ଚେକଡ୍ୟାମ ଭୁଶୁଡିଲା:୩୦୦ ହେକ୍ଟର ଜମିକୁ ପ୍ରଭାବିତ

ସିନାପାଲି,୧୧।୮(ଡି.ଏନ.ଏ.)
ନୂଆପଡା ଜିଲା ସିନାପାଲି ବ୍ଲକସ୍ଥିତ ଖଇରପଦର ତଲଝରିଆ ନାଳ ଚେକ୍‌ଡ୍ୟାମ ଭୁଶୁଡି ପଡ଼ିଛି। ଏଥିଯୋଗୁ ୫୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୩୦୦ ହେକ୍ଟର ଜମି ଜଳସେଚନ ପ୍ରଭାବିତ ହେବ। ଫଳରେ ଅଞ୍ଚଳର ଚାଷୀ ଚିନ୍ତିତ ହୋଇପଡିଛନ୍ତି। ଏହି ଚେକ ଡ୍ୟାମ ନିମାଣ ହେବା ଫଳରେ ଖଇରପଦର ଓ ଛୋଟଦର୍ଲିପଡା ଗ୍ରାମର ଚାଷୀ ଉପକୃତ ହେଉଥିଲେ । ବର୍ଷାରେ ଏହି ଚେକଡ୍ୟାମ ପାଣି ମଡାଇ ଲୋକେ ଚାଷ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ଚାଷ ଜମିଗୁଡିକ ବାଲି ଅଞ୍ଚଳ ହୋଇଥିବା ବେଳେ ବର୍ଷା ପାଣି ଶୀଘ୍ର ଶୁଖିଥାଏ । ଫଳରେ ଅନେକାଂଶ ସମୟରେ ଅତ୍ୟଧିକ ପାଣିର ଆବଶ୍ୟକ ପଡିଥାଏ । ଦୀର୍ଘ ୧୦ ବର୍ଷ ଧରି ଏହି ଡ୍ୟାମ ଉପରେ ଅଞ୍ଚଳବାସୀ ନିର୍ଭର କରୁଥିଲେ । ଗତ ଲଘୁଚାପଜନିତ ଲଗାଣ ବର୍ଷାରେ ଡ୍ୟାମର ଡାହାଣ ଭାଗରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ବନ୍ୟା ପାଣି ଅନ୍ୟ ସ୍ଥାନରେ ପ୍ରବାହିତ ହେଉଛି । ଫଳରେ ଚାଷ ଜମିକୁ ପାଣି ନ ମାଡିବା ନେଇ ଚାଷୀ ଚିନ୍ତାରେ ଭାଙ୍ଗି ପଡିଛନ୍ତି । ଖଡିଆଳ ମୂର୍ତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ଗତ ୨୦୧୦ରେ ଚେକଡ୍ୟାମ ନିର୍ମାଣ ହୋଇଥିଲା । ଏହି ଚେକଡ୍ୟାମ ପାଇଁ ଗୋବର୍ଦ୍ଧନ ମାଝି, ତୁଳସୀରାମ ମାଝି, ବୁଟିରାମ ମାଝି, ସୃଜନ ସିଂ ମାଝି, ଭୁଜବଲ ମାଝି, ରାମସିଂ ମାଝି, ଟିକେଶ୍ୱର ମାଝି, ନିଳକଣ୍ଠ ମାଝିଙ୍କ ସମେତ ୫୦ରୁ ଉର୍ଦ୍ଧ୍ୱ ଚାଷୀ ଏହି ଚେକ ଡ୍ୟାମ ଭୁଶୁଡିବା ଯୋଗୁ ଜଳସେଚନ ପାଇବାରୁ ବଞ୍ଚତ୍ତ ହେବେ । ଏ ସମ୍ପର୍କରେ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ଏସ ମିଶ୍ରଙ୍କୁ ପଚାରିବାରୁ ତଦନ୍ତ କରି ନିର୍ମାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି । ସ୍ଥାନୀୟ ଜିଲା ପରିଷଦ ସଦସ୍ୟ ଗିରିରାଜ ମାଝିଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଦୁଇଟି ଗାଁର ଚାଷୀଙ୍କ ଏହି ଚେକ ଡ୍ୟାମ ଚାଷ କାର୍ଯ୍ୟରେ ବହୁ ଉପଯୋଗି ହେଉଥିଲା । ଏବେ ଭାଙ୍ଗିଯିବା ଫଳରେ ଚାଷୀ ଚିନ୍ତିତ ଅଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଛି । ଆସନ୍ତା ୧୬ ତାରିଖରେ ହେବାକୁ ଥିବା ପଞ୍ଚାୟତ ସମିତି ବୈଠକରେ ମଧ୍ୟ ଉପସ୍ଥାପନ କରି ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ, ଶିକ୍ଷା, ବିଜୁଳି ସାତସପନ

ନୂଆପଡ଼ା,୧୮।୪(ମକାରୁ ବେମାଲ)ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ। କେନ୍ଦ୍ର ଓ ରାଜ୍ୟ ସରକାର ମାଳମାଳ ଯୋଜନା କରୁଥିଲେ ମଧ୍ୟ ଲୋକ...

ରୋଷେଇ ଘରେ ପଶି ରାଜକୀୟ ଖାଦ୍ୟ ଖାଇଲା ଭାଲୁ: ରାଜମହଲ ଲୋକେ ଭୟଭୀତ

ଖଡ଼ିଆଳ,୧୨।୪(ସୁଜିତ୍‌ କୁମାର ପ୍ରଧାନ):ନୂଆପଡା ଜିଲା ଖଡ଼ିଆଳ ସହରରେ ବୁଧବାର ରାତିରେ ବୁଲୁଥିବା ଭାଲୁ ଶେଷରେ ଖଡ଼ିଆଳ ରାଜବାଟି ରୋଷେଇ ଘରେ ପଶିଥିଲା। ଖଡ଼ିଆଳ ରାଜା ସାହେବଙ୍କ...

ଏହି ଜିଲାରେ ସବୁ ଦଳରେ ବାହାରୁଛି କେଁ

ନୂଆପଡ଼ା,୯।୪(ମକାରୁ ବେମାଲ)ଛତିଶଗଡକୁ ଲାଗି ରହିଥିବା ରାଜ୍ୟର ଏକ ଉପାନ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ନୂଆପଡା। ଏହି ନିର୍ବାଚନମଣ୍ଡଳୀରେ ୩ ପ୍ରମୁଖ ଦଳରୁ ଏକାଧିକ ଆଶାୟୀ ରହିଥିଲେ।...

ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିଲେ: ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ କନଷ୍ଟେବଳଙ୍କ ଜୀବନ

କଟକ,୮ା୪ (କାର୍ତ୍ତିକ ସାହୁ) ତାମିଲନାଡୁ ରାଜ୍ୟର ତ୍ରିଚୀଠାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଓଡ଼ିଶା ପୋଲିସ୍‌ କନଷ୍ଟେବଳ ପ୍ରମୋଦ କୁମାର ମାଝି(ସି/୨୨୨)ଙ୍କ ଅକାଳ ମୃତ୍ୟୁ ଘଟିଛି।...

କଦଳୀ ଚାଷ କରି ଲକ୍ଷପତି

ନୂଆପଡା,୫।୪ (ମକାରୁ ବେମାଲ):ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ମିଛାପାଲି ପଞ୍ଚାୟତ ବରକୋଟ ଗାଁର ଚାଷୀ କଦଳୀ ଚାଷ କରି ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ...

ଭିଜିଲାନ୍ସ ଜାଲରେ ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ

ନୂଆପଡ଼ା,୨୯ା୩(ମକାରୁ ବେମାଲ):ନୂଆପଡା ଜିଲା ରାଜସ୍ବ ବିଭାଗ ସ୍ବତନ୍ତ୍ର ଅଧିକାରୀ ନରେନ୍ଦ୍ର କୁମାର ଚନ୍ଦ୍ରକାର ଜମିଜମା ମାମଲାର ସମାଧାନ ପାଇଁ ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ...

ଟ୍ରକକୁ ପିଟିଲା ଟ୍ରକ: ଜୀବନ୍ତ ଜଳିଗଲେ ଡ୍ରାଇଭର

ନୂଆପଡ଼ା,୨୨।୩: ନୂଆପଡ଼ା ଜିଲା ସିନାପାଲି ଥାନା ବିଜୁ ଏକ୍ସପ୍ରେସ ୱେ ଚଟିଆଗୁଡ଼ା ଗାଁ ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଗରେ ଯାଉଥିବା ଏକ...

ବସୁଧାରୁ ମିଳୁନି ପାଣି, ଖୋଲାକୂଅ ଭରସା

ନୂଆପଡ଼ା,୨୨।୩(ମକାରୁ ବେମାଲ): ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁରେ ଜଳ ସଙ୍କଟ ଦେଖାଦେଇଥିବା ବେଳେ କୂଅ ପାଣି ଉପରେ ଲୋକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri