ଚାଉଳ ନ ପାଇ ତାତିଲେ ହିତାଧିକାରୀ

କପ୍ତିପଦା,୨୪ା୯(ଡି.ଏନ୍‌.ଏ.)- ରାସନକାର୍ଡ ସହ ଆଧାର ଲିଙ୍କ୍‌ରେ ବିଳମ୍ବ ଯୋଗୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ହିିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଉଳ ପାଇବାରୁ ବଞ୍ଚିତ ଜନସାଧାରଣ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରି ନାହିଁ ା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୦କି.ମି ଦୂରରେ ରହୁଥିବା ଏହି ପଞ୍ଚାୟତବାସୀ ସଚେତନତାର ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ା ବ୍ଲକ୍‌ ଅଫିସରୁ ପଞ୍ଚାୟତ କାର୍ଯ୍ୟଳୟ ପର୍ଯ୍ୟନ୍ତ କେହି ସେମାନଙ୍କ କଥା ଶୁଣୁ ନ ଥିବା ପାର ସିଂ, ଜାବି ସିଂ ଓ ବାସି ଦେଇ ପ୍ରମୁଖ କହିଛନ୍ତି ା ଯାହାକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିିଛି ା ସୋମବାର ଉକ୍ତ ପଞ୍ଚାୟତର ଧନଚତୁରୀ, ହୁଡିସାହି, କଟୁରିଆ, ଶାଣଦେଇ, ପାତାସାହି, ଢିପାସାହି, ଗଜାପଥର, ଗାଇପାଣିଖିଆ, ଅଶ୍ୱକୁଟୀ, ହଦଗୁଠ ଓ ଚାପଲସାହିର ଶତାଧିକ ଗ୍ରାମବାସୀ ମାଝୀ ହାଡାମ ତଥା ସମାଜସେବୀ ଜୟ ମୁର୍ମୁଙ୍କ ନେତୃତ୍ୱରେ କପ୍ତିପଦା ବ୍ଲକ୍‌ କାଯର୍‌ୟାଳୟରେ ପହଞ୍ଚିି ପ୍ରତିବାଦ କରିବା ସହିତ ବିଡିଓଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗପତ୍ର ଦେଇଥିଲେ। ବ୍ଲକ୍‌ ଯୋଗାଣ ଅଧିକାରିଣୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ା ଉପସ୍ଥିତ ଥିବା ଗ୍ରାମବାସୀ ରାସନକାର୍ଡ ସହିତ ଆଧାର ନମ୍ବରକୁ ଲିଙ୍କ ପାଇଁ ଫର୍ମ ଦାଖଲ କରିଛନ୍ତି। ବିଡିଓ ମଲ୍ଲିକ୍‌ ୧୫ଦିନ ମଧ୍ୟରେ ସେମାନଙ୍କର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ସେହିପରି ଉକ୍ତ ପଞ୍ଚାୟତର ୧୨ ଜଣ ହିତାଧିକାରୀ ୬ମାସରୁ ଊର୍ଦ୍ଧ୍ୱ ହେବ ରାସନକାର୍ଡ ପାଇଥିଲେ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ା ସେମାନଙ୍କର କାୈଣସି ତଥ୍ୟ କମ୍ପ୍ୟୁଟରରେ ଉପଲବ୍ଧ ନ ଥିବାରୁ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ଚାଉଳ ଦିଆଯାଉ ନାହିଁ ା ତଥ୍ୟ ଉପଲବ୍ଧ ନ ଥିବା ବେଳେ ସେମାନଙ୍କୁ କାର୍ଡ କିପରି ଦିଆଗଲା ଏହାକୁ ନେଇ ସେମାନେ ପ୍ରଶ୍ନ ଉଠାଇବା ସହିତ ତାଙ୍କ ଚାଉଳ ବାଟ ମାରଣା ହେଉଥିବା ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଃଖିନୀ ସିଂ, ଦିଦି ସିଂ ଓ ରାମାୟ ସିଂ ଦାବି କରିଛନ୍ତି ା ତେବେ ବିଡିଓଙ୍କ ପ୍ରତିଶ୍ରୁତି ମୁତାବକ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା ଏଥିନେଇ ବିଡିଓ ମଲ୍ଲିକ୍‌ଙ୍କୁ ପଚାରିବାରୁ ଅଭିଯୋଗ ପାଇଛି ଓ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଆରା ଢଙ୍ଗରେ କଳାକାର କଲେ ପ୍ରତିବାଦ: ମୃଦଙ୍ଗ, ଝାଞ୍ଜରେ କମ୍ପିଉଠିଲା ବ୍ଲକ ପରିସର

ହାଟଡିହୀ/ଛେନାପଦୀ, ୧୮।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲାର ହାଟଡିହୀ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଦେଇଥିବା ଧାରଣା ସୋମବାର ପ୍ରତ୍ୟାହୃତ ହୋଇଛି। ଉପଯୁକ୍ତ ପଦକ୍ଷେପ…

ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି: ଭଉଣୀ ଘରକୁ ଛୁଟି କାଟିବାକୁ ଯାଇ ଆଉ ଫେରିଲେନି…

ଦାରିଙ୍ଗବାଡି, ୧୮।୫ (ଅରୁଣ ସାହୁ): ମୃତ୍ୟୁ କେବେ କେମିତି ଆସେ କେହି ଭାବି ପାରେନି। ଖରା ଛୁଟି ଭଉଣୀ ଘରେ ଆନନ୍ଦରେ କାଟିବାକୁ ଯାଇଥିବା ଜଣେ ଛାତ୍ରୀଙ୍କ…

SBIରେ ବାହାରିଲା ୮୦୦ରୁ ଅଧିକ ପଦବୀ ପାଇଁ ନିଯୁକ୍ତି: ଦରମା ୮୦,୦୦୦ ପର୍ଯ୍ୟନ୍ତ, ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ

ନୂଆଦିଲ୍ଲୀ,୧୮।୫: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଏକ ପ୍ରମୁଖ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି। SBI ୮୨୧ଟି ଖାଲି…

ଭାରସାମ୍ୟ ହରାଇ ରାସ୍ତା କଡ ରେଲିଂରେ ଘୋଷାଡିହେଲା ସ୍କୁଟି , ଜୀବନ ଶଙ୍କଟରେ

ନନ୍ଦପୁର, ୧୮।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାର ସେମିଳିଗୁଡା–ହାଣ୍ଡିପୁଟ ସଂଯୋଗୀ ଏମଡିଆର–୫୫ ରାସ୍ତାର ମାରଡ଼ା ବ୍ରିଜ୍ ନିକଟରେ ଥିବା ମୋଡ଼ରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇ…

ପ୍ରେମାନନ୍ଦ ମହାରାଜଙ୍କ ବିଗିଡିଲା ସ୍ବାସ୍ଥ୍ୟାବସ୍ଥା: ଅନିର୍ଦ୍ଦିଷ୍ଟ କାଳ ପାଇଁ ପଦଯାତ୍ରା ସ୍ଥଗିତ, ଖେଳିଗଲା…

ଲକ୍ଷ୍ନୌ,୧୮।୫: ବୃନ୍ଦାବନର ପ୍ରସିଦ୍ଧ ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଯାଇଛି ପ୍ରେମାନନ୍ଦ ମହାରାଜଙ୍କ ଅସୁସ୍ଥତା ଯୋଗୁ ତାଙ୍କର ରାତ୍ରିକାଳୀନ ପଦଯାତ୍ରା (ପଦଯାତ୍ରା) ଅନିର୍ଦ୍ଦିଷ୍ଟ କାଳ ପାଇଁ…

ଆଜି ଶେଷଥର ପାଇଁ IPL ଖେଳିବେ ଧୋନୀ! ଅବସର ନେଇ ବଢୁଛି ଚର୍ଚ୍ଚା

ଚେନ୍ନାଇ,୧୮।୫:  ଆଜି ଚେନ୍ନାଇ ସୁପର କିଙ୍ଗ୍ସ IPL ୨୦୨୬ର ୬୩ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଏହି ମ୍ୟାଚ୍ ଚେନ୍ନାଇର ଘରୋଇ ଷ୍ଟାଡିୟମ, ଏମ.ଏ. ଚିଦାମ୍ବରମ…

ରଙ୍ଗମଞ୍ଚରେ ପପୁ ପମପମଙ୍କୁ ଦେଖିବା ପାଇଁ ଜମିବ ଭିଡ: ଆଜି ଠାକୁରାଣୀ ଯାତ୍ରାର ଶେଷ ପଟୁଆର

ଭଞ୍ଜନଗର,୧୮।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରାର ସୋମବାର ହେଉଛି ଶେଷ ପଟୁଆର। ଆଜି ଜଳସମ୍ପଦ ବିଭାଗ ପକ୍ଷରୁ ବିରାଟ ଶୋଭାଯାତ୍ରା ବାହାରୁଛି। ତେଣୁ ବିଭାଗ ପକ୍ଷରୁ…

ଏହି କାମ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଥଲାପତି ବିଜୟ: କହୁ କହୁ କହିଦେଲେ ଷ୍ଟାଲିନ୍‌

ନୂଆଦିଲ୍ଲୀ,୧୮।୫: ଦ୍ରାବିଡ଼ ମୁନେତ୍ର କାଝାଗମ (ଡିଏମକେ) ସଭାପତି ଏମକେ ଷ୍ଟାଲିନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟଙ୍କୁ କଟାକ୍ଷ କରିଛନ୍ତି। ବିଜୟ ଇନଷ୍ଟାଗ୍ରାମ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri