ଚମତ୍କାର କଲା ଭାଓଲିନ୍‌-ବଂଶୀ-ମାଣ୍ଡୋଲିନ୍‌

ଭୁବନେଶ୍ୱର ୭ା୯(ବ୍ୟୁରୋ): ଭାଓଲିନ୍‌, ବଂଶୀ ଓ ମାଣ୍ଡୋଲିନ୍‌ର ସମନ୍ବୟ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ପ୍ରଥମଥର ପାଇଁ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତର ଧୂନ୍‌ରେ ମଜିଥିଲେ ସବୁ ବର୍ଗ ଓ ସବୁ ବୟସର ଶ୍ରୋତା। ଦେଶର ଖ୍ୟାତାନାମା ଯୁବ ବାଦ୍ୟଶିଳ୍ପୀମାନେ ଶୁକ୍ରବାର ଭୁବନେଶ୍ୱରବାସୀଙ୍କୁ ଦେଇଥିଲେ ଏକ ଅଭୁଲା ସନ୍ଧ୍ୟାର ଉପହାର। ନିର୍ଦ୍ଧିଷ୍ଟ ନିୟମରେ ପରସ୍ପର ସହ ବାନ୍ଧିହୋଇ ମନଛୁଆଁ ଓ ହୃଦୟସ୍ପର୍ଶୀ ସଙ୍ଗୀତର ଧୂନ୍‌ରେ ବେଶ୍‌ କିଛି ସମୟ ଧରି ଶ୍ରୋତାଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଏଭଳି ଅବସର ଆଣିଦେଇଥିଲା ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ରବୀନ୍ଦ୍ରମଣ୍ଡପଠାରେ ଚାଲିଥିବା ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯। ଶୁକ୍ରବାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅନ୍ତର୍ଜାତୀୟସ୍ତରୀୟ ବାଦ୍ୟଶିଳ୍ପୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଫ୍ୟୁଜନ୍‌ ପରିବେଷଣ ହୋଇଥିଲା। ମୁମ୍ବାଇର ଦୀପକ ପଣ୍ଡିତଙ୍କ ଭାଓଲିନ୍‌, ପାରସ ନାଥଙ୍କ ବଂଶୀ, ତବଲା ବାଦକ ପ୍ରଶାନ୍ତ ସୋନାଗ୍ରା ଏବଂ ବେଙ୍ଗାଲୁରୁର ୟୁ. ରାଜେଶଙ୍କ ମାଣ୍ଡୋଲିନ ବାଦନ ଆରମ୍ଭରୁ ଶେଷ ଯାଏଁ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା।
ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପରିବେଷଣ କରିବାକୁ ଥିବା ସମସ୍ତ ଶିଳ୍ପୀଙ୍କୁ ସତପଥୀ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଶାସ୍ତ୍ରୀୟ ସଙ୍ଗୀତ ବାଦନର ଫ୍ୟୁଜନ୍‌। ହିନ୍ଦୁସ୍ଥାନୀ ଯନ୍ତ୍ର ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଶ୍ରୋତାମାନଙ୍କ ଆଗରେ ଉପସ୍ଥାପନ କରିଥିଲା ଏହି ଗ୍ରୁପ୍‌। ତୃତୀୟଥର ପାଇଁ ରବୀନ୍ଦ୍ରମଣ୍ଡପରେ ଏଭଳି ଏକ ମ୍ୟୁଜିକାଲ ଫ୍ୟୁଜନ୍‌କୁ ଉପଭୋଗ କରିଥିଲେ ଭୁବନେଶ୍ୱରବାସୀ। ରାଗ ଭୀମପଲାଶି ଓ ତାଳ ତିନତାଲ ଉପରେ ପ୍ରଥମେ ସେମାନେ ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ, ଯେଉଁଥିରେ ବିଭିନ୍ନ ରାଗ, ତାଳ ଓ ଲୟର ସମିଶ୍ରଣ ଶୁଣିବାକୁ ମିଳିଥିଲା। ଏକାଧିକ ଶାସ୍ତ୍ରୀୟ ରାଗରେ ଧୂନ୍‌ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ଆଚମ୍ବିତ କରିଥିଲେ ଶିଳ୍ପୀ। କେବଳ ଗୋଟିଏ ସଂଯୋଜନାରେ ୧୪ଟି ରାଗର ସମାହାର ରହିଥିଲା। ହିନ୍ଦୁସ୍ଥାନୀ ଓ କର୍ନାଟକୀ ଶାସ୍ତ୍ରୀୟ ସଙ୍ଗୀତର ଏକ ସମନ୍ବୟ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଶାନ୍ତ ସୋନାଗ୍ରା ଶିଳ୍ପୀଙ୍କୁ ତବଲାରେ ସହଯୋଗ କରିଥିଲେ। ଏହାପରେ ଦ୍ୱିତୀୟ ପ୍ରସ୍ତୁତିରେ ଗୁରୁ ପୀତାମ୍ବର ବିଶ୍ୱାଳଙ୍କ ସୁରଭି ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମେ ‘ସୂର୍ଯ୍ୟାଷ୍ଟକମ୍‌’ରେ ସେମାନେ ପୃଥିବୀ ପୃଷ୍ଠରେ କିଭଳି ଭଗବାନ ସୂର୍ଯ୍ୟଙ୍କ କୃପାର ବାରିଧି ଏହି ମହିମଣ୍ଡଳରେ ପରିବେଷ୍ଟିତ ହେବା ଦ୍ୱାରା ଏକ ସମୃଦ୍ଧ ଜୀବନ ସମ୍ଭବ ହୋଇପାରିଛି ତାହାକୁ ଦର୍ଶାଇଥିଲେ। ଏହାର ନୃତ୍ୟ ସଂରଚନା ଗୁରୁ ଦୂର୍ଗା ଚରଣ ରଣବୀର କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ। ସେହିଭଳି ତାଳ ସଂଯୋଜନା କରିଥିଲେ ନିରଞ୍ଜନ ପାତ୍ର। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?