ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ଗ୍ୟାସ ଲିକ୍‌ ଘଟଣା: ଆହତଙ୍କୁ ଭେଟିଲେ ଶ୍ରମମନ୍ତ୍ରୀ, ଫରେନ୍‌ସିକ୍‌ ଟିମ୍‌ର ଯାଞ୍ଚ

ବାଲେଶ୍ୱର ଅଫିସ/ବାହାନଗା,୧୪।୧୧(ଡି.ଏନ.ଏ.): ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅଧୀନ ଫାଲ୍‌କନ କମ୍ପାନୀର ଚିଙ୍ଗୁଡି ପ୍ରୋସେସିଂରେ ପ୍ଲାଣ୍ଟରେ ବୁଧବାର ରାତିରେ କ୍ଲୋରିନ୍‌ ଗ୍ୟାସ୍‌ ଲିକ୍‌ ଯୋଗୁ ଶତାଧିକ ମହିଳା କର୍ମଚାରୀ ଆହତ ହୋଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସ୍‌ପି ଯୁଗଳ କିଶୋର କୁମାର, ଉପଜିଲ୍ଲାପାଳ ମିଲୁ ମହାପାତ୍ରଙ୍କ ସମେତ ଅଗ୍ନିଶମ ବିଭାଗ ଓ ଶ୍ରମବିଭାଗର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ। ତେବେ ଆହତ ସମସ୍ତଙ୍କୁ ପ୍ରଥମେ ଖନ୍ତାପଡ଼ା ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ସେମାନଙ୍କୁ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ଅନ୍ୟପଟେ ଏହି ଘଟଣାକୁ କେନ୍ଦ୍ରକରି ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଗୁରୁବାର ସକାଳେ କିଛି ସମୟ ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ନୀତିନିୟମରେ କାରଖାନାକୁ ପରିଚାଳିତ ସହ ଓ ସୁରକ୍ଷା ବ୍ୟବସ୍ଥା କରିବା ଦାବିରେ ଏହି ଆନ୍ଦୋଳନ କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ହେଲେ ଏବେ ବି କାରଖାନା ସମ୍ମୁଖରେ ଚାପା ଉତ୍ତେଜନା ଲାଗି ରହିଛି। ସୁରକ୍ଷା ଦୁଷ୍ଟିରୁ କମ୍ପାନୀ ପରିସରରେ ୨ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ନିଜେ ଏସ୍‌ଡିପିଓ ପ୍ରଭାସ ପାଲ ଉପସ୍ଥିତ ରହି ଘଟଣାର ସ୍ଥିତି ଉପରେ ନଜର ରଖିଛନ୍ତି। ଅନ୍ୟପଟେ କମ୍ପାନୀର ୮ଜଣ ଅଧିକାରୀଙ୍କୁ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି। ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ବରରୁ ୬ ଜଣିଆ ସାଇଣ୍ଟିଫିକ ଟିମ୍‌ କମ୍ପାନୀରେ ପହଞ୍ଚି  ତଦନ୍ତ ଚଳାଇଛି।

ଅନ୍ୟପଟେ ଉକ୍ତ ଘଟଣାର ତଦାରଖ ଓ ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅବଗତ ହେବା ପାଇଁ ନିଜେ ଶ୍ରମ ମନ୍ତ୍ରୀ ଶୁଶାନ୍ତ ସିଂହ ରାତି ୩ଟାରେ ବାଲେଶ୍ୱରରେ ପହଞ୍ଚିଥିଲେ। ସେହିପରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକ, ଜିଲା ଜରୁରୀକାଳିନ ଅଧିକାରୀ ଅଭୟ ନାୟକ, ଜିଲା ଶ୍ରମ ଅଧିକାରୀ କୁବେର ବେହେରା, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ପ୍ରମୁଖ ଆହତଙ୍କ ଚିକିତ୍ସାକୁ ତ୍ୱରାନିତ କରିଥିଲେ। ଏଥିସହ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା, ରାଜନୈତିକ ଦଳର ନେତୃବର୍ଗ, କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ପହଞ୍ଚି ଘଟଣାର ସ୍ଥିତି ଉପରେ ନଜର ରଖିଛନ୍ତି। ପୂର୍ବତନ ଏମ୍‌ପି ରବିନ୍ଦ୍ର ଜେନା, ସଦର ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଦାଶ ମଧ୍ୟ ହସ୍ବିଟାଲରେ ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ସୂଚନାମୁତାବକ ଉକ୍ତ ପ୍ଲାଣ୍ଟରେ ମୋଟ ୫ହଜାର ୬ଶହ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ବୁଧବାର ସନ୍ଧ୍ୟାରେ ୬ଶହରୁ ଉର୍ଦ୍ଧ୍ୱ ମହିଳା କର୍ମଚାରୀ କାମ କରୁଥିଲେ। ପ୍ଲାଣ୍ଟରେ ଗ୍ୟାସ୍‌ ଲିକ୍‌ ଯୋଗୁ ଶତାଧିକ ଆହତ ହୋଇଥିବା ବେଳେ ସେଥିରୁ ୮୮ଜଣ ସରକାରୀ ଡାକ୍ତରଖାନା ଓ ଅନ୍ୟମାନେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଆହତମାନଙ୍କ ଘର ବାଲେଶ୍ୱର, ମୟୁରଭଞ୍ଜ, ଫୁଲବାଣୀ, ଅନୁଗୋଳ, ଢ଼େଙ୍କାନାଳ, ବୌଦ୍ଧ, ଖୋର୍ଦ୍ଧା, କଟକ, ଯାଜପୁର ଜିଲା ସମେତ ପଶ୍ଚିମ ବଙ୍ଗର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?