Posted inଖେଳ

ଚାମ୍ପିୟନ୍ସ ଲିଗ୍‌: ଫାଇନାଲ ଆୟୋଜନ ପାଇଁ ପର୍ତ୍ତୁଗାଲ, ଜର୍ମାନୀ ଆଗ୍ରହୀ

ମ୍ୟୁନିକ୍‌, ୫ା୬ (ଏପି)-ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଆୟୋଜନ ଦୌଡ଼ରେ ରହିଛନ୍ତି ଦୁଇ ପ୍ରତିଦ୍ୱନ୍ଦ୍ୱୀ ଜର୍ମାନୀ ଓ ପର୍ତ୍ତୁଗାଲ। ପ୍ରକୃତରେ ଏହା ଇସ୍ତାନବୁଲ୍‌ରେ କରାଯିବା ଲାଗି ସ୍ଥିର ହୋଇଥିଲା। ମାତ୍ର କୋଭିଡ୍‌-୧୯ ମହାମାରୀଜନିତ କାରଣରୁ ଏହାକୁ ଅନ୍ୟ ଏକ ସ୍ଥାନରେ କରିବା ଲାଗି ବିଚାର ଚାଲିଛି। ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଅଗଷ୍ଟରେ ହେବ। ୟୁନିୟନ ଅଫ୍‌ ୟୁରୋପିଆନ ଫୁଟ୍‌ବଲ ଆସୋସିଏଶନ୍ସ (ୟୁଫା)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଜୁନ୍‌ ୧୭ରେ ହେବ। ଏଥିରେ ନୂଆ ଭେନ୍ୟୁ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଏହା ଯେଉଁ ଦେଶରେ ହେବ ସେଠାରେ କ୍ୱାର୍ଟରଫାଇନାଲ ଓ ସେମିଫାଇନାଲ ମ୍ୟାଚ ମଧ୍ୟ ଅନୁଷ୍ଠିତ ହେବ। କରୋନାଭାଇରସ୍‌ ଯୋଗୁ ଟୁର୍ନାମେଣ୍ଟର ମ୍ୟାଚଗୁଡ଼ିକୁ ମାର୍ଚ୍ଚରେ ସସ୍‌ପେଣ୍ଡ କରାଯାଇଥିଲା। ଖବର ଅନୁସାରେ ଅବଶିଷ୍ଟ ମ୍ୟାଚଗୁଡ଼ିକ ଲାଗି ଉଭୟ ଖେଳାଳି ଓ ଅଫିସିଆଲମାନଙ୍କ ଲାଗି ସୁବିଧା ହେବା ଭଳି ଭେନ୍ୟୁ ବଛାଯିବ। କୋଭିଡ୍‌-୧୯ କଟକଣା ଯୋଗୁ ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ରହିବ ନାହିଁ। ପର୍ତ୍ତୁଗାଲ ପ୍ରେସିଡେଣ୍ଟ ମାର୍ସିଲୋ ରେବେଲୋ ଡି’ସୋସା କହିଛନ୍ତି, ଆମ ଦେଶ ପାଇଁ ଏକ ଖୁସିର ବିଷୟ। ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଆୟୋଜନ ଲାଗି ସୁଯୋଗ ମିଳିପାରେ। ଲିସ୍‌ବନରେ ଦୁଇଟି ଷ୍ଟାଡିୟମ ଏଥିପାଇଁ ପ୍ରସ୍ତୁତ ରହିଛି। ଅନ୍ୟପକ୍ଷରେ ଜର୍ମାନୀରେ ଏକ ଖବରକାଗଜ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଫାଇନାଲ ଆୟୋଜନ ପାଇଁ ଯଦି ଜର୍ମାନୀକୁ ବଛାଯାଏ ତେବେ ଏଥିପାଇଁ ଫ୍ରାଙ୍କ୍‌ପୋର୍ଟ ହେଉଛି ଉପଯୁକ୍ତ ସ୍ଥାନ। ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ପ୍ରକୃତରେ ଗତ ଶନିବାର ଇସ୍ତାନବୁଲ୍‌ର ଆତାତୁର୍କ ଅଲିମ୍ପିକ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥାନ୍ତା। ମାତ୍ର ଏହାକୁ ଅନ୍ୟତ୍ର କରାଯିବା ଲାଗି ଯୋଜନା ଚାଲିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସାଧାରଣତଃ ଫାଇନାଲ ଏକ ନ୍ୟୁଟ୍ରାଲ ଭେନ୍ୟୁରେ ଆୟୋଜନ ହୋଇଥାଏ। ମାତ୍ର ମହାମାରୀ ସମୟରେ ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚ କରିବାକୁ ପଡ଼ୁଥିବାରୁ ଗୋଟିଏ ଦେଶରେ ଏ ସବୁ କରିବା ଲାଗି ୟୁଫା ବିଚାର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

୧୫ ବର୍ଷ ପରେ IPLରେ ଏମିତି କାରନାମା କଲା RCB

ନୂଆଦିଲ୍ଲୀ,୨୩।୫: ଗତ ବର୍ଷ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ ଟାଇଟଲ ଜିତିଥିଲା। ସେହି ସିଜିନରେ ମଧ୍ୟ ଦଳ ଟେବୁଲ-ଟପର ନ…

ରାଗରେ ଏମିତି କାମ କରିଦେଲେ କୋହଲି: ଆଚରଣକୁ କଡ଼ା ସମାଲୋଚନା, ଦେଖନ୍ତୁ Video

ନୂଆଦିଲ୍ଲୀ,୨୩।୫: ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସକୁ ୫୫ ରନରେ ପରାସ୍ତ କରିଥିଲା। ମ୍ୟାଚ ସମୟରେ ବିରାଟ କୋହଲି ଏବଂ ଟ୍ରାଭିସ ହେଡ ମଧ୍ୟରେ…

KKRକୁ ବଡ଼ ଝଟକା: ଭାଙ୍ଗିଗଲା ଆଙ୍ଗୁଠି, ଆଇପିଏଲ୍‌ରୁ ବାଦ୍ ପଡ଼ିଲେ ଷ୍ଟାର୍ ବ୍ୟାଟ୍ସମ୍ୟାନ୍…

କୋଲକାତା,୨୨।୫: ଆଇପିଏଲ୍ (IPL) ୨୦୨୬ରେ ପ୍ଲେ-ଅଫ୍ ଦୌଡ଼ରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (KKR) ଦଳକୁ ଏକ ଶକ୍ତ ଧକ୍କା ଲାଗିଛି। ଦଳର ଶେଷ ଲିଗ୍ ମ୍ୟାଚ୍…

ହଠାତ ସନ୍ନ୍ୟାସ ନେଇ ଚମକାଇଲେ ‘3D କ୍ରିକେଟର’; ବିଶ୍ୱକପ୍‌ରେ ଆଜିଯାଏ କେହି ବି କରିପାରିନାହାନ୍ତି ତାଙ୍କ ଭଳି କାରନାମା

ନୂଆଦିଲ୍ଲୀ,୨୨।୫: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆର ଅଲ୍‌ରାଉଣ୍ଡର ବିଜୟ ଶଙ୍କର ନିଜର ୨୫ ବର୍ଷର ଦୀର୍ଘ କ୍ରିକେଟ୍ ଯାତ୍ରାରେ ପୂର୍ଣ୍ଣଚ୍ଛେଦ…

ସିଏସ୍‌କେ ଅଧିନାୟକ ଋତୁରାଜଙ୍କୁ ଜରିମାନା, କାହିଁକି ଜାଣନ୍ତୁ…

ଅହମଦାବାଦ,୨୨ା୫: ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ ଓଭର-ରେଟ୍‌ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କୁ ଜରିମାନା କରାଯାଇଛି। ଗୁଜରାଟ ଟାଇଟାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri