ଚାଉଳ ନ ପାଇ ତାତିଲେ ହିତାଧିକାରୀ

କପ୍ତିପଦା,୨୪ା୯(ଡି.ଏନ୍‌.ଏ.)- ରାସନକାର୍ଡ ସହ ଆଧାର ଲିଙ୍କ୍‌ରେ ବିଳମ୍ବ ଯୋଗୁ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଲାବଣ୍ୟଦେଇପୁର ପଞ୍ଚାୟତର ଶତାଧିକ ଗ୍ରାମବାସୀ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦରେ ସୋମବାର ଶତାଧିକ ହିିତାଧିକାରୀ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ଏଥିନେଇ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଚାଉଳ ପାଇବାରୁ ବଞ୍ଚିତ ଜନସାଧାରଣ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରି ନାହିଁ ା ବ୍ଲକ୍‌ କାର୍ଯ୍ୟାଳୟଠାରୁ ୨୦କି.ମି ଦୂରରେ ରହୁଥିବା ଏହି ପଞ୍ଚାୟତବାସୀ ସଚେତନତାର ଅଭାବରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ା ବ୍ଲକ୍‌ ଅଫିସରୁ ପଞ୍ଚାୟତ କାର୍ଯ୍ୟଳୟ ପର୍ଯ୍ୟନ୍ତ କେହି ସେମାନଙ୍କ କଥା ଶୁଣୁ ନ ଥିବା ପାର ସିଂ, ଜାବି ସିଂ ଓ ବାସି ଦେଇ ପ୍ରମୁଖ କହିଛନ୍ତି ା ଯାହାକୁ ନେଇ ଅସନ୍ତୋଷ ଚରମସୀମାରେ ପହଞ୍ଚିିଛି ା ସୋମବାର ଉକ୍ତ ପଞ୍ଚାୟତର ଧନଚତୁରୀ, ହୁଡିସାହି, କଟୁରିଆ, ଶାଣଦେଇ, ପାତାସାହି, ଢିପାସାହି, ଗଜାପଥର, ଗାଇପାଣିଖିଆ, ଅଶ୍ୱକୁଟୀ, ହଦଗୁଠ ଓ ଚାପଲସାହିର ଶତାଧିକ ଗ୍ରାମବାସୀ ମାଝୀ ହାଡାମ ତଥା ସମାଜସେବୀ ଜୟ ମୁର୍ମୁଙ୍କ ନେତୃତ୍ୱରେ କପ୍ତିପଦା ବ୍ଲକ୍‌ କାଯର୍‌ୟାଳୟରେ ପହଞ୍ଚିି ପ୍ରତିବାଦ କରିବା ସହିତ ବିଡିଓଙ୍କୁ ଏହି ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗପତ୍ର ଦେଇଥିଲେ। ବ୍ଲକ୍‌ ଯୋଗାଣ ଅଧିକାରିଣୀଙ୍କ ଦୃଷ୍ଟି ମଧ୍ୟ ଆକର୍ଷଣ କରିଛନ୍ତି ା ଉପସ୍ଥିତ ଥିବା ଗ୍ରାମବାସୀ ରାସନକାର୍ଡ ସହିତ ଆଧାର ନମ୍ବରକୁ ଲିଙ୍କ ପାଇଁ ଫର୍ମ ଦାଖଲ କରିଛନ୍ତି। ବିଡିଓ ମଲ୍ଲିକ୍‌ ୧୫ଦିନ ମଧ୍ୟରେ ସେମାନଙ୍କର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ବଭାବିକ ହୋଇଥିଲା। ସେହିପରି ଉକ୍ତ ପଞ୍ଚାୟତର ୧୨ ଜଣ ହିତାଧିକାରୀ ୬ମାସରୁ ଊର୍ଦ୍ଧ୍ୱ ହେବ ରାସନକାର୍ଡ ପାଇଥିଲେ ମଧ୍ୟ ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ା ସେମାନଙ୍କର କାୈଣସି ତଥ୍ୟ କମ୍ପ୍ୟୁଟରରେ ଉପଲବ୍ଧ ନ ଥିବାରୁ ସେମାନଙ୍କୁ ପଞ୍ଚାୟତ ପକ୍ଷରୁ ଚାଉଳ ଦିଆଯାଉ ନାହିଁ ା ତଥ୍ୟ ଉପଲବ୍ଧ ନ ଥିବା ବେଳେ ସେମାନଙ୍କୁ କାର୍ଡ କିପରି ଦିଆଗଲା ଏହାକୁ ନେଇ ସେମାନେ ପ୍ରଶ୍ନ ଉଠାଇବା ସହିତ ତାଙ୍କ ଚାଉଳ ବାଟ ମାରଣା ହେଉଥିବା ଅଭିଯୋଗ କରିଛନ୍ତି ା ଏ ସମ୍ପର୍କରେ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦୁଃଖିନୀ ସିଂ, ଦିଦି ସିଂ ଓ ରାମାୟ ସିଂ ଦାବି କରିଛନ୍ତି ା ତେବେ ବିଡିଓଙ୍କ ପ୍ରତିଶ୍ରୁତି ମୁତାବକ ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି ା ଏଥିନେଇ ବିଡିଓ ମଲ୍ଲିକ୍‌ଙ୍କୁ ପଚାରିବାରୁ ଅଭିଯୋଗ ପାଇଛି ଓ ଯଥାଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଲେ ବବି

ସମ୍ବଲପୁର,୨୯ା୩: ସମ୍ବଲପୁର ଲୋକ ସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁ ଘୋଷଣା କରିବା ପରେ...

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri