ଚିକିତ୍ସା ନାଁରେ ଶରୀରକୁ କାମୁଡ଼ିଥିବା ଗୁଣିଆ ଗିରଫ

କାଲିମେଳା,୧୫ା୮(ଡି.ଏନ.ଏ.):ଶରୀରକୁ କାମୁଡି ରୋଗ ଭଲ କରୁଥିବା ନେଇ ଦାବି କରୁଥିବା ଗୁଣିଆ କସା ବେଟୀ ବୁଧବାର ଗିରଫ ହୋଇଛନ୍ତି। ମାଲକାନଗିରି ଜିଲା କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତର ଉର୍ମାଗୁଡା ଗ୍ରାମର ଜଣେ ମହିଳାଙ୍କ ଜ୍ୱର ଭଲ କରିବା ଲାଗି କସା ତାଙ୍କୁ ଝଡାଫୁଙ୍କା କରିବା ସହ ତାଙ୍କ ଶରୀରର ମୁହଁ, ବେକ, ପେଟ ପିଠିକୁ କାମୁଡିଥିଲେ। ସେଠାରେ ପରିବାର ଲୋକେ ଉପସ୍ଥିତ ଥିଲେ ମଧ୍ୟ ମହିଳା ଜଣକ ଭଲ ହୋଇଯାନ୍ତୁ ବୋଲି ଭାବି କିଛି କହି ନ ଥିଲେ। ପରେ ମଙ୍ଗଳବାର ଏମଭି-୭୯ ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହା ଜାଣିବା ପରେ କସା ଫେରାର ହୋଇଯାଇଥିଲେ। ଫଳରେ ପୋଲିସ କସାଙ୍କୁ ନ ପାଇ ଫେରି ଆସିଥିଲା। ତେବେ ବୁଧବାର ସକାଳେ ସେ ଘରେ ଥିବା ସମୟରେ ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ତାଙ୍କ ବିରୋଧରେ ଆଇପିସି ଦଫା ୩୪୨,୩୫୪ ଏବଂ ଗୁଣିଗାରେଡି ଆଇନ ଧାରା ୪ ଅନୁଯାୟୀ ୫୬/୧୯ ନଂରେ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ସ୍କୁଟି-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଚାଲିଗଲା ଶିକ୍ଷକଙ୍କ ଜୀବନ

ମାଲକାନଗିରି,୪।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ୍‌ ଅଞ୍ଚଳରେ ଏକ ସ୍କୁଟି ଓ ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଛିା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri