ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା ଅଫିସ,୬ା୮-
ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ । ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁଇ ଆଖିରେ ଦେଖିପାରୁ ନ ଥିବା ଡୁଲେଶ୍ୱର କାଳେତ (୮) ବର୍ତ୍ତମାନ ବିଦ୍ୟାଳୟ ଯାଇପାରୁନାହାନ୍ତି । ନୂଆପଡ଼ା ଜିଲା କୋମନା ବ୍ଲକ ଗଣ୍ଡାମେର ଗ୍ରାମପଞ୍ଚାୟତ ସେମେଲପାଲି ଗାଁର ମା’ ଭଗିନୀ ଏବଂ ବାପା ସୁରୁ କାଳେତଙ୍କ ଗୋଟିଏ ବୋଲି ପୁଅ ଡୁଲେଶ୍ୱର । ଅର୍ଥାଭାବରୁ ଚିକିତ୍ସିତ ହୋଇପାରୁ ନ ଥିବାରୁ ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାକୁ ଲାଗିଛି ।
ଗାଁ ସ୍କୁଲରେ ଦ୍ୱିତୀୟ ଶ୍ରେଣୀରେ ପାଠ ପଢୁଛନ୍ତି । ଜନ୍ମରୁ ଠିକଠାକ ଥିଲେ । ଆଜିକୁ ୬ ମାସ ତଳେ ଆଖି ଦୁଇଟିକୁ ଝାପସା ଦେଖାଗଲା । ଏହାକୁ ନେଇ ବିଭିନ୍ନ ହସ୍ପିଟାଲ ବୁଲିବା ପରେ ମଧ୍ୟ ଠିକ ହୋଇ ନ ଥିଲା । ଶେଷରେ ତାଙ୍କୁ ରାୟପୁରକୁ ନେଇ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରି ଅପରେସନ କରାଗଲା । ହେଲେ ସେହି ଦିନଠାରୁ କୁଆଡେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପଡିଲା । ଆଖି ଦୁଇଟିକୁ ଆଉ ଆଦୌ ଦେଖାଗଲା ନାହିଁ । କିଛି ବି ଦେଖି ନ ପାରି ମା’ବାପାଙ୍କ ଆଶ୍ରୟ ବିନା କୁଆଡେ ବି ଯାଇପାରୁନାହାନ୍ତି । ତେଣୁକରି ସେହି ଦିନଠାରୁ ସେ ଆଉ ସ୍କୁଲକୁ ଯାଇପାରୁନାହାନ୍ତି । ବାପା ସୁରୁଙ୍କର ଜମିବାଡି ବୋଲି କିଛି ନ ଥିବାବେଳେ ଘରେ ରୋଜଗାର କରିବାକୁ ଆଉ କେହି ନାହିଁ । ଛୁଆର ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରିସାରିଛନ୍ତି । ବର୍ତ୍ତମାନ ନିରାଶ୍ରୟ ହୋଇ ସୋମବାର ନୂଆପଡାକୁ ଆସି ଜିଲାପାଳ ମଧୁସ୍ମିତା ସାହୁଙ୍କୁ ଭେଟିଥିଲେ ା ତାଙ୍କର ଚିକିତ୍ସା ପାଇଁ ଗୁହାରି କରିଥିବାବେଳେ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି । ଅନ୍ୟପକ୍ଷେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ସକାଶେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ସେ ଯା ହେଉ ଡୁଲେଶ୍ୱର ନିଜର ସୁଖଦ ବାଲ୍ୟକାଳ ଫେରି ପାଇବେ ବୋଲି ଆଶା ବାନ୍ଧିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଖେଳାଳି, କାହିଁକି ଜାଣନ୍ତୁ…

ନୂଆପଡ଼ା,୪ା୯(ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦିବ୍ୟାଙ୍ଗ କ୍ରିକେଟ ଖେଳର ବିକାଶ ପାଇଁ ଗୁରୁବାର ଜନସଂଘର୍ଷ ଦିବ୍ୟାଙ୍ଗ କ୍ରିକେଟ ଆସୋସିଏଶନ (ଜେଏସ୍‌ଡିସିଏ) ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛି। କୋଚ୍‌ କପିଳଦେବ…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri