ଚାଷୀଙ୍କ ସମସ୍ୟା ସମାଧାନ କରିବ କୃଷି ବିଭାଗ: ପଞ୍ଚାୟତ ବୁଲି ଜ୍ଞାନ ବାଣ୍ଟିବେ ଗ୍ରାମୀଣ କୃଷି କର୍ମଚାରୀ

ଅନୁଗୋଳ ଅଫିସ, ୧୪।୧୧ – ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ଏଣିକି ଗାଁ ଗାଁ ବୁଲିବେ ଗ୍ରାମୀଣ କୃଷି କର୍ମଚାରୀ। ଚାଷୀଙ୍କ ସହ ବୈଠକ କରି ଉନ୍ନତ ଜ୍ଞାନକୌଶଳ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇବେ। ଅନୁଗୋଳ ଜିଲାର କେତେକ ପଞ୍ଚାୟତରେ ଏପରି କାର୍ଯ୍ୟ ଆରମ୍ଭ ହୋଇଗଲାଣି।
ଅନୁଗୋଳ ଜିଲାରେ ଥିବା ୨୨୫ଟି ପଞ୍ଚାୟତ ପାଇଁ ଏବେ ଗ୍ରାମ୍ୟ କୃଷି କର୍ମଚାରୀ ନିୟୋଜିତ ହୋଇଛନ୍ତି। ପ୍ରତି ୩ରୁ ୪ଟି ପଞ୍ଚାୟତ ପାଇଁ ଜଣେ ଲେଖାଏ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏମାନେ ମାସର ଏକ ନିର୍ଦ୍ଦିଷ୍ଟ ଦିନରେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ। ଯଦି କୃଷି କର୍ମଚାରୀ ସମସ୍ୟାର ସମାଧାନ କରି ନ ପାରନ୍ତି ତା’ହେଲେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିକଟକୁ ତାହା ନିଆଯିବ। ଏହି କୃଷି କର୍ମଚାରୀମାନେ ଚାଷ କାର୍ଯ୍ୟର ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଚାଷୀଙ୍କୁ ଅବଗତ କରିବେ। ଏଥିସହ ରୋଗ ପୋକ ନିୟନ୍ତ୍ରଣ, ଫାର୍ମ ସବ୍‌ସିଡ୍‌ ଓ ଅନ୍ୟାନ୍ୟ ଚାଷ ସମ୍ପର୍କିତ ସୂଚନା ଚାଷୀଙ୍କୁ ଦେବେ। ଏହି କୃଷି କର୍ମଚାରୀମାନେ ଅନ୍‌ଲାଇନ୍‌ରେ ମଧ୍ୟ ଚାଷୀଙ୍କୁ ପରାମର୍ଶ ଦେଇପାରିବେ। ବିଭିନ୍ନ ବ୍ଲକରେ ଚାଷୀଙ୍କୁ ନେଇ ମାସକୁ ଦୁଇଥର କର୍ମଶାଳା ଆୟୋଜନ କରାଯିବ। ମାସର ପ୍ରଥମ ଓ ତୃତୀୟ ଶନିବାର ଏହି କର୍ମଶାଳା ପ୍ରତି ବ୍ଲକ କାର୍ଯ୍ୟାଳୟରେ ହେବ। ଏଥିରେ କୃଷି ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ। ଜିଲାରେ ଗ୍ରାମ୍ୟ କୃଷି କର୍ମଚାରୀ ପଦବୀ ସଂଖ୍ୟା ୧୨୩ ଥିଲେ ବି ୬୯ ଜଣ କାର୍ଯ୍ୟ କରୁଛନ୍ତି। ବାକି ପଦବୀ ଖାଲି ପଡ଼ିଥିବା ଜିଲା କୃଷି ଉପନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ସେହିପରି ଆଗାମୀ ଡିସେମ୍ବର ୧ରୁ କୃଷି ବିଭାଗରେ ରାଜ୍ୟ ସରକାରଙ୍କ ମୋ ସରକାରରେ ଥିବା ୫-ଟି କାର୍ଯ୍ୟକାରୀ ହେବ। ଚାଷୀଙ୍କ ସହ ଜିଲାରେ ଥିବା କୃଷି ବିଭାଗ କିପରି ସମନ୍ବୟ ରକ୍ଷା କରୁଛି ସେ ସମ୍ପର୍କରେ ସରକାର ସିଧାସଳଖ ଭାବେ ପଚାରି ବୁଝିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ରୋଗୀସେବା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ତଳଚେର,୮।୫(ମନୋଜ ନନ୍ଦ): ଅନୁଗୋଳ ଜିଲା ତଳଚେର ପବିତ୍ର ମୋହନ ମେଡିକାଲ କଲେଜରେ ରୋଗୀ ସେବା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଛି । ଆଗରୁ କ୍ରିୟାନୁଷ୍ଠାନ…

ସ୍ପଞ୍ଜ ଆଇରନ କାରଖାନାରେ ବଡ଼ ଅଘଟଣ, ଚାଲିଗଲା ୩ ଶ୍ରମିକଙ୍କ ଜୀବନ

ଅନୁଗୋଳ,୫।୫(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ଜିଲା ନିଶା ଥାନା ଅଞ୍ଚଳରେ ଥିବା ମେଟାଲିକ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ବଡ଼ ଧରଣର ଦୁର୍ଘଟଣା ହୋଇଛି । ୩ ଜଣ ଶ୍ରମିକଙ୍କ…

କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡିଗଲେ ମହିଳା, ଦଳିଦେଲା ଦନ୍ତା

ମାଧପୁର,୪।୫(ମନୋଜ କୁମାର ପ୍ରଧାନ): ଆଠମଲ୍ଲିକ ଥାନା ଅନ୍ତର୍ଗତ ମାଧପୁର ପଂଚାୟତ ଅଧୀନ ମାଧପୁର ଗ୍ରାମର ଜଣେ ମହିଳା ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତ ମହିଳା…

ପ୍ରେମିକଙ୍କ ଆତ୍ମହତ୍ୟାର ୨୪ ଘଣ୍ଟା ପରେ ଓଢ଼ଣିରେ ଝୁଲିପଡ଼ିଲେ ୧୩ ବର୍ଷୀୟା ପ୍ରେମିକା

ଅନୁଗୋଳ,୨୬।୪(ଦିବ୍ୟଶାନ୍ତନୁ ନାଥ): ମାତ୍ର ୧୩ ବର୍ଷ ବୟସରେ ସଂସାର କରିବାକୁ ଘରୁ ଗୋଡ଼ କାଢ଼ିଥିଲେ। ୨୩ ବର୍ଷୀୟ ପ୍ରେମିକଙ୍କ ହାତଧରି ମୁମ୍ୱାଇ ଚାଲିଯାଇଥିଲେ। ହେଲେ ପ୍ରେମିକଙ୍କ ମା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri