ଚମକୁଛନ୍ତି ତାରା

ମୁମ୍ବାଇ: ମଲ୍ଟିଟ୍ୟାଲେଣ୍ଟେଡ୍‌, ସୌନ୍ଦର୍ଯ୍ୟରେ ଭରପୂର ଓ ବଲିଉଡ୍‌ରେ ନୂଆ ନୂଅ ପାଦ ରଖିଥିବା ବୋଲ୍ଡ ଅଭିନେତ୍ରୀ ତାରା ସୁତାରିଆ ମଙ୍ଗଳବାର ୨୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ତାରାଙ୍କୁ ବଲିଉଡ୍‌ ଓ ତାଙ୍କ ପ୍ରଶଂସକଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ୧୯୯୫ ନଭେମ୍ବର ୧୯ ମୁମ୍ବାଇରେ ତାରା ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଭଲ ଗାୟିକା ହେବା ସହ ଭଲ ଅଭିନେତ୍ରୀ ଓ ନୃତ୍ୟାଙ୍ଗନା ମଧ୍ୟ। ମାତ୍ର ୭ବର୍ଷ ବୟସରୁ ସେ ପ୍ରଫେସନାଲ ଗାୟିକା ଭାବେ କାମ କରୁଛନ୍ତି। ୨୦୧୦-୧୧ରୁ ସେ ଡିଜ୍‌ନୀ ଚ୍ୟାନେଲରେ ଶିଶୁ କଳାକାର ଭାବେ ଭିଡିଓ ଜକି ହିସାବରେ କାମ ଆରମ୍ଭ କରିଥିଲେ। ହେଲେ ତାଙ୍କୁ ପରିଚୟ ଦେଇଥିଲା ପୁନିତ ମାଲହୋତ୍ରାଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’। ଏହି ଫିଲ୍ମ ଜରିଆରେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିବା ବେଳେ ପ୍ରଥମ ଫିଲ୍ମରୁ ହିଁ ତାଙ୍କ ଅଭିନୟର ଜାଦୁ ପ୍ରଶଂସକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ତାରା ନିଜ ଫିଲ୍ମ ଓ ଫ୍ୟାସେନେବୁଲ ଅନ୍ଦାଜ ଓ ଲଭ୍‌ ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ସେ ପୁଣି ଥରେ ଦର୍ଶକଙ୍କ ହୃଦୟରେ ରାଜ କରିଛନ୍ତି। ନିକଟରେ ମିଲାପ ଜାଭେରୀଙ୍କ ଫିଲ୍ମ ‘ମରଜାଓ୍ବାଁ’ରେ ସେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାରାଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ଓ ରିତେଶ ଦେଶମୁଖଙ୍କୁ ବି ଦେଖିବାକୁ ମିଳିଥିଲା। ଶୁଣିବାକୁ ମିଳିଛି ମିଲନ ଲୁଥରିଆଙ୍କ ଅପ୍‌ କମିଂ ଫିଲ୍ମ ‘ତଡପ’ରେ ନଜର ଆସିବେ। ଏଥିରେ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏହା ତେଲଗୁ ଫିଲ୍ମ ‘RX 100’ର ରିମେକ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri