଛନ୍ତି, ଯେଉଁମାନଙ୍କର ଲକ୍ଷଣ ନାହିଁ କିମ୍ବା ସାମାନ୍ୟ ଲକ୍ଷଣ ରହୁଛି, ସେମାନେ ଘରେ ରହି ମନ୍‌ଟେକ ଏଲ୍‌ସି ଓ ଆଜିଥ୍ରୋମାଇସିନ୍‌ ଖାଉଛନ୍ତି। ଯାହାକି ଖାଇବା କଥା ନୁହେଁ। ଏହି ସବୁ କେସଗୁଡ଼ିକ ଯେତେବେଳେ ରହିଯାଉଛି। ସେମାନେ ଟେଷ୍ଟ କରୁନାହାନ୍ତି। ନିଜ ପରିବାର ଭିତରେ ପ୍ରଥମେ ସଂକ୍ରମିତ କରୁଛନ୍ତି। ପରେ ବାହାରେ ବୁଲୁଛନ୍ତି। ଏମାନଙ୍କୁ ଯୋଗୁ ସଂକ୍ରମଣ ବଢୁଛି। ଏହା ଉପରେ ସରକାର ଦୃଷ୍ଟି ଦେବା ଉଚିତ। ଏହା ଦେଶର ୬ଟି ରାଜ୍ୟରେ ମୁଣ୍ଡବିନ୍ଧାର କାରଣ ହେଲାଣି। ଏଗୁଡ଼ିକ ଦ୍ୱାରା ହିଁ ତୃତୀୟ ଲହର ଆରମ୍ଭ ହେବ। କାରଣ ହିଡେନ ରୋଗୀଙ୍କ ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଡା. ମିଶ୍ର କହିଛନ୍ତି।

‘ଲୁକ୍କାୟିତ ମାମଲା’ ଜାଣିବା ପାଇଁ ଡୋର୍‌ ଟୁ ଡୋର୍‌ ସର୍ଭେଲାନ୍ସ ଜୋରଦାର କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମିଶ୍ର କହିଛନ୍ତି ଯେ, କରୋନା ଲକ୍ଷଣ ଥିଲେ ମଧ୍ୟ ଅନେକ ଲୋକ ଟେଷ୍ଟ କରୁନାହାନ୍ତି। ତେଣୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ହୋଇପାରୁନାହିଁ। ତେଣୁ ଅନେକ ହିଡେନ୍‌ କେସ୍‌ ରହୁଛି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଗତ ଜୁନ୍‌ରୁ ୩ ମାସ ଇଣ୍ଟିଗ୍ରେଟେଡ଼ ସର୍ଭେଲାନ୍ସ କରାଯାଉଛି। ଯାହା ଅଗଷ୍ଟ ୨୪ରେ ଶେଷ ହେବ। ଆଶାକର୍ମୀଙ୍କ ଦ୍ୱାରା ସର୍ଭେରେ ୧ଲକ୍ଷରୁ ଅଧିକ ପଜିଟିଭ୍‌ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସର୍ଭେଲାନ୍ସ କରି ହିଡେନ କେସଗୁଡ଼ିକୁ ବାହାର କଲେ ସଂକ୍ରମଣକୁ ନିୟନ୍ତ୍ରଣ କରାଯାଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘କିଡନୀ ଦିଅ ନଚେତ୍‌ ମୃତ୍ୟୁ ଦିଅ’ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଗୁହାରୀ କଲେ ୫ ମହିଳା, ଜାଣନ୍ତୁ କାହିଁକି…

କୋଟା,୧୬।୭: ରାଜସ୍ଥାନର କୋଟାରୁ ଏକ ଅତ୍ୟନ୍ତ ଆବେଗପୂର୍ଣ୍ଣ ଏବଂ ଗମ୍ଭୀର ମାମଲା ସାମ୍ନାକୁ ଆସିଛି । କିଡନୀର ଗମ୍ଭୀର ରୋଗରେ ପୀଡ଼ିତ ହୋଇ ଡାକ୍ତରଖାନାରେ ଜୀବନ ସହ…

ଇଣ୍ଟରଭ୍ୟୁ ଦେବାକୁ ଆସି ଟଳିପଡିଲେ ଯୁବକ, ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର

ରେଙ୍ଗାଲି, ୧୬।୭ (ଦେବବ୍ରତ ପଣ୍ଡା): ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଆସିଥିବା ଜଣେ ଯୁବକଙ୍କର କମ୍ପାନୀ ପରିସରରେ ହିଁ ଅକାଳ ବିୟୋଗ ଘଟିଛି। ମୃତ ଯୁବକ ଜଣକ…

୧୬ ଜୁଲାଇରୁ ୫ ରାଶିଙ୍କ ଖୋଲିବ ଭାଗ୍ୟ; ଚାକିରିରେ ବଡ଼ ପ୍ରମୋସନ୍ ହେବା ସହ ସାଲାରି ହେବ ଡବଲ୍!

୧୬ ଜୁଲାଇ, ୨୦୨୬ ହେଉଛି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ଏବଂ ଗୁରୁବାର। ଏହି ତିଥି ଅତ୍ୟନ୍ତ ବିଶେଷ, କାରଣ ଏହି ଦିନ ଭଗବାନ…

୩୬ ଘଣ୍ଟିଆ ଉପବାସ ଭଙ୍ଗକଲେ ଜିଲା କଂଗ୍ରେସ ସଭାପତି: ଏହି ଦାବି ନେଇ…

ଦେବଗଡ଼,୧୬ା୭ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହର ମଧ୍ୟସ୍ଥଳରେ ଥିବା ଡାକ୍ତରଖାନା(ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ)କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ପ୍ରଦାନ ସମେତ ୧୦ ଦଫା ଦାବିରେ…

ଭାଜପାରେ ମିଶିଲେ ଶତାଧିକ ମହିଳା, ଯୁବକ

ଝାରସୁଗୁଡ଼ା, ୧୬ା୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବିଟିଏମ୍‌ସ୍ଥିତ ଭାଜପା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଲଇକେରା ଏବଂ ନିକ୍ତିମାଲ…

ଅନୁମତି ଆବାସିକ, ଚାଲିଛି ବେପାର

ଭୁବନେଶ୍ୱର,୧୬ା୭(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆଧୁନିକ ସହର ସ୍ବପ୍ନ ଦେଖୁଛି। ରାଜଧାନୀବାସୀଙ୍କୁ ଉନ୍ନତ ଜୀବନଶୈଳୀ ଯୋଗାଇଦେବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଉଛି। ହେଲେ ବିଏମ୍‌ସି…

ଏସ୍‌ଆଇଆର୍‌ରେ ୨୭ ଲକ୍ଷ ଭୋଟରଙ୍କ ନାମ କଟିଛି: ବିଜେଡି

ଭୁବନେଶ୍ୱର,୧୬।୭(ସୁନିତ୍‌ ମିଶ୍ର): ଏସ୍‌ଆଇଆର ପ୍ରକ୍ରିୟାକୁ ନେଇ ବିଜେଡି ପକ୍ଷରୁ ଏକ ପ୍ରତିନିଧିମଣ୍ଡଳୀ ବୁଧବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏଥିରେ ନୂତନ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri