ଚାଷ ଜମିରେ କୃଷକ ସ୍ଥାପନ କଲେ ‘ଗଜରାଜଙ୍କ ପ୍ରତିମା’

ମହାସମୁନ୍ଦ,୨୦।୯: ଛତିଶଗଡ଼ ମହାସମୁନ୍ଦ ଜିଲାର ଏକ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି। ଫସଲକୁ ହାତୀ ପଲଙ୍କଠାରୁ ବଞ୍ଚାଇବା ପାଇଁ ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ ହୋଇଥିବା ଦୃଶ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ମହାସମୁନ୍ଦ ଜିଲାର କୁକରାଡିହ ଗାଁରେ ଲଗାତର କିଛି ଦିନରୁ ଖାଦ୍ୟ ଅନ୍ବେଷଣରେ ଗାଁମୁହାଁ ହୋଇଛନ୍ତି ହାତୀପଲ। ଏମାନେ ଚାଷ ଜମିରୁ ଫସଲ ଖାଇବା ସହ ନଷ୍ଟ ମଧ୍ୟ କରିଦେଉଛନ୍ତି। ଖାଲି ସେତିକି ନୁହେଁ ଗାଁଲୋକେ ସାଇତି ରଖିଥିବା ଖାଦ୍ୟକୁ ଖାଇଦେଉଥିବା ବେଳେ ସେମାନଙ୍କ ଘରଦ୍ୱାର ଭାଙ୍ଗିରୁଜି ଦେଇଛନ୍ତି। ଏନେଇ କୃଷକମାନେ ବହୁ ହଇରାଣ ହରକତ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ଫଳରେ ହାତୀପଲଠାରୁ ରକ୍ଷା ପାଇବା ପାଇଁ ଚାଷୀମାନେ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛନ୍ତି। ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା କରିବା ସହ ତାଙ୍କୁ ସ୍ମରଣ କରି ଚାଷ ଜମିରେ ଗଜରାଜଙ୍କ ପ୍ରତିମା ସ୍ଥାପିତ କରିଛନ୍ତି। ସେମାନଙ୍କ ବିଶ୍ୱାସ ରହିଛି ଯେ, ଏହି ଗଜରାଜ ତାଙ୍କୁ ଓ ଫସଲକୁ ହାତୀପଲଠାରୁ ରକ୍ଷା କରିବେ। ଅନ୍ୟପେଟ ଏହାକୁ ନେଇ ସ୍ଥାନୀୟ ବନବିଭାଗ କହିଛି ଯେ, ଗାଁ ଲୋକଙ୍କ ଏଭଳି ବିଶ୍ୱାସକୁ ଆମେ ସମ୍ମାନ କରୁଛୁ। ହେଲେ ହାତୀଙ୍କ ଯୋଗୁ ଯେପରି ଫସଲ ନଷ୍ଟ ନ ହୁଏ ତା’ପ୍ରତି ସଜାଗ ରହିଛୁ ବୋଲି ବନବିଭାଗ ଅଧିକାରୀ କହିଛନ୍ତି। ଗତ ସୋମବାର ଓ ମଙ୍ଗଳବାର ଭିତରେ ହାତୀପଲ ଉକ୍ତ ଗାଁ ଓ ଆଖପାଖ ଗାଁଗୁଡିକର ପ୍ରାୟ ୩୫ଏକର ଫସଲ ନଷ୍ଟ କରିଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଫୋନ କରନାହିଁ…’ – ତାଙ୍କ ପରିବାରକୁ ଏମିତି କାହିଁକି କହିଥିଲେ ଅଭିଜିତ ଦୀପକେ? ବଡ଼ କାରଣ କହିଲେ ବାପା

ନୂଆଦିଲ୍ଲୀ,୨୭।୭: ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଙ୍କ ବିଶାଳ ପ୍ରତିବାଦ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଥିଲେ। ପ୍ରହ୍ଲାଦ ଜୋଷୀ ବର୍ତ୍ତମାନ ଏହି…

ପରଲୋକରେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ଼,୨୭ା୭(ପ୍ରେମାନନ୍ଦ ଖମାରୀ): ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ ଆଉ ନାହାନ୍ତି। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ହୋଇଛି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

ଭାରତୀୟ ମୁଦ୍ରା କଟକଣା କୋହଳ କଲା ନେପାଳ

ନୂଆଦିଲ୍ଲୀ, ୨୬।୭ : ଭାରତୀୟ ମୁଦ୍ରା ଉପରେ ଥିବା କଟକଣାକୁ କୋହଳ କରି ନେପାଳ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ଭାରତୀୟ ଏବଂ…

ଅଙ୍ଗନୱାଡି କେନ୍ଦ୍ରରେ ତାଲା, ସରକାରୀ ସୁବିଧାରୁ ବଞ୍ଚିତ ହେଲେ ଶିଶୁ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ହାଲୁପାଲି ପଞ୍ଚାୟତ ଅଧୀନ ନିଲଜି ଗ୍ରାମରେ ଭୋଟର ତାଲିକା ସଘନ ସଂଶୋଧନ ବେଳେ ଉପୁଜିଥିବା ଏକ କଥାକୁ…

ଅଧରପଣା ଲାଗି, ମହାପ୍ରଭୁ ଦଧିବାମନଙ୍କ ନୀଳାଦ୍ରି ବିଜେ

ବରଗଡ଼,୨୬।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ପୀଠରେ ଶ୍ରୀଶ୍ରୀ ଦଧିବାମନ ମହାପ୍ରଭୁଙ୍କ ଅଧରପଣା ନୀତି ରବିବାର ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଆଧାରରେ…

ବରଗଡ଼ ଏମ୍‌ପି ରଖିଲେ ବଡ଼ ଦାବି: ‘ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦିଆଯାଉ’

ବରଗଡ,୨୬।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀରାଙ୍ଗନା ବହ୍ନିକନ୍ୟା ପାର୍ବତୀ ଗିରିଙ୍କୁ ଯଥୋଚିତ ଜାତୀୟ ସମ୍ମାନ ପ୍ରଦାନ ପାଇଁ ଲୋକ ସଭାରେ ବରଗଡ଼ ସାଂସଦ(ଏମ୍‌ପି) ପ୍ରଦୀପ…

ଦାଦନ ସାଜିଲା କାଳ: ବର୍ଷେ ବିତିବାକୁ ବସିଲା, ମିଳୁନି ନିଖୋଜ ଯୁବକଙ୍କ ସନ୍ଧାନ

ଥୁଆମୂଳ ରାମପୁର,୨୬।୭ (ଦୁର୍ଗା କୀର୍ତ୍ତି): ପେଟର ଭୋକ ଓ ପରିବାର ପ୍ରତିପୋଷଣ ପାଇଁ କେରଳକୁ ଦାଦନ ଖଟିବାକୁ ଯାଇଥିବା ଜଣେ ନିରୀହ ଯୁବକ ନିଖୋଜ ହେବାର ବର୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri