ଚା ପିଇଲେ ସୁସ୍ଥ ରହିବ ମସ୍ତିଷ୍କ

ସିଙ୍ଗାପୁର: ଆପଣ ଚା’ ପିଅନ୍ତି କି? ତେବେ ଆପଣଙ୍କ ପାଇଁ ରହିଛି ଏକ ଖୁସି ଖବର। ଏକ ସର୍ଭେରୁ ଜଣାପଡ଼ିଛି ଯେ, ପ୍ରତ୍ୟେକ ଦିନ ଚା’ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଚା’ ନ ପିଉଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ତୁଳନାରେ ଅଧିକ ସୁସ୍ଥ ଓ ସଂଗଠିତ। ଏଭଳି ରିପୋର୍ଟ ଏଜିଂ ନାମକ ଏକ ଜର୍ନାଲରେ ପ୍ରକାଶ ପାଇଛି। ସର୍ଭେରେ ୩୬ ଜଣ ବୟୋଜ୍ୟେଷ୍ଠଙ୍କ ନ୍ୟୁରୋଇମେଜିଙ୍ଗ୍‌ ତଥ୍ୟକୁ ନେଇ ପରୀକ୍ଷଣ କରିବା ପରେ ଏହି ରିପୋର୍ଟ ପ୍ରକାଶ କରାଯାଇଛି।
ଚା’ ପିଇବା ଦ୍ୱାରା ମସ୍ତିଷ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ। ନିୟମିତ ଭାବେ ଚା’ ପିଇଲେ ବାର୍ଦ୍ଧକ୍ୟରେ ମସ୍ତିଷ୍କ ଜନିତ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ। ତେବେ ଚା’ପିଇବାର ଉପକାରିତା ବାବଦରେ ଏହା ହେଉଛି ସର୍ବପ୍ରଥମ ସର୍ଭେ ରିପୋର୍ଟ ବୋଲି କହିଛନ୍ତି ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ସିଙ୍ଗାପୁରର ଆସିଷ୍ଟାଣ୍ଟ ପ୍ରଫେସର ଫେଙ୍ଗ୍‌ ଲେଇ।
ଗବେଷକଙ୍କ ମତାନୁସାରେ, ଚା’ ପିଇଲେ ସ୍ବାସ୍ଥ୍ୟ ପାଇଁ ଲାଭକାରୀ ଏବଂ ମାନସିକ ଓ ହୃଦୟଜନିତ ସମସ୍ୟାରୁ ରକ୍ଷା ମିଳିଥାଏ। ଏହି ଗବେଷଣାରେ ୟୁନିଭର୍ସିଟି ଅଫ୍‌ ଆସେକ୍ସ ଏବଂ ୟୁକେସ୍ଥିତ ୟୁନିଭର୍ସିଟି ଅଫ୍‌ କାମ୍ବ୍ରିଜ୍‌ର ଗବେଷକମାନେ ସାମିଲ ହୋଇଥିଲେ। ୬୦ବର୍ଷ ଏବଂ ତାହାଠୁ ଊର୍ଦ୍ଧ୍ୱ ବୟସର ୩୬ଜଣ ବୟସ୍କଙ୍କୁ ନେଇ ସେମାନଙ୍କ ମାନସିକ ସ୍ଥିତି, ଜୀବନଶୈଳୀ ଓ ଚିନ୍ତାଶକ୍ତି ଉପରେ ଗବେଷଣା କରାଯାଇଥିଲା। ୨୫ ବର୍ଷ ଯାଏ ଯେଉଁ ବ୍ୟକ୍ତିମାନେ ନିୟମିତ ନାଲି ଚା’, ହର୍ବାଲ୍‌ ଚା’, ଗ୍ରୀନ୍‌ ଟି ଭଳି ଚା’ ସେବନ କରିଥାନ୍ତି, ସେମାନଙ୍କ ମସ୍ତିଷ୍କ ଓ ମାନସିକ ସ୍ଥିତି ଚା’ନ ପିଉଥିବା ବ୍ୟକ୍ତିଙ୍କ ତୁଳନାରେ ଅଧିକ ସୁସ୍ଥ ବୋଲି ଏହି ଗବେଷଣାରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri