ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ହରିଦାସ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ହରିଦାସ ଭୁଏ ପାରା ପ୍ରୋଟେକ୍ସନ ଫୋର୍ସରେ ୨୦୦୨ ସାଲୁ ଚାକରି କରୁଥିଲେ। ତାକର ଜମିବାଡି ବଲି କିଛି ନାଇଁ, ପରିବାରଟା ମୂଲୁ ସୁଖବାସୀ ଆଏ। ହରିଦାସକଁର ଦରମା ଦୁରାକ ପରିବାରର ସାହାଭରସା ଥିଲା। ହେଲେ ଗଲା ଫେବୃୟାରୀ ୨୦୧୮ରେ ସେ ଗୁଟେ ମୋଟରସାଇକେଲ ଦୁରଘଟନାର ଶିକାର ହେଇ ଅକରମା ହେଇଗଲେ। ଏହେଦେ ସେ ଚିକିଛା ଅଭାବୁ ଖଟେ ପଡ଼ି ମୁର୍‌ତୁ ସଂଗେ ଯୁଝୁଛନ୍‌।
ସୂଚନା ହିସାବେ ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ବଡ଼ବଡ଼ଲା ପଁଚେତ୍‌ ନାଗଫେଣା ଗାଁର ହରିଦାସ ଭୁଏ। ପରିବାର କହେଲେ ମାଏକିନା ସୌଦାମିନୀ, ଦୁଇ ପୁଓ ପ୍ରକାଶ ଆର ଆକାଶକେ ନେଇ ସଁସାର। ହରିଦାସ କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ପାରା ପ୍ରୋଟେକ୍ସନ ଫୋର୍ସରେ କାମ୍‌ କରୁଥିଲେ। ସେ ଗଲା ୨୦୧୮ରେ ଗୁଟେ ଦୁରଘଟନାର ଶିକାର ହେଲେ। ମାଏକିନା ସୌଦାମିନୀ ଘରେ ଯାହା ଥିଲା ବିକାଭଂଗା କରି ତାକର ଚିକିଛା କରେଇ ନିରାଶ ହେଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ସୌଦାମିନୀ ହରିଦାସକଁର ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ସୌଦାମିନୀ ଗଁାରେ ପରହର କାମବୁତା କରି ଘରର ତେଲ୍‌ନୁନ୍‌ ଚଲଉଛନ୍‌। ସେନ୍‌ତା ରାଶନ କାର୍ଡରେ ପଁଚେତ୍‌ରୁ ମିଲୁଥିବାର ୨୦ କେ.ଜି. ଚାଉଲ ୪ ପରାନୀକେ ନିଅଁଟ ହେଉଛେ। ହରିଦାସକଁର ବଡ଼ ପୁଓ ମାଟ୍ରିକ ପଢ଼ୁଥିଲାବେଲେ ସାନପୁଓ ଗଁା ସ୍କୁଲରେ ୨ୟ ଶ୍ରେଣୀରେ ପଢ଼ୁଛେ। ହେଲେ ଟଁକା ପଏସା ଅଭାବୁ ଏହେଦେ ତାକର ପାଠ୍‌ପଢ଼ା ବଁଦ୍‌ ହେବାର ଉପରେ ରହିଛେ। ମୋର ଆପ୍‌ନେ ହରିଦାସ ଜଂଗଲ ବିଭାଗରେ ୧୬ ବଛର କାଯ୍‌ କରିଥିଲେ, ସେ ଦୁରଘଟନାରେ ଅକରମା ହେଲାରୁ ବିଭାଗ ତାହାକୁ ଚାକରିରୁ ବାହାର କରିଦେଲା। ଏନ୍‌ତା କି ବିଭାଗ ତରଫୁ କାଣି ପଏସାଟେ ସାହାଯ୍‌ ନାଇଁ ମିଲବାର। ମୁଇଁ ଗଁାରୁ ୨୫ କି.ମି. ଦୂରିଆ କଣ୍ଟାବାଞ୍ଜି ରେଞ୍ଜ ଅଫିସକେ ଯାଇ ସବୁକଥା ଗୁହାରିଛେଁ। ମୋର ମୁନୁଷର ବଦ୍‌ଲା ମୋତେ କେନ୍‌ ଅଫିସଥି ପିଅନ୍‌ ଚାକରି ଦିଆଯାଉ ବଲି ସୌଦାମିନୀ ଅନେକ୍‌ ବିଭାଗୀୟ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ସୌଦାମିନୀ ଗଁାରେ ଟଁକା ୫୦ଟା ମାଗିଯାଚି ଡିଏଫ୍‌ଓ ଆର କଣ୍ଟାବାଞ୍ଜି ରେଞ୍ଜ ଅଫିସରକୁଁ ୧୨ ତାରିଖ୍‌ ଗୁଟେ ବିନ୍‌ତି ଚିଠି ଦେଇଛନ୍‌। ଚିଠିଥି ସେ ନିଏ ଦିଆଯାଉ ନାଇଁହେଲେ ମାଇପିଲା ସଭେ କଣ୍ଟାବାଞ୍ଜି ରେଞ୍ଜ ଅଫିସ ସାମନାଥି ଧାରନା ଦେମୁ ବଲି ଲେଖିଥିବାର କହିଛନ୍‌। ଇ ବାବ୍‌ଦେ ରେଞ୍ଜର ଶ୍ରଦ୍ଧାଦେବ ବଡ଼ମାଲିକୁଁ ପଚ୍‌ରାଲରୁ ବିଭାଗ ତରଫୁ ତାକର ପୁତୁରାକେ ଚାକରି ଦିଆଯାଇଥିଲା। ସେ ଚାକରି କରି ଦରମା ନେଉଥିଲେ, ହେଲେ ହରିଦାସକଁର ମାଏକିନା ସୌଦାମିନୀ ଅଭିଯୋଗ କଲେ ଯେ, ସେ ଆମ୍‌କେ ଟଁକା ପଏସା ନାଇଁଦେବାର। ସେଥିରଲାଗି ତାହାକୁ ଚାକରିରୁ ବାହାର କରିଦେଲୁଁ। ହେଲେ ସେ ଦିନ୍‌ଠାନୁ ଆର ସୌଦାମିନୀ ଅଫିସକେ ନାଇଁ ଆଏବାର କି କିଛି ଲେଖାପଢ଼ା କରି ନାଇଁ ଦେଇ। ସେ ଆମ୍‌କୁ ଲେଖାପଢ଼ା କରି ଦେଲେ ତାହାକୁ ଚାକରି ଦେବାର ବେବସ୍‌ତା କରମୁ ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

ଲଗାଣ ବର୍ଷା: ଏହି ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା

ଫୁଲବାଣୀ,୨।୭(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଦୁଇ ଦିନ ଧରି ପ୍ରବଳ ବର୍ଷା ହେଉଛି। ଲଗାଣ ବର୍ଷା ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ…

ବରଗଡ଼ ଏମପିଙ୍କ ବଡ଼ ସୂଚନା, ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ

ବରଗଡ଼,୨ା୭:(ପ୍ରେମାନନ୍ଦ ଖମାରୀ):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ ହୋଇଛି । ଆସନ୍ତା ୪ ତାରିଖରେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହା ବାତିଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri