ଚିଲିକା ଡଙ୍ଗାବୁଡ଼ି ଘଟଣାକୁ ବର୍ଷେ ପୂରିଲା : ବିପଜ୍ଜନକ ନୌଯାତ୍ରାରେ ଲାଗିଲାନି ଲଗାମ

ଖୋର୍ଦ୍ଧା ଅଫିସ,୧୭ା୬ : ଚିଲିକା ଡଙ୍ଗାବୁଡି ଘଟଣାକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ହେଲେ ବିପଜ୍ଜନକ ନୌଯାତ୍ରାରେ ଲାଗି ପାରିଲାନି ଲଗାମ। ସ୍ଥିତିରେ କିଛିଟା ସୁଧାର ଆସିଥିଲେ ହେଁ ଏବେବି ସବୁ ଅବ୍ୟବସ୍ଥାରେ ଚାଲିଛି। ଡଙ୍ଗାରେ ଲାଇଫ୍‌ ଜ୍ୟାକେଟ ଗଚ୍ଛିତ ରଖାଯାଉଥିଲେ ହେଁ ଅଧିକାଂଶ ପର୍ଯ୍ୟଟକ ପିନ୍ଧୁନାହାନ୍ତି। ବିପଜ୍ଜନକ ନୌଯାତ୍ରା ଅନୁଧ୍ୟାନର ବ୍ୟବସ୍ଥା ନ ଥିବାରୁ ଅବ୍ୟବସ୍ଥାକୁ ରୋକିବା ସମ୍ଭବ ହେଉନି।
ଚିଲିକା ଡଙ୍ଗାବୁଡିରେ ୬ ଜଣଙ୍କର ମୃତ୍ୟୁ ପରେ ଆଶା କରାଯାଉଥିଲା, ବିପଜ୍ଜନକ ନୌଯାତ୍ରାରେ ଲଗାମ ଲାଗିବ। ହେଲେ ଲଗାମ ଲାଗିବାକୁ ତତ୍‌କାଳୀନ ଖୋର୍ଦ୍ଧା ଜିଲା ପ୍ରଶାସନ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଯେଉଁ କଟକଣା ଜାରି କରିଥିଲେ, ତାହା ମଧ୍ୟ ଉଲ୍ଲଂଘନ ହୋଇ ଚାଲିଛି। ଚିଲିକା ଭିତରକୁ ବୁଲିଯିବାକୁ ହେଲେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଥିଲା। ଲାଇଫ୍‌ ଜ୍ୟାକେଟ ପିନ୍ଧି ନ ଥିଲେ ଡଙ୍ଗାରେ ଚଢ଼ିବାକୁ ମନା ବୋଲି ନିର୍ଦ୍ଦେଶ ରହିଛି। ଏପରି ନିର୍ଦ୍ଦେଶ ସରକାରଙ୍କ ପକ୍ଷରୁ ଡଙ୍ଗାବୁଡି ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଦେଇଥିଲେ। ହେଲେ ଚିଲିକାରେ ନୌଯାତ୍ରା ସମୟରେ କିଛି ପର୍ଯ୍ୟଟକ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧୁଥିବା ବେଳେ ଅଧିକାଂଶ ପିନ୍ଧୁନାହାନ୍ତି। କ୍ୟାମେରା ପଡିଲେ ତରବରିଆ ଭାବେ ସମସ୍ତେ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧୁଛନ୍ତି। ସେହିଭଳି ପ୍ରତି ଡଙ୍ଗାରେ ଅଗ୍ନି ନିର୍ବାପକ ଯନ୍ତ୍ର ଓ ଲାଇଫ ବୟ, ଲାଇସେନ୍ସପ୍ରାପ୍ତ ଚାଳକ କେବଳ ଡଙ୍ଗା ଚଳାଇ ପାରିବେ। ପ୍ରତ୍ୟେକ ଡଙ୍ଗାରେ ଡଷ୍ଟବିନ୍‌, ପାଣି ଓ ଛାଇର ବ୍ୟବସ୍ଥା ରଖିବାକୁ ପଡିବ। ଡଙ୍ଗାଗୁଡିକ ସରକାରୀ ନୀତି ନିୟମ ମାପରେ ହୋଇଛି କି ନାହିଁ ତା’ର ଅନୁଧ୍ୟାନ ହେବା ପରି ଅନୁରୂପ ନିର୍ଦ୍ଦେଶନାମା ରହିଛି। ତେବେ ଏହା କାର୍ଯ୍ୟକାରୀ ହେଉନାହିଁ। ଅଧିକାଂଶ ଡଙ୍ଗା ମାଲିକ ସରକାରଙ୍କର ଏ ଆଇନକୁ ଡଷ୍ଟବିନ୍‌କୁ ଫୋପାଡି ଦେଇଥିବା ଅଭିଯୋଗ ରହିଛି। ଉଲେଖଥାଉକି, ୨୦୧୮ ଜୁନ ୧୬ ଶେଷ ରଜରେ ଚିଲିକାରେ ଡଙ୍ଗାବୁଡି ହୋଇ ୬ଟି ଜୀବନ ଚାଲି ଯାଇଥିଲା। ସେଦିନର ଘଟଣାକୁ ମନେ ପକାଇଲେ ଲୋମ ଟାଙ୍କୁରି ଉଠେ।
କାଳିଜାଈ ପୀଠରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ନ ଥିବାରୁ ଅସନ୍ତୋଷ
ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଚିଲିକାର ସ୍ଥାନ ସ୍ବତନ୍ତ୍ର। ଚିଲିକାର ପ୍ରାକୃତିକ ପରିବେଶ ଓ ମା’ କାଳିଜାଈଙ୍କ ପୀଠ ପର୍ଯ୍ୟଟକଙ୍କୁ ଚିଲିକାକୁ ଟାଣି ଆଣୁଛି। ସରକାର ପର୍ଯ୍ୟଟନସ୍ଥଳର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପର୍ଯ୍ୟଟକଙ୍କ ସ୍ବାର୍ଥକୁ ଗୁରୁତ୍ୱ ଦିଆଯାଉନି ବୋଲି ଅଭିଯୋଗ ରହିଛି। ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିଡ଼ କାଳିଜାଈ ପୀଠରେ ହେଉଛି। କିଛି ଘଟଣା ଘଟିଲେ କାଳିଜାଈ ପୀଠରେ ସ୍ବାସ୍ଥ୍ୟସେବା ମିଳୁନି। ଏଣୁ କାଳିଜାଈରେ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ରଖିବାକୁ ଦାବି ହେଉଛି। ଏ ସମ୍ପର୍କରେ ଫୁଲବାଣୀର ପର୍ଯ୍ୟଟକ ପ୍ରସନ୍ନ ସାହୁ, ଢ଼େଙ୍କାନାଳର ପ୍ରୀତମ ପ୍ରଧାନ ଓ କଳାହାଣ୍ଡିର ଉମା ଦେବୀ କୁହନ୍ତି, ବାଲୁଗଁାଠାରୁ ଓ ବରକୂଳ ପାନ୍ଥନିବାସଠାରୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଚିଲିକା ଓ କାଳିଜାଈ ଦର୍ଶନ କରୁଛନ୍ତି। ବାଲୁଗଁାଠାରେ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ତେବେ କାଳିଜାଈଠାରେ ସ୍ବାସ୍ଥ୍ୟସେବା କିଛିନାହିଁ। ପର୍ଯ୍ୟଟକଙ୍କ ସୁବିଧାକୁ ଦେଖି କାଳିଜାଈଠାରେ ଅସ୍ଥାୟୀ ଅଥବା ଭାସମାନ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଉଚିତ। ଡଙ୍ଗାବୁଡି ଘଟଣାରେ ୬ ଜଣଙ୍କ ମୃତ୍ୟୁ ପରେ ବି ସରକାର ଏ ଦିଗରେ କିଛି ନ କରିବା ଦୁର୍ଭଗ୍ୟଜନକ ବୋଲି ସେମାନେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

ମିଶନ ଶକ୍ତିକୁ ବନ୍ଦ ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୪ା୪(ଅନିଲ ଦାସ): ରାଜ୍ୟର ୭୦ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ୬ ଲକ୍ଷ ମିଶନ ଶକ୍ତି ଏସ୍‌ଏଚ୍‌ଜି ସାରା ଓଡ଼ିଶାର ଅନେକ ଲକ୍ଷ...

ଏପର୍ଯ୍ୟନ୍ତ ସମସ୍ତ ଆସନରେ ପ୍ରାର୍ଥୀ ଘୋଷଣା କରିପାରୁନାହାନ୍ତି ରାଜ୍ୟର ୩ ପ୍ରମୁଖ ଦଳ:ଜାଣନ୍ତୁ କାହାର କେତେ ଆସନ ବାକି ଅଛି

ଭୁବନେଶ୍ୱର,୨୪।୪(ସୁନିତ୍‌ ମିଶ୍ର):ରାଜ୍ୟରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଧବାର ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ ରହିଛି। ହେଲେ ଏପର୍ଯ୍ୟନ୍ତ ରାଜ୍ୟର ୩ ପ୍ରମୁଖ...

ଭାଜପା ଟି-ଶାର୍ଟରେ ନାହିଁ ମନମୋହନଙ୍କ ଫଟୋ

କାଏମା,୨୪ା୪(ଶିବପ୍ରସାଦ ମହାନ୍ତି):ଯାଜପୁର ଜିଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଆହୂତ ଏକ ବାଇକ୍‌ ଶୋଭାଯାତ୍ରାରେ କର୍ମୀମାନେ ପିନ୍ଧିଥିବା ଟି-ସାର୍ଟରେ ଭାଜପା ଉଚ୍ଚ ନେତୃବର୍ଗଙ୍କୁ ଉପେକ୍ଷା କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri